November 22, 2024

ଶବର ସମ୍ପ୍ରଦାୟର ସତସଙ୍ଗ ସହ ସୌରା ଭାଷା ସମ୍ବାଦ ପତ୍ରିକା ଉନ୍ମୋଚିତ…

Share

 


ରାମନାଗୁଡା ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ପୁରୁଟିଗୁଡ଼ା ଠାରେ ଶବର ସମ୍ପ୍ରଦାୟର ସାଧାରଣ ବୈଠକ ଏବଂ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଏଥିରେ ଶବର ସମ୍ପ୍ରଦାୟର ରାମନାଗୁଡା ବ୍ଲକ ର ସମସ୍ତ ପରିବାର ଲୋକେ ଏକାଠି ହୋଇ ସୌରା ଭାଷା, ଲିପି ପାରମ୍ପରିକ ଉତ୍ସବ ଓ ନୃତ୍ୟ ,ପୁର୍ବ ପୁରୁଷ ରୁ ଚାଲି ଆସୁଥିବା ପରମ୍ପରା କୁ ବଜାୟ ରଖିବା ସହ ଆଗାମୀ ଦିନରେ ଭବିଷ୍ୟତ ପିଢୀ କିପରି ନିଜ ଶବର ଜାତିର ପରମ୍ପରା କୁ ଉଜ୍ଜୀବିତ କରି ରଖିବେ ସେ ସମ୍ପର୍କରେ ଆଲୋଚନା କରିଥିବା ବେଳେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ଯୁବକ ଯୁବତୀ ମାନଙ୍କ ଦ୍ୱାରା ମନୋରଞ୍ଜନ ନିମନ୍ତେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିଲେ ।ସେହିପରି ସୌରା ଭାଷାର ପ୍ରଥମ ସମ୍ବାଦ ପତ୍ରିକା ଇମନା (ଚେତନା) ର ଉନ୍ମୋଚନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ରାମନାଗୁଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ମାତାର ବନମ ବିଜ୍ଞାନ ପ୍ରଚାର ଆଶ୍ରମ ସଭାପତି ରାମ ପ୍ରସାଦ ଗମାଙ୍ଗ , ସମ୍ମାନିତ ଅତିଥି ଭାବେ ରାମ ଚନ୍ଦ୍ର ଗମାଙ୍ଗ, ଭରତ ଶବର, ଲମ୍ବଧର ଶବର ପ୍ରମୁଖ ଯୋଗ ଦେଇ ପ୍ରଥମ ଥର ପାଇଁ ଏହି ସୌରା ଭାଷା ସମ୍ବାଦ ପତ୍ରିକା ଇମନା ର ମୁଦ୍ରଣ କରାଯାଇ ଅଞ୍ଚଳ ରେ ଘଟୁଥିବା ବିଭିନ୍ନ ଘଟଣା ସମ୍ପର୍କରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଶବର ସମ୍ପ୍ରଦାୟର ଲୋକମାନେ ଜାଣି ପାରୁ ନାହାଁନ୍ତି ସେଥିପାଇଁ ଏହି କାର୍ଯ୍ୟକ୍ରମର ଆବାହକ କୃଷ୍ଣ ଚନ୍ଦ୍ର ଶବରଙ୍କ ସମ୍ପାଦନାରେ ଏହି ସମ୍ବାଦ ପତ୍ରିକା ଟି ପ୍ରକାଶ କରାଯାଇଛି ଏହା ଭବିଷ୍ୟତରେ ବହୁତ ଆଦୃତ ଲାଭ କରିବ ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ଏହି ସଭାକୁ ଅର୍ଜୁନ ଶବର ମଞ୍ଚ ପରିଚାଳନା କରିଥିବା ବେଳେ ଜଗା ବିଡିକା, ଇନ୍ଦ୍ର ଶବର, ଆନନ୍ଦ ଶବର, ଭାଗିରଥି ଶବର, ଫାଲଗୁନୀ ଶବର ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ ସଞ୍ଜିବ କୁମାର ଦାଶ)