ବିଜେଡ଼ି ବନାମ ବିଜେଡ଼ି।ପାରାଦ୍ୱୀପ ନେତୃତ୍ଵକୁ ନେଇ ଝଡ….
ବିଜେଡ଼ି ବନାମ ବିଜେଡ଼ି।ବିଧାୟକ ସମ୍ବିତ ରାଉତରାୟଙ୍କ ବିରୋଧରେ ବିଦ୍ରୋହ।ଠିକାଦାରଙ୍କୁ ପ୍ରାଧାନ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବାରୁ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ପୁଣି ଥରେ ସୃଷ୍ଟି ହୋଇଛି ବିଜେଡ଼ି ଝଡ।ଗତକାଲି କୁଜଙ୍ଗ ବ୍ଲକ ସ୍ଥିତ ବଳରାମପୁର ଗ୍ରାମ ନିକଟରେ ଥିବା ବିଦୁଲତା ମଣ୍ଡପରେ ବିଜେଡ଼ି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ତେବେ ଏହି କର୍ମୀ ସମ୍ମିଳନୀ ଜରିଆରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ନୂଆ ନେତୃତ୍ୱ ଦିଆଯାଉ ବୋଲି ଦାବୀ କରିଛନ୍ତି ଦଳୀୟ ବିଜେଡ଼ି କର୍ମୀ ମାନେ।ମାତ୍ର କୁହୁଳୁ ଥିବା ଅସନ୍ତୋଷରେ ନିଆଁ ଗେଞ୍ଜି ନେତୃତ୍ୱ ପ୍ରସଙ୍ଗକୁ ଅଧିକ ତେଜିଛନ୍ତି ପାରାଦ୍ଵୀପ ପୌରାଧକ୍ଷ ବସନ୍ତ ବିଶ୍ବାଳ ଓ ଶ୍ରମିକ ନେତା ଗୋଲେଖ ଚନ୍ଦ୍ର ନାୟକ।ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିବା ଅଧିକାଂଶ ଦଳୀୟ ନେତୃବୃନ୍ଦ ମାନେ ସିଧା ସଳଖ ଭାବେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଛନ୍ତି।ଏମିତିକି ଆଗାମୀ ନିର୍ବାଚନରେ ସମ୍ବିତ ରାଉତରାୟଙ୍କ ବଦଳରେ ଅନ୍ୟ କେହି ଯୋଗ୍ୟ ନେତାଙ୍କୁ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ବିଧାୟକ ପାର୍ଥୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧକ୍ଷ ଭିକେ ପାଣ୍ଡିଆନଙ୍କୁ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି।
ଅନ୍ୟପଟେ ବିଧାୟକଙ୍କ ବିରୋଧରେ ହୋଇଥିବା ବିଜେଡ଼ି କର୍ମୀ ସମ୍ମିଳନୀର କିଛି ସମୟ ପରେ କୁଜଙ୍ଗ ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁଢ଼ଳ ସ୍ବାଇଁଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏହି ସାମ୍ବାଦିକ ସମ୍ମିଳନୀରେ କୁଜଙ୍ଗ ବ୍ଲକ ବିଜେଡ଼ି କାର୍ଯ୍ୟକାରୀ ସଭାପତି ସୁଢ଼ଳ ସ୍ବାଇଁ କହିଛନ୍ତି ବିଜୁ ଜନତା ଦଳ ହେଉଛି ଏକ ଶୃଙ୍ଖଳିତ ଦଳ।ମାତ୍ର ବିଧାୟକ ସମ୍ବିତ ରାଉତରାୟ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି।ଶୃଙ୍ଖଳିତ ଦଳରେ ରହି ଯେଉଁ ମାନେ ବେଶ୍ରୁଁଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛନ୍ତି ତାହା ଦଳପାଇଁ ଅଶୁଭ ତାଙ୍କ ଉପରେ ଦଳର ସଭାପତି ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ)