November 23, 2024
Share

 

ଗଞ୍ଜାମ :ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ କାର୍ଯ୍ୟାଳୟ ପରିସର ନୂତନ ଗୃହ ରେ ଓଡ଼ିଶା ସରକାର ଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଙ୍କ ମିଳିତ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ବୈଷୟିକ ଶିକ୍ଷା ଓ ତାଲିମ ନିମନ୍ତେ ପରାମର୍ଶ ଓ ଦକ୍ଷତା ମେଳା ଗଞ୍ଜାମ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜସ୍ମିନ ପ୍ରଧାନ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟଅତିଥିଭାବେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭ ଉଦଘାଟନ କରିବା ସହ ରାଜ୍ୟ ସରକାର ଯୁବକ ଯୁବତୀ ମାନଙ୍କ ନିଜର ଉଜ୍ୱଳ ଭବିଷ୍ୟତ ଆତ୍ମ ନିର୍ଭରଶୀଳ ପାଇଁ ବିଭିନ୍ନ ଯୋଜନା ମାନ ପ୍ରଣୟନ କରିଛନ୍ତି l ତାର ସଦୁପଯୋଗ କରି ଗ୍ରାମାଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଉପକୃତ ହେବାକୁ ପରାମର୍ଶ ଦେଇଥିଲେ l
ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,15 ନମ୍ବର ଯୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା,14ନମ୍ବର ଯୋନ ଜିଲ୍ଲାପରିଷଦ ସଭ୍ୟା ପ୍ରତିନିଧି
ତଥା ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ,ନିଯୁକ୍ତି ଅଧିକାରୀ ଆର ଏମ କିଲାନା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ l ଜଳନ୍ଧର ମହାରଣା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ l
ଏଥିରେ 343 ଜଣ ଛାତ୍ରୀ ନାମ ପଞ୍ଜିକରଣ କରିଥିଲେ l ସାତଗୋଟି ଗୋଟି ବିଭିନ୍ନ ବୈଷୟିକ ଅନୁଷ୍ଠାନ ର ପଦାଧିକାରୀ ଯୋଗଦେଇ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ l