ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ସାବିତ୍ରୀ ବାଈ ଫୁଲେଙ୍କ ମୃତ୍ୟୁ ଜୟନ୍ତୀ——- ସମାଜ ସଂସ୍କାରକ ସାବିତ୍ରୀ ବାଈ ଫୁଲେ
ସାବିତ୍ରୀ ବାଈ ଫୁଲେଙ୍କ ନାମ ଖୁବ କମ ଲୋକ ଜାଣନ୍ତି ପ୍ରସାର ଓ ପ୍ରଚାର ଠାରୁ ଖୁବ ଉର୍ଦ୍ଧ୍ୱରେ ଥିବା ଏହି ମହିଳା କିନ୍ତୁ ଜଣେ ବିକଶିତ ମହିଳା ଓ ଭାରତ ବର୍ଷର ନାରୀ ମାନଙ୍କ ମଧ୍ୟରୁ ଖୁବ ଉଚ୍ଚରେ। ସେ ଭାତର ଗୌରବର ଅଧିକାରୀ। ଭାରତରତ୍ନ ପାଇବାର ଜଣେ ଯୋଗ୍ୟ ନାରୀ। ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେଉଁ ସମୟରେ ବାଳିକା ଶିକ୍ଷାର ରୋକ ଲାଗିଥିଲା ସେହି ସମୟରେ ସେ ହେଉଛନ୍ତି ସମଗ୍ର ଭାରତ ବର୍ଷର ପ୍ରଥମ ମହିଳା ଶିକ୍ଷୟତ୍ରୀ। ବାଳିକା ଶିକ୍ଷାର ମୂଳପିଣ୍ଡର ସେ ଥିଲେ ଆଧାର। ବ୍ରିଟିସ ଅମଳରେ ଭାରତୀୟ ମାନଙ୍କୁ ବିଶେଷ କରି ମହିଳାଙ୍କ ଶିକ୍ଷା ଉପରେ ପ୍ରତିବନ୍ଧକ ଥିଲା। ସେହି ସମୟରେ ବାଳିକା ଶିକ୍ଷା,ମହିଳା ସଶକ୍ତିକରଣ,ନାରୀ ଅଧିକାର ଭଳି କାର୍ଯ୍ୟ ଦେଖାଇବାରେ ନେଇଥିଲେ ଅଗ୍ରଣୀ ଭୂମିକା। ଏପରିକି ସତୀପ୍ରଥା,ଜାତି ଭେଦ,ବାଲ୍ୟ ବିବାହ ବିରୋଧରେ ତାଙ୍କର ସଂଗ୍ରାମ ଏ ଜାଜିର ଆଖି କୁହାଯିବ। ମୋଟାମୋଟି ଭାବେ କୁପ୍ରଥା,ଅନ୍ଧ ବିଶ୍ୱାସ ଭଳି କୁସଂସ୍କାର ବିରିଧରେ ସେ ଥିଲେ ଜଣେ ଉତ୍ତମ ସମାଜ ସୁଧାରକ । ପୁନଶ୍ଚ ସେଥିଲେ ଜଣେ ଅଗ୍ରଗାମୀ କବୟତ୍ରୀ। ଆଧୁନିକ ମରାଠି କାବ୍ୟର ଅଗ୍ରଦୂତ ଭାବେ ସାବିତ୍ରୀ ବାଈଙ୍କୁ ଗ୍ରହଣ କରାଯାଏ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ନେଇ ତାଙ୍କର ମନୋବଳ ସେହି ସମୟରେ ଖୁବ୍ ଦୃଢ ଥିଲା। ଆର୍ଥିକ ଦୃଷ୍ଟିରୁ ତାଙ୍କ ପରିବାର ପଛୁଆ ନଥିଲେବି (୩ ଜାନୁଆରୀ ୧୮୩୧ ରେ ମହାରାଷ୍ଟୃ ସିତାରା ଜିଲ୍ଲା ନଉଗାଁର ଏକ ମାଳି ସଂପ୍ରଦାୟରେ ତାଙ୍କ ଜନ୍ମ ହୋଇଥିବାରୁ ପଛୁଆ ଜାତି ଭାବେ ସମାଜ ତାଙ୍କୁ ଉପରକୁ ଉଠାଇ ଦେଉନଥିଲା । ଏଭଳି କ୍ଷୋଭର ଅଶାନ୍ତ ମନ କିନ୍ତୁ ସମାଜକୁ ଜିଣିବାର ପରାକ୍ରମ ଦେଖାଇଥିଲା। ତୃତୀୟ ଶ୍ରେଣୀରେ ପଢୁଥିବା ଏହି କୋମଳ ବାଳିକାକୁ ସମାଜର କଷାଘାତ ସହିବାକୁ ଯାଇ ମାତ୍ର ୯ ବର୍ଷରେ ବାହା ହେବାକୁ ପଡିଥିଲା । ସେ ବାହା ହୋଇଥିଲେ ମାତ୍ର ନବମ ଶ୍ରେଣୀ ପାଠ ପଢିଥିବା ୧୨ ବର୍ଷର ଜ୍ୟୋତି ରାଓଙ୍କୁ । ସେବି ମାଳି ସଂପ୍ରଦାୟର ଥିଲେ ଓ ଚାଷ କାର୍ଯ୍ୟ ଥିଲା ତାଙ୍କ ମୂଖ୍ୟ ପେଷା । ସାବିତ୍ରୀଙ୍କ ମନ କଥା ଜାଣି ତାଙ୍କ ସ୍ୱାମୀ ଜ୍ୟୋତି ରାଓ ସାବିତ୍ରୀଙ୍କ ବହୁତ ସମ୍ମାନ କରୁଥିଲେ । ତାଙ୍କ ଉଚ୍ଚ ଶିକ୍ଷାର ମନୋନିବେଶ ପାଇଁ ନିଜ କ୍ଷେତରେ ସାବିତ୍ରୀ ଶିକ୍ଷାଦା ଦେଉଥିଲେ ନିଜେ ତାଙ୍କ ସ୍ୱାମୀ। କିନ୍ତୁ ଏକଥା ତାଙ୍କ ପରିବାର ଶ୍ରେଷ୍ଟ ମାନେ ଯେତେବେଳେ ଜାଣିଲେ ସେତେବେଳେ ତାଙ୍କୁ ଘରୁ ତଡା ଖାଇବାକୁ ପଡିଥିଲା ।ସାବିତ୍ରୀ ନିଜ ସ୍ୱାମୀ ସହ ଭଉଣୀ ଘରେ ଆଶ୍ରୟ ନେବା ପରେ ତାଙ୍କ ଜୀବନର ମୋଡ ବଦଳିଥିଲା ।କଷାଘାତକୁ ନଡରି ବରଂ ଏହାକୁ ସକରାତ୍ମକ ଭାବେ ଉଭୟ ସ୍ୱାମୀ ସ୍ତ୍ରୀ ବୁଝିନେଲେ। ବିବାହର ଦୀର୍ଘ ୮ ବର୍ଷର ସଂଗ୍ରାମ ପରେ ସେ ନିଜେ ଖୋଲିଥିଲେ ସମଗ୍ର ଭାରତ ବର୍ଷର ପ୍ରଥମ ବାଳିକା ବିଦ୍ୟାଳୟ ଓ ସେହି ସ୍କୁଲର ଶିକ୍ଷୟତ୍ରୀ ଦେଖାଇଥିଲେ ନିଜର ପରାକ୍ରମ। ପ୍ରଥମରେ କମ ଝିଅ ପାଠ ପଢିବାକୁ ଅସୁଥିବା ବେଳେ ଅତି କମ ବର୍ଷ ଭିତରେ ୩ ଟି ସ୍କୁଲ ଖୋଲି ୧୫୦ ବାଳିକାଙ୍କୁ ସ୍କୁଳକୁ ଆଣିବାରେ ନିଜର ପରାକାଷ୍ଠା ସେତେବେଳେ ଚିନ୍ତାରେ ପକାଇଦେଉଥିବା ବ୍ରଟିସ ଭାତର ସରକାରକୁ । ଏଥିପାଇଁ ତାଙ୍କ ଉପରେ ବହୁତ ଅତ୍ୟାଚାର ହେଲା। ତାଙ୍କ ଉପରକୁ ଗୋବର,ମାଟି,ଅଣ୍ଡା ଟମାଟୋ ଫିଙ୍ଗି ତାଙ୍କୁ ଏଭଳି ସ୍କୁଲରୁ ବିରତ କରିବା ଓ ମନୋବଳକୁ ନଷ୍ଟ କରିବାର ଚକ୍ରାନ୍ତବି ହେଲା। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଏଭଳି ଘଟଣାର ଆଲୋଚନା ହୋଇ ଉଭୟେ ଉଭୟକୁ ଲୋକଙ୍କ ପ୍ରତିକ୍ରିୟାରେ ଭୟଭିତ ନହୋଇ ବରଂ ଏହା ଶୁଭ ସୂଚକ ହିସାବ ଗ୍ରହଣ କରିନେବାକୁ ମାନିନେଲେ। ସ୍ୱାମୀ ଜ୍ୟୋତି ପରାମର୍ଶ ଦେଲେ ଘରୁ ବାହାରିବା ବେଳେ ଲୋକଙ୍କ ଏହି ଆତ୍ୟାଚାର ପିନ୍ଧି ସ୍କୁଲକୁ ଯାଅ ଓ ଆଉ ଏକ ଭଲ ଲୁଗା ନେଇକି ଯାଇଥିବ ଯାହା ସ୍କୁଲରେ ପିନ୍ଧିବ । ସାବିତ୍ରୀ ସେୟାହିଁ କଲେ। ହେଲେ ପ୍ରତିବାଦ ପ୍ରତିକ୍ରିୟା ଚାଲିଥାଏ ବନ୍ଦ ହୁଏନି । ବରଂ ବଢିବସେ। ଦିନେ ଏଭଳିବି ହେଲାଯେ ଜଣେ ଯୁବକ ତାଙ୍କ ରାସ୍ତାର ପ୍ରତିବନ୍ଦକ ସାଜି ହାତ ଟାଣିବାକୁ ସାହାସ କରିଥିଲା । ସେଇଠୁ ଆରମ୍ଭ ହୋଇଥିଲା ସାବିତ୍ରୀଙ୍କ ଉତ୍ତମ ବେଗ । ନିଜ ମୁହଁରୁ ମଧ୍ୟ ପ୍ରତିବାଦର ସ୍ୱରକୁ ଏତେ ଶାଣିତ କଲେଯେ ଭୟଭିତ ହୋଇ ଲୋକଟି ସ୍ଥାନ କେବଳ ପରିତ୍ୟାଗ କରିନଥିଲା ବରଂ ସେହି ମାଟିରେ ଆଉ ତାର ଦେଖା ନଥିଲା ।ଏହି ଘଟଣା ଯେତେବେଳେ ପ୍ରଘଟ ହେଲା ସାବିତ୍ରୀଙ୍କୁ ଆଉ କେହି ପ୍ରତିବାଦ କିମ୍ବା କୌଣସି ଖରାପ ବ୍ୟବହାର କରିବାକୁ ସାହାସ କଲେ ନାହିଁ । ସେ ଉଚ୍ଚ ସ୍ୱରରେ ସେତେବେଳେ ଆବାଜ କରିଥିଲେ ମୋ ପରି ଝିଅ ମାନେ କଣ କାଠ କଣ୍ଢେଇ ଯେଉଁଠି ସେଇଠି ଖାଲି ପଡି ରହିବେ ସମାଜ କଣ ନାରୀଙ୍କ ବେଲୁନ ଭଳି ଫୁଙ୍କି ଫଟାଇଦେବ । ଆସ ଦେଖିବ କେଉଁ ସମାଜ ବା କିଏ ଆମ ବାଳିକା କି ମହିଳା ଉପରେ ଅତ୍ୟାଚାର କରିବ । ବେଶ ସାବିତ୍ରୀଙ୍କ ଏଭଳି ଆବାଜର ଫଳାଫଳ ବଦଳିବାକୁ ବସିଲା । ଆସ୍ତେ ଆସ୍ତେ ତାଙ୍କୁ ମିଳିଲା ଜନ ସମର୍ଥନ ।ସତୀ ପ୍ରଥା,ଜାତି ଭେଦ,ବାଲ୍ୟ ବିବାହ ଭଳି କୁସଂସ୍କାର ଉପରେ ଆରମ୍ଭ ହେଲା ସଂଗ୍ରାମ।ଅଳ୍ପ ବୟସର ବିଧବା ମାନଙ୍କୁ ବ୍ରହ୍ମଚର୍ୟ୍ୟ ପାଳନ ଭଳି ବିଭିନ୍ନ ପ୍ରଥା ଉପରେ ତାଙ୍କ ସମୟରୁ ହିଁ ଆରମ୍ଭ ହୋଇଥିଲା ସଂଗ୍ରାମ । ଏପରିକି ସେ ନିସନ୍ତାନ ଥିଲେ ମଧ୍ୟ ଜଣେ ବ୍ରାହ୍ମଣ ବିଧବାଙ୍କ ପୁଅକୁ ନିଜର ପାଳିତ ପୁଅ (ଯଶୋବନ୍ତ) ଅନ୍ୟ ଜାତିର ଝିଅ ସହ ବିବାହ କରାଇ ଜାତିପ୍ରଥାର ବିଲୋପ ପାଇଁ ନିଜ ପରିବାର ରେ ମଞ୍ଜି ବୁଣିଥିଲେ ଓ ଏହାହିଁ ହେଉଛି ସମଗ୍ର ଭାରତ ବର୍ଷରେ ଅଣଜାତି ମଧ୍ୟରେ ପ୍ରଥମ ବିବାହର ଉଦାହରଣ। ସତରେ ସେ ଥିଲେ ଜଣେ ଭାରତୀୟ ଶିକ୍ଷିକା, ସମାଜ ସୁଧାରିକା ଏବଂ କବୟତ୍ରୀ । ବ୍ରିଟିଶ ଶାସନ ସମୟରେ ସେ ତାଙ୍କ ସ୍ୱାମୀ ଜ୍ୟୋତିରାଓ ଗୋବିନ୍ଦରାଓ ଫୁଲେଙ୍କ ସହିତ ମିଶି ନାରୀମାନଙ୍କ ଅଧିକାର ଏବଂ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ । ସାବିତ୍ରୀବାଈ ଭରତର ପ୍ରଥମ ବାଳିକା ବିଦ୍ୟାଳୟରେ ପ୍ରଥମ ମହିଳା ଶିକ୍ଷୟିତ୍ରୀ ଥିଲେ । ତାଙ୍କୁ ଲୋକେ ଆଧୁନିକ ମରାଠୀ କାବ୍ୟର ଅଗ୍ରଦୂତ ଭାବେ ମାନନ୍ତି ।
ସାବିତ୍ରୀବାଈ ଫୁଲେଙ୍କ ଜନ୍ମ ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସାତାରା ଜିଲ୍ଲାସ୍ଥିତ ନାଇଗାଁରେ ହୋଇଥିଲା । ତାଙ୍କ ପିତାଙ୍କର ନାମ ଖାନ୍ଦୋଜୀ ନେବସେ ପାଟିଲ ଏବଂ ମାତାଙ୍କର ନାମ ଲକ୍ଷ୍ମୀ ଥିଲା ଓ ଉଭୟ ମାଳି ସମ୍ପ୍ରଦାୟର ଥିଲେ । ୧୮୪୦ ମସିହାରେ ୯ ବର୍ଷ ବୟସରେ ସେ ୧୨ ବର୍ଷର ଜ୍ୟୋତିରାଓ ଫୁଲେଙ୍କୁ ବିବାହ କରିଥିଲେ ।
୧୮୪୮ ମସିହାରେ ନିଜ ସ୍ୱାମୀଙ୍କ ସହିତ ମିଶି ଭିନ୍ନ ଜାତିର ୯ ଜଣ ଛାତ୍ରୀଙ୍କୁ ନେଇ ସେ ଏକ ବିଦ୍ୟାଳୟର ସ୍ଥାପନା କରିଲେ ] ୧ ବର୍ଷ ଭିତରେ ସେ ୫ଟି ବିଦ୍ୟାଳୟ ଖୋଲିବାରେ ସମର୍ଥ ହୋଇଥିଲେ। ଏଥିପାଇଁ ତାଙ୍କୁ ତତ୍କାଳୀନ ସରକାର ସମ୍ମାନିତ କରିଥିଲେ । ସେ ସମୟରେ ଝିଅମାନଙ୍କ ଶିକ୍ଷା ଉପରେ କଟକଣା ଥିଲା । ସାବିତ୍ରୀବାଈ ଫୁଲେ ସେହି ସମୟରେ ନିଜେ ପଢ଼ିବା ସହିତ ଅନ୍ୟ ଝିଅମାନଙ୍କ ପାଇଁ ମଧ୍ୟ ପଢ଼ିବାର ବନ୍ଦୋବସ୍ତ କରିଥିଲେ।
