November 25, 2024

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର………..

Share

 

 

ନବରଙ୍ଗପୁର, ୨୭/୦୨/ ୨୪ :–ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଆଈନଜୀବି, ପାରା ଲିଗାଲ ସଦସ୍ୟ ଏବଂ ପୁଲିସ କର୍ମଚାରୀ ଏବଂ ଆଞ୍ଚଳିକ ପରିବହନ ଅଧିକାରିଙ୍କୁ ନେଇ ଆଇନ ସଚେତନତା ଶିବିର କରାଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସଂଜୀବ ଦୁବେଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଜର୍ଜ (POCSO) ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତ, ଆଞ୍ଚଳିକ ପରିବହନ ଅଧିକାରି ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ଭୋଇ, ଆଇନଜୀବି ସଂଘର ସଭାପତି ଶ୍ରୀଯୁକ୍ତ ନରସିଂହନାଥ ତ୍ରିପାଠୀ ଏବଂ ଆଇନଜୀବି ଶ୍ରୀଯୁକ୍ତ ସନତ ମିଶ୍ର, MACT and M.V. Act. & Modified Claims Tribunal Agreed Procedure (MCTAP) ଏବଂ ସଡ଼କ ସୁରକ୍ଷା ଉପରେ ରହିଥିବା ବିଭିନ୍ନ ଆଈନ ବିଷୟରେ ସଚେତନ କରିଥିଲେ । ଅନ୍ୟାନ୍ୟ ଅତିଥି ଭାବେ ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର, ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ଶ୍ରୀଯୁକ୍ତ ସୁକାନ୍ତ କିଶୋର ଜେନା, ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ଶ୍ରୀମତୀ ପ୍ରଜ୍ଞା ପଣ୍ଡା, ଦ୍ଵିତୀୟଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀଯୁକ୍ତ ରାଜେଶ ମିଶ୍ର, ଜିଲ୍ଲା ଆଈନଜୀବି ସଂଘର ସମ୍ପାଦକ ଶ୍ରୀଯୁକ୍ତ ତପନ ସିଂହ ଓ ବହୁ ଆଇନଜୀବି ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଈନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ଜନକ ରାଉତଙ୍କ ଦ୍ଵାରା ପରିଚାଳନା କରାଯାଇଥିଲା ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)