March 11, 2026

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ବଳିଦାନ ଦିବସ ପାଳିତ…….

nabra
Share

 

ନବରଙ୍ଗପୁର:-ତା.୨୯/୦୩ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଶହିଦ ଲକ୍ଷ୍ମଣ ନାୟକଙ୍କ ୮୧ତମ ବଳିଦାନ ଦିବସ ପାଳିତ ହୋଇଯାଇଛି ।ଏହି ଅବସରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ଲକ୍ଷ୍ମଣ ନାୟକ ବିଦ୍ୟାଳୟ ପରିସରରେ ଥିବା ସହିଦ୍ ଲକ୍ଷ୍ମୀଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାୟକ ଙ୍କ ଦ୍ଵାରା ମାଲ୍ୟାର୍ପଣ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ନିର୍ବାହୀ ଅଧିକାରୀ ପୌରପାଳିକା ନବରଙ୍ଗପୁର ଶଙ୍କର କେରକେଟା,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ ବିଜୟ କୁମାର ମିଶ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ଗଣମାଧ୍ୟମ ର ପ୍ରତିନିଧି ପ୍ରମୁଖ ଯୋଗଦେଇ ସହିଦ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମହାତ୍ମାଗାନ୍ଧୀ ଙ୍କ ଆହ୍ଵାନ ରେ ଭାରତ ସ୍ୱାଧୀନତା ସଂଗ୍ରାମ ରେ ଲକ୍ଷ୍ମଣ ନାୟକ ଝାସ ଦେଇ ଦେଶମାତୃକା ପାଇଁ ଇଂରେଜ ସରକାର ଙ୍କ ବିରୁଦ୍ଧରେ ଲଢେଇ କରି ୧୯୪୩ମସିହା ମାର୍ଚ୍ଚ ୨୯ ତାରିଖରେ ନିଜ ଦେଶ, ମା ମାଟି ପାଇଁ ଫାଶି ଖୁଣ୍ଟ ରେ ଝୁଲି ଥିଲେ। ଜିଲ୍ଲାପ୍ରଶାସନ ତରଫରୁ ଏହି ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଅମର ସହିଦ ଙ୍କ ବଳିଦାନ ଦିବସ ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଆଦର୍ଶ ଆତ୍ମା ଜୀବନ ସମ୍ପର୍କରେ ଅତିଥି ମାନେ ଆଲୋକପାତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଭାର ଦିଲୀପ କୁମାର ମଲ୍ଲିକ, ବନମାଳୀ ଗୋଛି,ନୀଳକଣ୍ଠ ନାୟକ, ବିଗ୍ନରାଜ ମାଝୀ, ଏ ସନ୍ତୋଷ କୁମାର ପ୍ରମୂଖ ସହଯୋଗ କରିଥିଲେ।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

 

You may have missed