November 23, 2024
Share

➡️୧-ଆଜି ଚୈତ୍ର କୃଷ୍ଣ ଦ୍ୱିତୀୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ l ବନକଲାଗି ନୀତି ପାଇଁ ଜୟ ବିଜୟ ଦ୍ୱାର ବନ୍ଦ ରହିବ।

➡️୨-ସିୟୁଇଟି-ୟୁଜି ୨୦୨୪ ପାଇଁ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ହେଲା ବୃଦ୍ଧି l CUET(UG)-୨୦୨୪ ପରୀକ୍ଷା ୩୮୦ଟି ସହରରେ ଅନୁଷ୍ଠିତ ହେବ। ସେଥିମଧ୍ୟରୁ ୨୬ଟି ସହର ଭାରତ ବାହାରେ ରହିଛି।

➡️୩-ହୋଲିରେ ରଙ୍ଗମୟ ହେଲା ସାରା ଦେଶ, ଅବିର ବୋଳି ପରସ୍ପରକୁ ଶୁଭେଚ୍ଛା ଜଣାଇଲେ ସମଗ୍ର ଦେଶବାସୀ l ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଜଣେ ଅନ୍ୟ ଜଣକୁ ରଙ୍ଗ ଲଗାଇ ଦେଲେ ସ୍ନେହ ଓ ଭାଇଚାରା ର ବାର୍ତା l

➡️୪-ଶାନ୍ତିଶୃଙ୍ଖଳା ସହ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ପୀଠରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଯାତ୍ରା ହେଲା ଆରମ୍ଭ, ମହାକାଳୀ ରୂପରେ ଦର୍ଶନ ଦେଉଛନ୍ତି ମା’ l

➡️୫-ପ୍ରାୟ ୭ ବର୍ଷ ପରେ ମୁମ୍ବାଇ ହରାଇଥିବା ସମ୍ମାନ ପୁଣି ଫେରିପାଇଛି। ଅରବପତିଙ୍କ ସହର ରୂପେ ମୁମ୍ବାଇ ଏସିଆର ୧ ନମ୍ବର ସ୍ଥାନ କଲା ହାସଲ l

➡️୬-ପଶ୍ଚିମବଙ୍ଗର ସିନ୍ଦେଶଖାଲି ମାମଲାର ପୀଡ଼ିତ ଏବଂ ବିଜେପି ପ୍ରାର୍ଥୀଙ୍କ ସହ ଫୋନରେ କଥାହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ସନ୍ଦେଶଖାଲି ପୀଡ଼ିତା ରେଖା ପାତ୍ର ଲଢିବେ ଲୋକସଭା ନିର୍ବାଚନ, ବେଙ୍ଗଲ ବସିରହାଟରୁ ବିଜେପି କରିଛି ପ୍ରାର୍ଥୀ l

➡️୭-ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ମାମୀ ସ୍ମରଣାନନ୍ଦଙ୍କ ୯୫ ବର୍ଷ ବୟସରେ ହେଲା ପରଲୋକ l ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ l

➡️୮-ରାୟଗଡା ଜାତୀୟ ରାଜପଥ ପୋଡାଗଡ ନିକଟରେ ଓଲଟିଲା ମାଲକାନଗିରି ଠାରୁ ବ୍ରହ୍ମପୁର ଯାଉଥିବା ଯାତ୍ରୀବାହୀ ଖମ୍ବେଶ୍ୱରୀ ବସ୍। ଜଣେ ମୃତ, ୧୦ରୁ ଉର୍ଦ୍ଧ୍ଵ ହେଲେ ଆହତ l

➡️୯-ବାଣିଜ୍ୟ ସଂଗଠନ କ୍ୟାଟ୍ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ହୋଲିରେ ଚୀନକୁ ଲାଗିଲା ୧୦ ହଜାର କୋଟିର ଝଟକା, ଗତ ବର୍ଷ ଠାରୁ ଅବୀର ବିକ୍ରୟରେ ବଢିଲା ୫୦ ପ୍ରତିଶତ l

➡️୧୦-୨୦୨୫ରେ ଆରମ୍ଭ ହେବ ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ’କ୍ରିଶ୍ ୪’ର ସୁଟିଂ l

