ଗୋଟିଏ ନଡ଼ିଆ ପାଇଁ ସୃଷ୍ଟି ହୋଇଛି ଓଁକାରସ୍ୱର ମନ୍ଦିର ….
ପୁରୀ ବଳିଆପଣ୍ଡା ସ୍ଥିତ ଓମକାରସ୍ୱର ମନ୍ଦିର ରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି l କିନ୍ତୁ ଏହି ଓମଙ୍କାର ସ୍ୱର ମନ୍ଦିର କିଭଳି ସୃଷ୍ଟି ହୋଇଛି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ l ଏହି ମନ୍ଦିର ର ପ୍ରତିଷ୍ଠାତା ପୁରୀ ମଣିକର୍ଣ୍ଣିକା ସାହିର କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ କହିବାନୁସାରେ ସେ ପନ୍ଦର ବର୍ଷ ତଳେ ମଧ୍ୟପ୍ରଦେଶ ର ଓମଙ୍କାର ସ୍ୱର ମନ୍ଦିର ବୁଲିବାକୁ ଯାଇଥିଲେ l ସେଠାରୁ ଆଶୀର୍ବାଦ ନେଇ ଫେରିବା ବାଟରେ ଜଣେ ପୂଜକ ତାଙ୍କୁ ଏକ ନଡ଼ିଆ ଦେଇଥିଲେ l ସେହି ନଡ଼ିଆ ଧରି କହିଥିଲେ ଜେ ମୁଁତ ବୁଲିବାକୁ ଆସିଛି ନଡ଼ିଆ ନେଇ କରିବି କଣ ? ସେହି ପୂଜାରୀ କହିଥିଲେ ଏହି ନଡ଼ିଆ ନେଇ ଓମଙ୍କାଶ୍ୱର ନାମରେ ଏକ ମନ୍ଦିର କରିବୁ l ଏହାକୁ କୃଷ୍ଣଚନ୍ଦ୍ର ବେଖାତିର କରି ନଡ଼ିଆ ଟିକୁ ଆଣି ଘରେ ପୂଜା କରିଥିଲେ l ନଡ଼ିଆ ଟିକୁ ପୂଜା କରିବା ଦ୍ୱାରା ତାଙ୍କର ବିଭିନ୍ନ ଭାବନା ସାର୍ଥକ ହେଉଥିଲା ତେଣୁ ଛଅ ମାସ ଭିତରେ ବଳିଆ ପଣ୍ଡା ଅଞ୍ଚଳ ରେ ଓମଙ୍କାରସ୍ୱରଙ୍କ ମନ୍ଦିର ସ୍ଥାପନ କରି ସେହି ଲିଙ୍ଗ ର ତଳ ଭାଗରେ ନଡ଼ିଆ ଟି ରଖିଥିଲେ l ଯାହା ପୁରୀ ସହରରେ ଏକ ପର୍ଯ୍ୟଟନ ସ୍ଥଳି ଓମଙ୍କାରସ୍ୱର ମନ୍ଦିର l ଏଠାକୁ ବର୍ତମାନ ହଜାର ହଜାର ପର୍ଯ୍ୟଟକ ଆସି ବାବାଙ୍କ ଆଶୀର୍ବାଦ ନେଉଥିବାରୁ କୃଷ୍ଣଚନ୍ଦ୍ର ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)