November 23, 2024

ସ୍ଥାୟୀ ପୋଲ ନାହିଁ ତ ଭୋଟ ନାହିଁ,ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କଲେ କାଙ୍ଗସିରି ବାସୀ , ଭୋଟ ବର୍ଜନ ପାଇଁ ନେତାଙ୍କୁ ଚେତାବନୀ ….

Share


କଲ୍ୟାଣସିଂହପୁର-ବାରମ୍ବାର ଗୁହାରି କରିବା ସ୍ବତେ ନାଗାବଳୀ ନଦୀରେ ସ୍ଥାୟୀପୋଲ ଖଣ୍ଡେ ନିର୍ମାଣ କରିପାରିଲେ ନାହିଁ ପ୍ରଶାସନ କି ରାଜନେତା ।ଶେଷରେ ନିଜ ବୁଦ୍ଧିବଳ ଖଟାଇ ହନୁମାନ୍ ଜୟନ୍ତି ଦିନ ଗାଁର ମହିଳା ପୁରୁଷ ଏକତ୍ରୀତ ହୋଇ ଜଙ୍ଗଲରୁ କାଠ ଆଣି ନଦି ନିକଟର ବଡବଡ ପଥର ସଂଗ୍ରହ କରି ନଦି ଗର୍ଭରେ ରଖି ତା ଉପରେ କାଠ ସଜାଇ ନଦି ପାର କରିବାକୁ ଏକ କାଠପୋଲ ନିର୍ମାଣ କଲେ କାଙ୍ଗସିରି ଗାଁର ମହିଳା ପୁରୁଷ ମାନେ ।
ସତେ ଯେମିତି ଏ ଚିତ୍ର ଦେଖିଲେ ମନେ ପଡୁଛି ଶ୍ରୀ ରାମଚନ୍ଦ୍ର ଲଙ୍କା ପାର କରିବାକୁ ଯେମିତି ବାନର ସାହାଯ୍ୟରେ ସମୁଦ୍ରରେ ବଡବଡ ପଥର ପକାଇ ସେତୁ ବାନ୍ଧିଥିଲେ ଠିକ୍ ସେମିତି କାଙ୍ଗସିରି ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ କୁ ପାର କରିବାକୁ କାଠ ସେତୁ ନିର୍ମାଣ କରି ପାର କରୁଥିବା ଦୃଶ୍ଯ ରାୟଗଡା କଲ୍ୟାଣସିଂହପୁର କାଙ୍ଗସିରି ଗାଁରେ ଦେଖିବାକୁ ମିଳିଛି ।ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିଙ୍ଗାରି ପଞ୍ଚାୟତର କାଙ୍ଗସିରି ଗ୍ରାମ ଲୋକମାନେ ନାଗାବଳୀ ନଦୀରେ କାଠ ପୋଲ ନିର୍ମାଣ କରିଥିବା ଦେଖିବାକୁ ମିଳୁଛି ।ସ୍ଥାୟୀପୋଲ ନିର୍ମାଣ ନ କଲେ ନିର୍ବାଚନ ସମୟରେ ଆସୁଥିବା ଜନ ପ୍ରତିନିଧି ମାନଙ୍କୁ ଗାଁକୁ ପୁରାଇଦେବୁ ନାହିଁ କି ଭୋଟ ଦେବୁ ନାହିଁ ବୋଲି ଗ୍ରାମବାସୀ ଅଡିବସିଛନ୍ତି । କାଙ୍ଗସିରି ଗାଁରେ ପ୍ରାୟ ୩୫ଘର ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ରପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଜନସଂଖ୍ୟା ବସବାସ କରିଆସୁଛନ୍ତି ।ସ୍ୱାଧୀନତାର ୭୫ତମ ବିତିଯାଇଥିଲେ ବି ଉକ୍ତ ଗ୍ରାମକୁ ପ୍ରଶାସନ ନଜର ପଡୁନଥିବା ଗ୍ରାମବାସୀ କହିଛନ୍ତି ।