➡️୧୧-ଆଜି ଶଙ୍ଖ ଧରିବେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ।

➡️୧୨-ସମ୍ବଲପୁର ପୀରବାବା ଛକରେ ବୋମା ମାଡ଼ ଘଟଣା । ଶାନ୍ତି ବଜାୟ ରଖିବାକୁ ଜିଲ୍ଲାପାଳ କଲେ ଅପିଲ୍ ।

➡️୧୩-ଆସାମରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଏବେ ସୁଦ୍ଧା ୧୧ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର କଲେ ଦାଖଲ l ଆଜି ଏହି ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି।

➡️୧୪-କୋଟିଆରେ ମତଦାନ ପାଇଁ ପୋଲିଂ ବୁଥ୍ କରିବ ଆନ୍ଧ୍ର, ସୂଚନା ଦେଲେ ଆନ୍ଧ୍ର ପାର୍ବତୀପୁରମ୍ ଜିଲ୍ଲାପାଳ l ଆନ୍ଧ୍ର ଦ୍ୱାରା ୬ରୁ ୮ଟି ଭୋଟ ଗ୍ରହଣ କେନ୍ଦ୍ର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଓଡିଶା ମଧ୍ୟ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକର ବ୍ୟବସ୍ଥା କରିବ I

➡️୧୫-କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ, ଆଜି ଦିଲ୍ଲୀ ହାଇକୋର୍ଟରେ ହେବ ଶୁଣାଣି l

➡️୧୬-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା, ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ରବନୀତ ବିଟ୍ଟୁ ବିଜେପିରେ ହେଲେ ସାମିଲ l ରବନୀତ ବିଟ୍ଟୁ ପଞ୍ଜାବ କଂଗ୍ରେସର ଜଣେ ଟାଣୁଆ ନେତା । ତାଙ୍କୁ ରାହୁଲ ଗାନ୍ଧୀଙ୍କ ସମର୍ଥକ ଏବଂ ଘନିଷ୍ଠ ବୋଲି କୁହାଯାଉଥିଲା ।

➡️୧୭-ମୁସଲିମ୍ ଦେଶରେ ଆସୁଛି ପରିବର୍ତ୍ତନର ଲହର, ପ୍ରଥମ ଥର ମିସ୍ ୟୁନିଭର୍ସରେ ଭାଗ ନେବ ସାଉଦି ଆରବ l ଏପରି କରିବାରେ ସାଉଦି ପ୍ରଥମ ମୁସଲିମ୍ ଦେଶ ହୋଇଛି । ୨୭ ବର୍ଷୀୟ ସୁନ୍ଦରୀ ମେଡଲ ରୁମି ଅଲକାହତାନୀ ଦେଶର ପ୍ରତିନିଧିତ୍ୱ କରିବେ ।

➡️୧୮-ଆମେରିକାରୁ ଜିନିଷ ଧରି ଶ୍ରୀଲଙ୍କା ଯାଉଥିବା କଣ୍ଟେନର ଶିପ ଧକ୍କାରେ ମେରିଲାଣ୍ଡ ରାଜ୍ୟର ବାଲ୍ଟିମୋର ସହରରେ ୩ କିଲୋମିଟର ଲମ୍ୱା ବ୍ରିଜ ଭୁଶୁଡ଼ିଲା l ଦୁର୍ଘଟଣା ରେ 6 ଜଣ ମୃତ, ୨୨ ଜଣ ଭାରତୀୟ ସଦସ୍ୟ ହେଲେ ଉଦ୍ଧାର l

➡️୧୯-ଆଇପିଏଲ୍‌-୨୦୨୪: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ l ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକିଗଲା l

➡️୨୦-ଘୋଷଣା ହେଲା ମହିଳା ଏସିଆ କପ ୨୦୨୪ କ୍ରିକେଟ ଶିଡ୍ୟୁଲ, ଜୁଲାଇ ୧୯ରେ ଭାରତ ତା’ର ପ୍ରଥମ ମ୍ୟାଚ ୟୁଏଇ ବିପକ୍ଷରେ ଖେଳିବ, ପରେ ୨୧ରେ ଭାରତ-ପାକିସ୍ତାନ ମଧ୍ୟରେ ହେବ ମୁକାବିଲା l