ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆମ ବ୍ୟାଙ୍କ ସେବା ଗୁଲୁଣ୍ଠି ଓ ଗୋଗପାଡୁ ପଞ୍ଚାୟତରେ ଲୋକାର୍ପିତ….
ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଅଧିନ ଗୁଲୁଣ୍ଠି ଓ ଗୋଗପାଡୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରାଜ୍ୟ ସରକାରଙ୍କ ଆମ ବ୍ୟାଙ୍କ ସେବା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ ହୋଇଯାଇଛି। ଗୁଲୁଣ୍ଠି ପଞ୍ଚାୟତର ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ସରପଞ୍ଚ ମାଝୀଗୈରୀ କଣ୍ଡାଗରୀ, ସମିତି ସଭ୍ୟା ଲକ୍ଷ୍ମୀ କାଡ୍ରାକା,ଲଳିତା ମାଣ୍ଡାଙ୍ଗି,ଆପାରାଓ ପାତିକା, ପୂର୍ବତନ ସରପଂଚ ଚିନା କଣ୍ଡାଗରୀ,ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଗୋପାଳ ଚନ୍ଦ୍ର ମିଶ୍ର,ବିପିସି ସନ୍ତୋଷ ରତ୍ନାଲୁ, ଚନ୍ଦ୍ରଶେଖର ଶବର, ସନ୍ତୋଷ ଶବର, ପୂର୍ବତନ ସମିତି ସଭ୍ୟ ପ୍ରଶାନ୍ତ ଗୈଡ,ପିଇଓ ପଦ୍ମନ ସାହୁ,ଏମବିକେ ପ୍ରଶାନ୍ତି ବିଡିକା ପ୍ରମୁଖଙ୍କ ସମେତ ପଂଚାୟତ ସମିତି ଅଧିନସ୍ଥ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସିଆରପି ଉପସ୍ଥିତ ଥିଲେ । ସେହିପରି ଗୋଗୁପାଡୁ ପଞ୍ଚାୟତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ,ଉପାଧ୍ୟକ୍ଷା ଜାନକୀ ନିମାଲା, ସରପଞ୍ଚ ଶୋଭାବତୀ ମାଣ୍ଡାଙ୍ଗି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରଜନୀ ମାଣ୍ଡାଙ୍ଗି, ପୂର୍ବତନ ସରପଞ୍ଚ ବିଜୟ ମାଣ୍ଡାଙ୍ଗି, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା, ଲକ୍ଷ୍ମୀ କାଡ୍ରାକା,ଆପାରାଓ ପାତିକା,ପିଇଓ ଚିତ୍ତରଞ୍ଜନ ଦେଓ,ଜିଆର ଏସ ଇନ୍ଦାଜି ସନ୍ତୋଷ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।ଏଥି ପୂର୍ବରୁ ଗୁଲୁଣ୍ଠିଓ ଗୋଗୁପାଡୁ ପଞ୍ଚାୟତର ଲୋକମାନେ ରାମନାଗୁଡା ସଦର ରେ ଥିବା ବିଭିନ୍ନ ବ୍ୟାଙ୍କ ଉପରେ ନିର୍ଭର କରୁଥିଲେ ଏବଂ ଦୀର୍ଘ ୧୦ କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତାରେ ଅଧିକ ଟଙ୍କା ଖର୍ଚ୍ଚ କରି ବସ ,ଗାଡ଼ି ଯୋଗେ ଯାଇ ଦିନସାରା ସମୟ ଲାଗୁଥିଲା କିନ୍ତୁ ଏବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଆମ ଘର ନିକଟରେ ଏହି ଭଳି ଆମ ବ୍ୟାଙ୍କ ସେବା ଯୋଗାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି। ଏଥିରେ ବୃଦ୍ଧବୃଦ୍ଧା, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମ,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏହାର ସୁବିଧା ପାଇବା ସହ ହାତପାଆନ୍ତାରେ ବ୍ୟାଙ୍କିଙ୍ଗ ସେବା ଯୋଗାଇ ଦିଆଯିବ ବୋଲି ବ୍ଲକ ପ୍ରଶାସନ ସୂଚନା ପ୍ରଦାନ କରାଯାଇଛି ।
(ରିପୋର୍ଟ ସଞ୍ଜିବ କୁମାର ଦାଶ)