April 27, 2026

ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ କ୍ରୀଡା ସାମଗ୍ରୀ ବିତରଣ….

pinkkk
Share

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପାରିଖିତି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆମ-ଓ ନବୀନ -ଓ ପକ୍ଷରୁ କ୍ରୀଡା ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ,ବିଜୁ ଛାତ୍ର ଜନତା ଦଳ ସଭାପତି ପିଙ୍କୁ ପଣ୍ଡା, ବିଜେଡି ଜିଲ୍ଲା ସଂପାଦକ ଗଗନ ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ନରହରି ଦାଶ, ଗ୍ରାମ ରୋଜଗାର ସେବକ ଦିଲ୍ଲୀପ ପଣ୍ଡା ,ଯୋଗଣ ସହାୟକ ଶିବ ଧୋବା ଉପସ୍ଥିତ ଥିଲେ। ଏଥିରେ ଦେଉଳା,ତାରଲିଙ୍ଗ, କଣ୍ଡାଜାମ,କଣ୍ଡାତାମିଙ୍ଗି ଗ୍ରାମ ଲୋକଙ୍କୁ କେରମ ବୋର୍ଡ, କ୍ରିକେଟ ବେଟ, ଭଲିବଲ, କ୍ରୀଡା ସାମଗ୍ରୀ ବିତରଣ କରାଯାଇଥିଲା। ଏଥିସହ ବିଭିନ୍ନ ପଞ୍ଚାୟତର ସମସ୍ତ ଗ୍ରାମ ଲୋକଙ୍କୁ ସରପଞ୍ଚ ଓ ସମିତି ସଭ୍ୟ ଓ ଯୋଗାଣ ସହାୟକ ଉପସ୍ଥିତ ରହି କ୍ରୀଡା ସାମଗ୍ରୀ ବିତରଣ କରିଥିଲେ।
(ରିପୋର୍ଟ ସଞ୍ଜିବ କୁମାର ଦାଶ)