ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳର ବାଇକ୍ ରାଲି ସହ ବିଶାଳ ସମାବେଶ….
କୋରାପୁଟ ଜିଲ୍ଲା ଜୟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳ ପକ୍ଷରୁ ବାଇକ୍ ରାଲି ସହ ବିଶାଳ ଜନ ସମାବେଶ
ଅନୁଷ୍ଠିତ ହୋଇଥିଲା। ଜୟପୁର ପାୱାର ହାଉସ୍ ଛକ ଠାରୁ ପୂର୍ବାହ୍ନ ସ୧୧:୩୦ ମି ରେ ଏକ ବାଇକ୍ ରଲି ବାହାରି ଦଶହରା ପଡ଼ିଆ ଠାରେ ପହଞ୍ଚିଥିଲା। ଉକ୍ତ ପଡ଼ିଆ ଠାରେ ଏକ ବିଶାଳ ଜନ ସମାବେଶ ‘ହଟିବ ଦୁର୍ନୀତି ଗଢ଼ିବ ସରକାର କଂଗ୍ରେସ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର,ଏଆଇସିସି ସାଧାରଣ ସଂପାଦକ ଶାହା ନବାବ,ପିସିସି ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ,ପ୍ରଚାର କମିଟି ଅଧକ୍ଷ ଶ୍ରୀ ବିଜୟ ପଟ୍ଟନାୟକ,କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା,ରାଜ୍ଯ କଂଗ୍ରେସ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତି,ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି,ପ୍ରେଦେଶ କଂଗ୍ରେସ କମିଟି ଅଦବାସୀ ସେଲ ଅଧକ୍ଷ ଜୟରାମ ପାଙ୍ଗି, ,କୋରାପୁଟ ଜିଲ୍ଲା ସଭାପତି ଶଶି ଭୂଷଣ ପାତ୍ର,ଜିଲ୍ଲା ସଭାନେତ୍ରୀ ନଳିନୀ ରଥ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନବାଗତ ଭାବେ ଦାୟିତ୍ଵ ନେଇଥିବା ନେତା ଓ ନେତ୍ରୀ ମୀନାକ୍ଷୀ ବାହିନୀପତି, ଶଶୀଭୂଷଣ ପାତ୍ର, ଜୟରାମ ପାଙ୍ଗି ପ୍ରମୁଖ ଙ୍କୁ ସମ୍ୱର୍ଦ୍ଧନା କରଯାଇଥିଲା। ଏହି ସଭାରେ ରାଜ୍ୟ ପ୍ରଭାରୀ ଅଜୟ କୁମାର ଏସ୍ ସି ଏବଂ ଏସ୍ ଟି ବର୍ଗ ର ଲୋକମାନଙ୍କୁ ବହୁତ ପ୍ରାଧାନ୍ୟ ଦେଇଥିଲେ। ନିଜ ବକ୍ତବ୍ୟ ରେ ସେ ଏସ୍ ସି ଏବଂ ଏସ ଟି ମାନଙ୍କୁ କହିଥିଲେ ଆଗାମୀ ନିର୍ବାଚନ ରେ ଯଦି ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ର ରେ ବିଜେପି ସରକାର ଆସିଲେ ଏସ୍ ସି ଏସ୍ ଟି ମାନଙ୍କର ସଂରକ୍ଷଣ ଆଉ ରହିବନାହିଁ। ଯଦି ନିଜର ସଂରକ୍ଷଣ କୁ ବଜାୟ ରଖିବାକୁ ଚାହୁଁଛ ତା’ହେଲେ କଂଗ୍ରେସକୁ ଭୋଟ ଦେଇ ସରକାର ଗଢିବାରେ ସହଯୋଗ କର ବୋଲି କହିଥିଲେ। ସାଂସଦ ସପ୍ତଗିରି ଶଙ୍କର ଉଲ୍ଲକା ନିଜ ବକ୍ତବ୍ୟ ରେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାରର ଯୋଜନାକୁ ହାସ୍ୟାସ୍ପଦ କରି କହିଛନ୍ତି ଏହି ସବୁ ଯୋଜନା ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି ସବୁ ଯୋଜନା କରାଯାଇଛି ବୋଲି କହିଛନ୍ତି। ବିଧାୟକ ବାହିନୀପତି ମଧ୍ୟ ନିଜ ଅଭିଭାଷଣରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ତାତ୍ସଲ୍ୟ କରି କହିଥିଲେ କି ବିଜେପି ବିଜେଡ଼ି ବର୍ତ୍ତମାନ ସମୟରେ ଲିଭ୍ ଇନ୍ ରିଲେସନସିପ ରେ ମଧୁଚନ୍ଦ୍ରିକା କରିବାକୁ ଯାଇଛନ୍ତି ଆଉ କେତେ ଦିନ ଗଲେ ସେମାନଙ୍କ ଛୁଆ ଜନ୍ମ ନେବେ ବୋଲି ତାତ୍ସଲ୍ୟ କରିଥିଲେ। ପୁର୍ବତନ ସାଂସଦ ଜୟରାମ ପାଙ୍ଗି ମଧ୍ୟ ନିଜ ଅଭିଭାଷଣରେ ଆଦିବାସୀ ମାନଙ୍କୁ ପ୍ରାଧାନ୍ୟ ଦେଇ କୋରାପୁଟ ଜିଲ୍ଲା ଖଣିଜ ସମ୍ପଦକୁ ରାଜ୍ୟ ସରକାର ହରି ଲୁଟ୍ କରୁଛନ୍ତି ଏବଂ ନିଜ ବାପାଙ୍କ କଥାକୁ ମନେପକାଇ ପ୍ରଥମେ ଆମ ପରିବାର କଂଗ୍ରେସ ରୁ ରାଜନୀତି ଆରମ୍ଭ କରିଛି ତେଣୁ କଂଗ୍ରେସ ନିତି ଆଦର୍ଶ ବହୁତ ଭଲ କହି ସେ ପୁଣି ଘର ବାହୁଡ଼ା କରିଛନ୍ତି ଏବଂ ସେ କହିଛନ୍ତି ବଞ୍ଚାଥିବା ଯାଏଁ ମୁଁ କଂଗ୍ରେସ ଦଳରେ ରହି କାମ କରିବି । ଜୟପୁର ପୌରପରିଷଦ ଅଧକ୍ଷ ନରେନ୍ଦ୍ର ମହାନ୍ତି ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ଏହି ବିଶାଳ ସମାବେଶ ରେ କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳିର ଆଶାୟୀ ବିଧାୟକ ପ୍ରାର୍ଥି ଶ୍ରୀ ନୀଳକଣ୍ଠ ପୂଜାରୀ. ପୂର୍ବତନ ବିଧାୟକ ନିମାଇଁ ସରକାର. ରାମ କାଡମ କୃଷ୍ଣ ଶଗରିଆ କୋଟପାଡ଼ ନଗର କଂଗ୍ରେସ କମିଟି ସଭାପତି ବାପୁନ ତ୍ରିପାଠୀ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ଶ୍ରୀ ରଞ୍ଜୀତ କୁମାର ପଟନାୟକ ବୋରିଗୁମ୍ମା ବ୍ଲକ ସଭାପତି ଅଶୋକ ଗନ୍ତାୟତ କୁନ୍ଦ୍ରା ବ୍ଲକ ସଭାପତି ଟୁନା ପଟ୍ଟନାୟକ ଙ୍କ ସମେତ ଏହି ସମାବେଶରେ କୋଡିଏ ହଜାର ରୁ ଉର୍ଦ୍ଧ ସଂଖ୍ୟକ କଂଗ୍ରେସ କର୍ମୀ ଯୋଗଦେଇଥିବା ବେଳେ ସଭା ମଞ୍ଚକୁ ପରିଚାଳନା କରିଥିଲେ ଦେବେନ୍ଦ୍ର ବାହିନୀପତି I( କୋରାପୁଟ ଜ଼ିଲ୍ଲା ପ୍ରତିନିଧି ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର)