April 29, 2026

ମୋହନା ବ୍ଲକରେ ନୂତନ ବିଡିଓ ଙ୍କ ଦାୟିତ୍ଵ ଗ୍ରହଣ …

mennn
Share

ଗଜପତି ଜିଲ୍ଲା ମୋହନା ବ୍ଲକରେ ଆଜି ରାଜୀବ ଦାସ ନୂତନ ବିଡିଓ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ କୋରାପୁଟ ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ରେ କିଛି ମାସ କାର୍ଯ୍ୟକରି ଏଠାକୁ ଆସିଛନ୍ତି। କୋରାପୁଟ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ଉନ୍ନୟନ ମୂଳକ କାର୍ଯ୍ୟ କରି ପ୍ରଶଂସିତ ହୋଇଥିବା ବେଳେ ଗଜପତି ଜିଲ୍ଲାର ମୋହନା ବ୍ଲକ ମଧ୍ୟ ଆଦିବାସୀ ଅଧ୍ୟୁଷିତ ପାହାଡ ପର୍ବତ ଘେରା ଦୁର୍ଗମ ଅଞ୍ଚଳ। ଏଠାରେ ମଧ୍ୟ ବିଡିଓ ଶ୍ରୀ ଦାସ ଲୋକଙ୍କ ପାଇଁ ଉନ୍ନୟନ ମୂଳକ କାର୍ଯ୍ୟଧାରା ଚାଲୁ ରଖିବେ ବୋଲି ଅଞ୍ଚଳ ବାସୀ ଆଶା ରଖିଥିବା ପ୍ରକାଶ।