September 18, 2026

ଚନ୍ଦ୍ରଗିରି ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ମୋହନା ଥାନା ଅଧିକାରୀଙ୍କ ସାମ୍ବାଦିକ ସମ୍ମିଳନୀ, ବିବାହ ପ୍ରସେସନ,ଛୁରା ମାଡ଼ରେ ଯୁବକ ମୃତ ଘଟଣା ଅଭିଯୁକ୍ତ ଦୁଇ ଭାଇ ଗିରଫ କୋର୍ଟ ଚାଲାଣ….

chu1
Share


ମୋହନା ,ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ରେ ଵିଵାହ ଶୋଭାଯାତ୍ରା ଚାଲିଥିବା ବେଳେ ଛୁରାମାଡ଼ରେ ଗାଁର ପ୍ରଶାନ୍ତ ପ୍ରଧାନ (32)ଙ୍କ ମୃତ୍ୟୁ ଘଟିଛି l ଛୁରାମlଡ଼ କରିଥିବା ଅଭିଯୁକ୍ତ ଶ୍ରୀହରି ପ୍ରଧାନ(୪୪) କୁ ପୋଲିସ ଗିରଫ କରିଥିବା ବେଳେ ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ପୋଡ଼ି ଦେଇଛନ୍ତି l ଖବର ପାଇ ଆର.ଉଦୟଗିରି ଏସଡିପିଓ ଅଶ୍ୱିନୀ ନାୟକ, ମୋହନା ତହସିଲଦାର ସତ୍ୟବାନ ନାୟକ, ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ତେବେ ଦାବି ପୁରଣ ଜିଦ୍ ରେ ଅଟଳ ଥିଲେ ଗ୍ରାମବାସୀ l ଏହାପରେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବା ପରେ ବୁଧବାର ଅପରାହ୍ନ ୫ ଟାରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା l ପୋଲିସ୍ ସୂଚନା ପ୍ରକାରେ ମଙ୍ଗଳବlର ରାତିରେ ଚନ୍ଦ୍ରଗିରି ରେ ଜଣେ ଯୁବକଙ୍କ ବିବାହ ଶୋଭାଯାତ୍ରା ଚାଲିଥିଲା l ଏହି ସମୟରେ ଚନ୍ଦ୍ରଗିରିର ପ୍ରଶାନ୍ତ ପ୍ରଧାନଙ୍କୁ ଅତର୍କିତ ଭାବେ ଛୁରାମାଡ କରିଥିଲା ଶ୍ରୀହରି ପ୍ରଧାନ l ଗୁରୁତର ଅବସ୍ଥାରେ ପ୍ରସାନ୍ତ ଙ୍କୁ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତି କରିଥିଲେ ଗାଁ ଲୋକେ l ତେବେ ମେଡିକାଲ ରେ ପ୍ରଶାନ୍ତ ଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର l ଏହି ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତ ଙ୍କ ଘର ଜାଳି ଦେଇଛନ୍ତି l ଏଥି ସହ ତାଙ୍କ ଅନ୍ୟ ଭାଇ ଓ ସମ୍ପର୍କୀୟଙ୍କ ଗାଡି, ଦୋକାନ ମଧ୍ଯ ପୋଡ଼ି ଦେଇଥିଲେ ଉତ୍ୟକ୍ତ ଲୋକେ l ହତ୍ୟାକାରୀଙ୍କୁ ଓ ତାଙ୍କ ଭାଇଙ୍କୁ ହସ୍ତାନ୍ତର ଦାବି ସହ ୫ ଦଫା ଦାବିରେ ମଙ୍ଗଳବlର ରାତି ୧୦ ଠାରୁ ଚନ୍ଦ୍ରଗିରିରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକେ l ଫଳରେ ମୋହନା – ପାରଳାଖେମୁଣ୍ଡି ୩୨୬ ନମ୍ବର ଜାତୀୟ ରାଜପଥ ରେ ଗାଡି ଚଳାଚଳ ଠପ ହୋଇଯାଇଥିଲା l ସ୍ଥିତି ନିୟନ୍ତ୍ରଣ ପାଇଁ ଗଜପତି ଜିଲ୍ଲାର ସମସ୍ତ ଥାନା ଅଧିକାରୀ, ଗଞ୍ଜାମ ଜିଲ୍ଲା ପାଟପୁର, ଚିକିଟି ପୋଲିସ୍ ସମେତ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ l ଦାବି ଅନୁଯାୟୀ ମୃତକଙ୍କ ପତ୍ନୀ ଓ ଦୁଇ ଭାଇଙ୍କୁ ଚାକିରି, ଜମି ମାମଲାର ତଦନ୍ତ କରି ପଦକ୍ଷେପ ଓ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା l ମୃତ ପ୍ରଶାନ୍ତଙ୍କ ଭାଈ ଶୁଶାନ୍ତ ପ୍ରଧାନଙ୍କ ଏତଲା ପ୍ରକାରେ ମୋହନା ଥାନାରେ ୫୭/୨୪ ରେ ଏକ ମାମଲା ରୁଜୁ କରାଯାଇଛି l ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି l ଅଭିଯୁକ୍ତ ଶ୍ରିହରୀ ପ୍ରଧାନ ଏବଂତାଙ୍କ ଭାଇ କୃଷ୍ଣ ପ୍ରଧାନ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋହନା ପୋଲିସ। ଏହି ଘଟଣାରେ ଅଭିଯୁକ୍ତଙ୍କ ଭାଇ କୃଷ୍ଣ ପ୍ରଧାନଙ୍କ ନା ମଧ୍ଯ ଏତଲା ହୋଇଥିଲା l ତଦନ୍ତ ପରେ ଗିରଫ କରାଯିବ ବୋଲି ଏସଡିପିଓ କହିଥିଲେ ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛନ୍ତି। ଅଭିଯୁକ୍ତ ଙ୍କ ମାନେ ବ୍ୟବହାର କରିଥିବା ରକ୍ତ ଲଗା ଷ୍ଟିଲ ଚାକୁ ଜବତ କରିଥିବା ପ୍ରକାଶ। ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ଆଜି ଥାନା ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।

You may have missed