ସାବିତ୍ରୀବାଈ ଫୁଲେ ଅନେକ ସମାଜ ସମ୍ବନ୍ଧିତ କବିତା ରଚନା କରିଥିଲେ ।କାବ୍ୟ ଫୁଲେ, ଭବନ କାଶୀ ସୁବୋଧ ରତ୍ନାକର ତାଙ୍କ କାବ୍ୟମାନଙ୍କ ମଧ୍ୟରୁ ଅନ୍ୟତମ ।୧୦ ମାର୍ଚ୍ଚ ୧୮୯୭ ମସିହାରେ ପ୍ଲେଗ୍ ରୋଗ ପାଇଁ ତାଙ୍କର ମୃତ୍ୟୁ ହୋଇଥିଲା।ଏହାର ୩ ବର୍ଷ ଆଗରୁ ସେ ନିଜର ସ୍ୱାମୀକୁ ହରାଇଥିଲେ । ସେ ସେବା କରୁଥିବା ପ୍ଲେଗ ରୋଗୀଙ୍କ ମଧ୍ୟରୁ ଏକ ପୀଡ଼ିତ ଛୋଟପିଲାଠାରୁ ତାଙ୍କୁ ମଧ୍ୟ ପ୍ଲେଗ ହୋଇଥିଲା ।
୨୦୧୫ ମସିହାରେ ତାଙ୍କ ସମ୍ମାନରେ ୟୁନିଭର୍ସିଟି ଅଫ୍ ପୁନେ, ସାବିତ୍ରିବାଈ ଫୁଲେ ପୁନେ ୟୁନିଭର୍ସିଟି ନାମରେ ନାମିତ ହେଲା ।
୧୦ ମାର୍ଚ୍ଚ ୧୯୯୮ ମସିହାରେ ତାଙ୍କ ସମ୍ମାନରେ ଭାରତୀୟ ଡାକରେ ଏକ ଷ୍ଟାମ୍ପ ହେଲା ।
୨୦୧୭ ଜାନୁଆରୀ ୩ରେ ଗୁଗଲ୍ ସାବିତ୍ରୀବାଈଙ୍କ ୧୮୬ତମ ଜନ୍ମ ବାର୍ଷିକି ଉପଲବ୍ଧେ ଏକ ଡୁଡଲ ପ୍ରକାଶ କରିଥିଲା ।
ସତରେ ସାବିତ୍ରୀଙ୍କ ଜୀବନ ସଂଗ୍ରାମ ଓ କାର୍ଯ୍ୟଧାରା ଏ ସମାଜ ପାଇଁ ଏକ ନିଦର୍ଶନ ହୋଇଥିଲେ ମଧ୍ୟ ଜାତି ସମାଜ ଓ ସରକାର ତାଙ୍ଜୁ ଯେଉଁ ସମ୍ମାନ ଦେବା କଥା ତାହା ଦେଇ ପାରିନଥିଲେ ମଧ୍ୟ ତାଙ୍କର ଜନ୍ମ ଦିନକୁ ମନେ ପକାଇ ମହାରାଷ୍ଟ୍ର ସହିତ ଦେଶର ବହୁ ସ୍ଥାନରେ ଜୟନ୍ତୀ ପାଳନ ହେଉଥିଲେ ସୁଦ୍ଧା ଏହା ପ୍ରଭାବଶାଳୀ ଢଙ୍ଗରେ ହୋଇପାରୁନି । ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିନକୁ ଜାତୀୟ ମାନ୍ୟତା ସହିତ ପ୍ରତିଟି ଶିକ୍ଷାନୁଷ୍ଟାନରେ ପାଳନ କରିବା ସହିତ ସାବିତ୍ରୀଙ୍କ ଜୀବନ କାହାଣୀ ପାଠ୍ୟ ପୁସ୍ତକର ଆବଶ୍ୟକତା ରହୁଥିବା ବିଚାର କରାଯାଉଛି ।(ଡାକ୍ତର ରାଜାରାମ ଷଡଙ୍ଗୀ ଙ୍କ ରିପୋର୍ଟ)