ଶିଙ୍ଗାରି ପଞ୍ଚାୟତ ଓ କାଙ୍ଗସିରି ମାଝିରେ ନାଗାବଳୀ ନଦୀ ବହିଯାଉଛି ।ଉକ୍ତ ନଦୀ ଦେଇ ଗ୍ରାମର ମହିଳାପୁରୁଷ ମାନେ ପଞ୍ଚାୟତକୁ ବିଧବା, ବିକଳାଙ୍ଗ ଓ ବାର୍ଦ୍ଧକ୍ୟ ଭତ୍ତା ,ଅଙ୍ଗନବାଡି କେନ୍ଦ୍ରଠାରୁ ଛତୁଆ ,ଅଣ୍ଡା ଛୋଟ ଛୋଟ ଶିଶୁଙ୍କୁ ନେଇ ଓଜନ କରାଇବା ,ପିଲାମାନେ ବିଦ୍ୟାଳୟ କୁ ଯାଇଥାନ୍ତି ।ଅନ୍ୟ ୠତୁରେ ନଦୀରେ ପଶି ଯାତାୟତ କରିଥାନ୍ତି ।ବର୍ଷା ଋତୁ ଆସିଲେ କିମ୍ବା ଅଦିନିଆ ବର୍ଷା ହେଲେ ଭରା ନଦୀରେ ଯାତାୟତ କରିବାପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଗାବଳୀ ନଦୀ ପାର ହୋଇ ଅଧ କିମି ଗଲେ ସିଙ୍ଗାରି ପଞ୍ଚାୟତର ହେଉଛି ନଚେତ କାଙ୍ଗସିରି ଠାରୁ ହାତୀମୁଣ୍ଡା ଦେଇ ସିଙ୍ଗାରି ପଞ୍ଚାୟତକୁ ପ୍ରାୟ ୫କିମି ବୁଲାଣି କରି ଯିବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି ।ନାଗାବଳୀ ନଦୀରେ ଏକ ପୋଲ ନିର୍ମାଣ କରିବା ପାଇଁ ପଞ୍ଚାୟତ ,ବ୍ଲକ ପ୍ରଶାସନ ଓ ପ୍ରତି ନିର୍ବାଚନରେ ଆସୁଥିବା ନେତା ମନ୍ତ୍ରୀ ଙ୍କୁ ବାରମ୍ବାର ଗୁହାରି କରୁଥିଲେ ବି ପ୍ରତିଶ୍ରୁତି ଦେଇ ନିର୍ବାଚନ ପରେ ସବୁ ଭୁଲି ଯାଉଛନ୍ତି । ଗ୍ରାମର ସମସ୍ତ ପରିବାର ଏକତ୍ରିତ ହୋଇ ଘର ପିଛା ୫୦୦ ଟଙ୍କା ଲେଖାଏଁ ମୋଟ ଆଦାୟ କରି ଜଙ୍ଗଲରୁ କାଠ ସଂଗ୍ରହ କରିଆଣିଥିଲେ । ଗ୍ରାମର ସମସ୍ତ ମହିଳା ପୁରୁଷ ମାନେ ନଦୀରୁ ନିକଟରୁ ପଥର ସଂଗ୍ରହ କରି ନଦୀରେ ସଜାଇବା ପରେ ବଡ଼ ବଡ଼ କାଠକୁ ପକାଇ ତା ଉପରେ ଛୋଟ ଛୋଟ ସାଇଜ କାଠ କାଟି କଣ୍ଟା ମାରି ଦୁଇ ଚକିଆ ଯାନ ଯିବା ପରି ପୋଲ ନିର୍ମାଣ କରିଛନ୍ତି । ବର୍ତ୍ତମାନ ଲୋକସଭା ଓ ବିଧାନସଭାର ନିର୍ବାଚନ ହେବ ଏଥିପାଇଁ ପ୍ରଚାର ନିମନ୍ତେ ଯେଉଁ ଦଳ ଗୁଡିକ ଆସିବ ସେମାନଙ୍କୁ ଗ୍ରାମରେ ପୁରାଇଦେବୁ ନାହିଁ , ବ୍ରିଜ ନାହିଁତ ଭୋଟ ନାହିଁ, କହି ଘଉଡ଼ାଇ ଦେବୁ ବୋଲି
ମାନୁ ଶିକକା, ପୁଲକୀ ବିଦ୍ରାକା, ଗୌର କୌଶଲ୍ୟା, ହୁଈକା ପୁଲୁ, କୁନାକା ସାଇବୁ, ହୁଈକା ଟଲ ପ୍ରମୁଖ କହିଛନ୍ତି ।