କୁଜଙ୍ଗ କୁ ଏନ୍ଏସି ର ମାନ୍ୟତା ଦାବି ରେ ଆଜି 12 ଘଣ୍ଟିଆ କୁଜଙ୍ଗ ବନ୍ଦ….
କୁଜଙ୍ଗ କୁ ଏନ୍ଏସି ଘୋଷଣା କରା ନଗଲେ ଆନ୍ଦୋଳନ ହେବ ତୀବ୍ରତର। ରାଜ୍ୟ ସରକାର ୩୫ଟି ଅଞ୍ଚଳକୁ ଏନ୍ଏସି ମାନ୍ୟତା ପ୍ରଦାନ କରିଥିବା ବେଳେ ଜଗତସିଂହପୁର ଜିଲ୍ଲା ର କୁଜଙ୍ଗ ପରି ଐତିହ୍ୟ ସମ୍ପନ୍ନ ତଥା ଗ୍ରାମୀଣ ସହରକୁ ବାଦ୍ ଦେବା ଘଟଣା କୁଜଙ୍ଗବାସୀ ଙ୍କ ମନରେ ବେଶ୍ ପ୍ରତିକ୍ରିୟା ସୃଷ୍ଟି କରିଛି । କୁଜଙ୍ଗରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟ ସହ ଏକାଧିକ ସରକାରୀ କାର୍ଯ୍ୟାଳୟ ରହିଛି । ଶହେ ବର୍ଷର ଐତିହ୍ୟ ସମ୍ପନ୍ନ କୁଜଙ୍ଗ ବନବିହାରୀ ଉଚ୍ଚ ବିଦ୍ୟାଳୟ, ଚିକିତ୍ସା କେନ୍ଦ୍ର,
ବଡ଼ବଜାର ପୁରୁଣା ହାଟ ବହୁ ସାଂସ୍କୃତିକ ଓ ଐତିହାସିକ ଘଟଣାବଳୀର ମୂକସାକ୍ଷୀ କୁଜଙ୍ଗକୁ ଉପେକ୍ଷା କରାଯିବା ନେଇ ଦଳମତରୁ ଉର୍ଦ୍ଧ୍ବରେ ରହି କୁଜଙ୍ଗର ସାଧାରଣ ଜନତା ଏହି ପ୍ରତିବାଦରେ ସାମିଲ ହୋଇଛନ୍ତି। ପୂର୍ବରୁ ତହସିଲଦାରଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିଆନ୍ଙ୍କ ଉଦ୍ଦେଶ୍ୟ ରେ ଦାବି ପତ୍ର ପ୍ରଦାନ କରିଥିଲେ । ଆଜି ସକାଳ 6 ଘଟିକା ଠାରୁ ସନ୍ଧ୍ୟା 6 ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯାଉଛି।ଯଦିଓ ସରକାର ଏହି ଦାବୀ କୁ ମାନି ନ ନିଅନ୍ତି ତେବେ ଆଗାମୀ ଦିନରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହିତ ଆନ୍ଦୋଳନ ତୀବ୍ରତର ହେବ ବୋଲି କୁଜଙ୍ଗର ସମସ୍ତ ବୁଦ୍ଧିଜୀବୀ ମାନେ କହିଛନ୍ତି
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )