June 22, 2026

ଉମା ସାମନ୍ତରାୟଙ୍କୁ କୃଷ୍ଣପ୍ରସାଦ ରେ ବିଶାଳ ବାଇକ ଶୋଭାଯାତ୍ରା ରେ ସ୍ୱାଗତ …

puri
Share


ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରି କୃଷ୍ଣପ୍ରସାଦ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବା ପରେ ଚଳଚଞ୍ଚଳ ହୋଇପଡିଛି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ l ପ୍ରଥମ ଦିନ ବ୍ରହ୍ମଗିରି ବ୍ଲକରେ ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ଉମାଙ୍କୁ ସ୍ୱାଗତ କରିଥିଲା ବ୍ରହ୍ମଗିରି ବିଜେଡି l ସେହିଭଳି ଆଜି କୃଷ୍ଣପ୍ରସାଦ ବ୍ଲକ ପାଇକରାପୁର ଠାରୁ ବିରାଟ ବାଇକ ଶୋଭାଯାତ୍ରା ରେ କୃଷ୍ଣପ୍ରସାଦ ର ବିଜେଡି ନେତାମାନଙ୍କ ସହିତ ରାଜ୍ୟ ବିଜେଡି ଉପସଭାପତି ଜୟନ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦଙ୍କ ସହିତ ହଜାର ହଜାର କର୍ମୀ ବାଇକ ଶୋଭାଯାତ୍ରା ଏବଂ ପରେ ପଦଯାତ୍ରା କରି ବିରାଟ ପଟୁଆର ରେ ବିଧାୟକ ପ୍ରାର୍ଥୀ ଉମାକାନ୍ତଙ୍କୁ ସ୍ୱାଗତ କରିବା ସହିତ ଦଶ ହଜାର ରୁ ଅଧିକ ଭୋଟରେ ଉମା ଜିତିବେ ବୋଲି କର୍ମୀମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)