ଆନ୍ଧ୍ର ର ତିନୋଟି ସେସପଲ ଗାଡି ପରିଷଦ ଦ୍ୱାରା ଜବତ…
କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ତିନୋଟି ସେସ ପଲ ଗାଡି ଜବତ ହୋଇଥିବାର ଜଣା ଯାଇଛି. ସୂଚନା ଅନୁଯାଇ ଉକ୍ତ ଆନ୍ଧ୍ର ପ୍ରଦେଶ ର ଗାଡି ଗୁଡିକ ଦୀର୍ଘ ବର୍ଷ ଧରି ସହର ର ସମସ୍ତ ୱାର୍ଡ ରେ ପାଇଖାନା ସଫେଇ କରି ଆସୁଛନ୍ତି କିନ୍ତୁ କାହାର ଦୃଷ୍ଟି ପଡୁ ନ ଥିଲା. ଆଜି କାର୍ଯାଳୟ ସମୁଖରେ ସଫେଇ କାମ କୁ ଯାଉ ଥିବା ସମୟରେ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପ୍ରୋମଦ କୁମାର ପାଢ଼ୀ. ସାନିଟେସନ ସୁପରଭାଇଜର ସୁଶ୍ରୀ ସୁପ୍ରଭା ମଲିକ. ମୁଖ୍ୟ କିରାଣୀ ଗୋପୀ ନାୟକ ଏବଂ ତୁଷାର ମହାନ୍ତି ଗାଡି ଗୁଡିକୁ ଜବତ କରି କାର୍ଯା ଳୟ ପରିସର କୁ ନେଇଥିବା ଜଣା ଯାଇଛି. ବାହାର ଗାଡି ପ୍ରବେଶ ଯୋଗୁଁ କାର୍ଯା ଳୟ ର ଗାଡି କାମରେ ଆସୁ ନ ଥିବା ପୂର୍ବରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା ନୂତନ କାର୍ଯ୍ୟ ଜୀର୍ବାହୀ ଅଧିକାରୀ ଙ୍କ ଯୋଗଦାନ ପରେ ସେନିଟେସନ ସମେତ ସମସ୍ତ ପରିଷଦ ର ଅନିୟମିତତା ଗୁଡିକ ର ସୁଧାର ଧୀରେ ଧୀରେ ହୋଇ ଆସୁଥିବା ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି. ଏ ନେଇ ନିର୍ବାହୀ ଅଧିକାରୀ ଶ୍ରୀ ପାଢୀଙ୍କୁ ଯୋଗା ଯୋଗ କରିବାରୁ ଜରିମାନା ଆଦାୟ ପରେ ଛଡା ଯିବ ନଚେତ ଥାନା କୁ ହସ୍ତାନ୍ତର କରାଯିବ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରି ଥିବାର ଜଣା ଯାଇଛି I କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I