November 23, 2024

ପ୍ରଦୀପ ମାଝୀ ଙ୍କ ପ୍ରାର୍ଥୀତ୍ୟ କୁ ନେଇ ରାଜନୈତିକ ଦଳ ମଧ୍ୟ ରେ ଛନକା…….

Share

 

 

ଉମେରକୋଟ : ସାଧାରଣ ନିର୍ବାଚନ ର ବିଗୁଲ ବାଜିବା ପର ଠାରୁ ସବୁ ରାଜନୈତିକ ଦଳ ଜୋର ସୋର ରେ ପ୍ରଚାର ପ୍ରସାର ଆରମ୍ବ କରିଥିବା ବେଳେ ସାଧାରଣ ସଭା ଠାରୁ ଆରମ୍ଭ କରି ସାନ ସାନ ପ୍ରତ୍ୟେକ କାର୍ଯକ୍ରମ ରେ ନିଜର ଉପସ୍ଥିତି ଜାହିର କରୁଥିବାର ଦେଖା ଯାଉଛି! ବିଜେପି ତାର ଲୋକସଭା ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଗତ କାଲି ମୁଖ୍ୟମନ୍ତ୍ରୀ ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି! ନବରଙ୍ଗପୁର ଲୋକସଭା ଆସନରେ ପୂର୍ବ ରୁ ରମେଶ ମାଝୀ ଥିବା ସ୍ୱତ୍ୟେ ଦଳ ତାଙ୍କ ଉପରେ ପୁନର୍ବାର ଆସ୍ଥା ନ ଦେଖେଇ ଜିଲ୍ଲାର ଟାଣୁଆ ନେତା ପ୍ରଦୀପ ମାଝୀ ଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଥିଲେ!ପ୍ରଦୀପ ଙ୍କ ପ୍ରାର୍ଥୀତ୍ୱ କୁ ନେଇ ସବୁ ରାଜନୈତିକ ଦଳ ମଧ୍ୟ ରେ ଛନକା ପଶିଯାଇଛି!ଜଣେ ଆଦିବାସୀ ଯୁବ ଦକ୍ଷ ନେତା ଭାବରେ ସାରା ଦେଶରେ ପରିଚିତ! ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ୩୦୮୨୦ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ଲୋକ ସଭାରେ ସେ ସାଂସଦ ଭାବରେ ୨୦୧୪ ମସିହାରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।ପ୍ରଦୀପ ମାଝୀ ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ସେ ତାଙ୍କର ଇସ୍ତଫା ପତ୍ର ତତ୍‌କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ ।କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ନବରଙ୍ଗପୁର ସହରର ସର୍କିଟ୍ ହାଉସ ସାମ୍ନାରେ ଥିବା ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶ ଦାସ, ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା ଓ ରମେଶ ଚନ୍ଦ୍ର ମାଝି ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ । ଏପରି ଜଣେ ଆଦିବାସୀ ଯୁବ ଓ ସୁଦକ୍ଷ ନେତା ଙ୍କ ଟିକେଟ ଘୋଷଣା ପରେ ସାରା ଜିଲ୍ଲାରେ ଆନନ୍ଦ ର ଲହରୀ ଖେଳି ଯାଇଥିଲା ବାଣ ବାଜା ରେ ଦଳୀୟ ତଥା ଯୁବ ପିଢ଼ୀ ପାଛୋଟି ନେଇ ସହର ପରିକ୍ରମା କରାଇବା ସହ ଗୁଲିପାଟଣା ସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ରେ ପ୍ରସାଦ ସେବନ ପରେ ଉମେରକୋଟ ବିଧାୟକ ପ୍ରାର୍ଥୀନୀ ନବୀନା ନାୟକ ଓ ସାଂସଦ ରମେଶ ମାଝୀ ଙ୍କୁ ଶୁଭେଚ୍ଛା ଜଣାଇ ସମର୍ଥକ ଙ୍କ ସହ ବିଭିନ୍ନ ଜାଗାରେ ବୈଠକ କରିବା ସହ ସଂଗଠନ ମଜବୁତ କରିବା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ! ଦଳ ବଳ ନିର୍ବିଶେଷରେ ପ୍ରଦୀପ ଯୁବ ପିଢ଼ି ଙ୍କ ପ୍ରଥମ ପସନ୍ଦ, ପ୍ରଦୀପ ଙ୍କ ବିଜୟ ହିଁ ଜିଲ୍ଲାର ଉନ୍ନତି ର ଦ୍ଵାର ଖୋଲିବ ବୋଲି ଯୁବ ଗୋଷ୍ଠୀ ଙ୍କ ମତ ରହିଛି(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)