ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ତାଲିମ ଶିବିର ଉଦଯାପିତ
ବୁଗୁଡା : ତା ୧୯/୦୨/୨୩ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ଯୁବ ନେତୃତ୍ବ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ଯକ୍ଷ ହରିକୃଷ୍ଣ ନାୟକ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏନଏସଏସ ଜିଲ୍ଲା ସଂଯୋଜକ ଜୟନ୍ତ କୁମାର ପଣ୍ଡା , ସମ୍ମାନିତ ଅତିଥି ଅଧ୍ଯାପକ ସୁଶାନ୍ତ କୁମାର ସାହୁ ଯୋଗ ଦେଇଥିଲେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ ଉକ୍ତ ତ୍ରିଦିବସୀୟ ଶିବିରରେ ୧୩ଟି କଲେଜର ୮୦ ଜଣ ଏନ୍ଏସ୍ଏସ୍ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ସାଧନ କର୍ମୀ ଭାବେ ଓଡିଶା ଜାତୀୟ ସେବା ଯୋଜନା ତାଲିମ୍ କାର୍ଯ୍ୟକ୍ରମ ସଂଯୋଜକ ନୀରଦ ବରଣ ଖୁଣ୍ଟିଆ , ୟୁଥ୍ ରେଡକ୍ରସ କାଉନସିଲର ରାମକୃଷ୍ଣ ମଣ୍ଡଳ , ଖୋର୍ଦ୍ଧା ଜିଲ୍ଲା ଏନଏସଏସ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ରଘୁନାଥ ମଣ୍ଡଳ , ଜିଲ୍ଲା କାର୍ଯ୍ଯକ୍ରମ ଅଧିକାରୀ ସୁଦାମ ଚରଣ ବିଷୋୟୀ ,ପ୍ରାକ୍ତନ ଡିପିଓ ସତୀଶ ଚନ୍ଦ୍ର ନାୟକ, ଜଗନ୍ନାଥ ପ୍ରସାଦ କଲେଜ ଅଧ୍ଯାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ପିପୁଲ୍ସ କଲେଜ କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର, ପ୍ରମୁଖ ଯୋଗ ଦେଇ ସେମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କାଳରେ ଯୁବ ନେତୃତ୍ବର ଗୁଣବତ୍ତା, ଉପାଦେୟତା ଓ ସେବା କ୍ଷେତ୍ରରେ ବିନିଯୋଗ ସମ୍ପର୍କେ ପ୍ରଶିକ୍ଷଣ ସାଙ୍ଗକୁ ବିପର୍ଯ୍ୟୟ ପରିଚାଳନା, ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା ।
ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ଯାପକ ରବିନ୍ଦ୍ର ନାଥ ପୋଲାଇ ପରିଚାଳନା କରିଥିବା ବେଳେ ଶୁଭସ୍ମିତା ମହାପାତ୍ର,ଦୁର୍ଗା ମାଧବ ଦାଶ, ଜୋତ୍ସ୍ନା ପଟ୍ଟନାୟକ, ବିପ୍ଲବ ଚରଣ ପ୍ରମୁଖ କାର୍ଯ୍ୟକ୍ରମ ଅଧିକାରୀମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ । ଏ ଅବସରରେ ନୃତ୍ୟ, ସଙ୍ଗୀତ, ବକ୍ତୃତା ଆଦି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପିପୁଲ୍ସ କଲେଜ ଛାତ୍ରୀ ସ୍ନେହଲତା ଦାଶ ସର୍ବୋତ୍ତମ ସ୍ବେଛାସେବୀ ଭାବେ ବିବେଚିତ ହୋଇଥିବା ବେଳେ ସମସ୍ତ ସ୍ବେଛାସେବୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।