April 27, 2026

ସରକାରୀ ଜାଗା ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା …

oklm
Share

 

ବୋଲଗଡ଼,(ଉପାନ୍ତ ଖବର):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମଖରେ ଅସନପଲ୍ଲି ମୌଜାର ସରକାରୀ ଜାଗାକୁ ଜବର ଦଖଲ ଉଚ୍ଛେଦ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଲେ ଅସନପଲ୍ଲି ଗ୍ରାମର ଗ୍ରାମବାସୀ ।ସୂଚନା ଅନୁଯାୟୀ ବୋଲଗଡ଼ ତହସିଲ ଅନ୍ତର୍ଗତ ଅସନପଲ୍ଲୀ ଗ୍ରାମର ଖାତା ନମ୍ବର ୪୨୭ ପ୍ଲଟ ନମ୍ବର ୫୬୪ କିସମ ରାସ୍ତା ସରକାରୀ ଜାଗାରେ ବେଆଇନ ଭାବେ ଜବର ଦଖଲ କରି ସେହି ଗ୍ରାମର ଜୈନିକ ବ୍ୟକ୍ତି ପ୍ରାୟ ୧୦ବଖରା ସ୍ଥାୟୀ ପକାଘର ନିର୍ମାଣ କରିଛନ୍ତି । ଏ ସଂକ୍ରତାରେ ଗ୍ରାମବାସୀ ମାନେ ପ୍ରତିବାଦ କରିବାରୁ ଉକ୍ତ ଜୈନିକ ବ୍ୟକ୍ତି ଜଣକ ଗଣ୍ଡଗୋଳ କରୁଛନ୍ତି । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବହୁବାର ଉଚ୍ଛେଦ ପାଇଁ ସ୍ଥାନୀୟ ତହସିଲଦାର ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଉଚ୍ଛେଦକୁ ଗୁରୁତ୍ଵ ଦିଆଯାଇନଥିଲା ।ତେବେ ଆଜି ବୁଧବାର ସକାଳୁ ଶତାଧିକ ଗ୍ରାମବାସୀ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦେଇଛନ୍ତି । ତେବେ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