November 23, 2024

ଗୁଣୁପୁର ସଙ୍ଗମ ଘାଟରେ ହେଲା ମାଘ ବୁଡ଼ ଓ ଗଙ୍ଗାଆଳତୀ ଆଜି ପବିତ୍ର ମାଘ ପୂର୍ଣ୍ଣିମା…

Share

ଗୁଣୁପୁର,ସ୍ଥାନୀୟ ଲିମାମେଡା ଗ୍ରାମ ନିକଟରେ ଥିବା ଦକ୍ଷିଣ ଓଡ଼ିଶାର ଏକମାତ୍ର ତ୍ରିବେଣୀ ସଙ୍ଗମସ୍ଥାନ ରେ ଶନିବାର ମାଘ ପୂର୍ଣ୍ଣିମା ଅବସରରେ ବୁଡ଼ ପକାଇବା ସହ ହୋମ ଯଜ୍ଞ ଓ ଗଙ୍ଗା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଠାରେ ବଂଶଧାରା, ପୁରାଣ ବର୍ଣ୍ଣିତ ପବିତ୍ର ମହେନ୍ଦ୍ରତନୟା ଓ ଅନେକ ଛୋଟ ବଡ଼ ନାଳ ର ସଙ୍ଗମ ସ୍ଥଳୀ ଥିବାବେଳେ ଆବଶ୍ୟକ ପ୍ରଚାର ପ୍ରସାର ଅଭାବରୁ ଲୋକ ଲୋଚନ କୁ ଆସିପାରୁ ନାହିଁ । ଏହି ସ୍ଥାନର ଗୁରୁତ୍ୱ ଓ ଗାରିମା ରହି ଆସିଛି । ପୂର୍ବରୁ ବେଦାନ୍ତ ଆଶ୍ରମ ର ପିଠାଧୀଶ ସ୍ବର୍ଗତ ସ୍ୱାମୀଜୀ ଏହିସ୍ଥାନ ରେ ଯଜ୍ଞ କାର୍ଯ୍ୟ ସମ୍ପନ୍ନ କରୁଥିଲେ । ଆବଶ୍ୟକ ସହଯୋଗ ସହାୟତା ଅଭାବରୁ ଏହା ବନ୍ଦ ହୋଇ ଯାଇଥିଲା । ଆଜି ଲିମାମେଡା ଓ ଗୁଣୁପୁର ର କିଛି ଶ୍ରଦ୍ଧାଳୁମାନଙ୍କ ଉଦ୍ୟମ ରେ ଏଠାରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଗୁଣୁପୁର, ଲିମାମେଡା, ଚାଲକମବା, ପଦ୍ମପୁର ପ୍ରଭୃତି ଅଞ୍ଚଳରୁ ଶହ ଶହ ଶ୍ରଦ୍ଧାଳୁ ଆଜି ଭୋର ସମୟରେ ଏଠାରେ ବୁଡ଼ ପକାଇଥିଲେ । ସମସ୍ତଙ୍କ ସହଯୋଗରେ ଏଠାରେ ପ୍ରତିଦିନ ସନ୍ଧ୍ୟାରେ ଗଙ୍ଗା ଆଳତୀ କରିବା ପାଇଁ ବ୍ୟବସ୍ଥା କରାଯାଉଥିବା ଜଣାପଡିଛି ।
ଦକ୍ଷିଣ ଓଡ଼ିଶାର ଏକମାତ୍ର ସଙ୍ଗମ ସ୍ଥଳ ହୋଇଥିବାରୁ ଏହାର ବିକାଶ ଦିଗରେ ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକତା ରହିଛି । ଏହାକୁ ପୁନରୁଦ୍ଧାର କରାଗଲେ ଏହି ସ୍ଥାନର ଗାରିମା ବଢିବା ସହ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ କ୍ଷେତ୍ର ର ମଧ୍ୟ ବିକାଶ ଘଟିବ ବୋଲି କୁହାଯାଇଛି । ସ୍ୱାମୀ ନିର୍ଭୟନନ୍ଦ ଗିରି, ଗଣେଶଚନ୍ଦ୍ର ରଥ, ଗୌରଚନ୍ଦ୍ର ସେନାପତି, ରାମଚନ୍ଦ୍ର ବେବର୍ତ୍ତା, କୃଷ୍ଣଚନ୍ଦ୍ର ବେବର୍ତ୍ତା, ସନ୍ତୋଷ କୁମାର ପଣ୍ଡା, ଗଜେନ୍ଦ୍ର ଦଳପତି, ନବୀନଚନ୍ଦ୍ର ଗୁରୁ, ଅଜିତ ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସୁପରିଚାଳନା କରିଥିଲେ ।(ସୁରେନ୍ଦ୍ର ମହାନ୍ତି )