କୁକୁଡ଼ାଖଣ୍ଡିରେ ବିକାଶର ହିସାବ ଦେଲେ ଫାଇଭ -ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ..
କୁକୁଡ଼ାଖଣ୍ତି,ଭଲ କାମ କଲେ ଟଙ୍କାର ଅଭାବ ରହିବନି । ପ୍ରଥମ କିସ୍ତି ପରେ ଦ୍ବିତୀୟ ଓ ତୃତୀୟ କିସ୍ତି ମିଳିବ । ଏହା ଓଡ଼ିଶାର ଟଙ୍କା ଏହାକୁ ସ୍ବଚ୍ଛ ଭାବେ ଖର୍ଚ୍ଚ କରନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା କମ କହନ୍ତି । କାମ ବେଶି କରନ୍ତି । ଆପଣମାନଙ୍କୁ ସେ ବହୁତ ଭଲ ପାଆନ୍ତି । ତେଣୁ ଯୋଜନା ଉପରେ ଯୋଜନା କରୁଛନ୍ତି । ଏହାକୁ ଘରେ ଘରେ ପହଞ୍ଚାନ୍ତୁ । ଅଭିଭାଷଣବେଳେ ସ୍ପଟରେ ମନ୍ଦିର, ଚର୍ଚ୍ଚ, ମସଜିଦ, କମ୍ୟୁନିଟି ସେଣ୍ଟର ଲାଗି ନୂଆ ଆବେଦନ ଗ୍ରହଣ କରି ୨୯ ତାରିଖ ସୁଦ୍ଧା ଖୁସି ଖବର ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ଅଧ୍ଯକ୍ଷ । ଲୋକଙ୍କ ସହ ଆଲୋଚନ କରି ସରକାରଙ୍କ ଯୋଜନା ସଂପର୍କରେ ସେ ଅପଡେଟ ନେଇଥିଲେ । ବିଭିନ୍ନ ଭତ୍ତା ବୃଦ୍ଧି ନେଇ ଲୋକଙ୍କୁ ପ୍ରଶ୍ନ ପଚାରଥିଲେ । ନିକଟରେ ଭିନ୍ନକ୍ଷମ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ୫ଶହରୁ ହଜାରେ ଟଙ୍କାକୁ ବୃଦ୍ଧି ହୋଇଛି। କଳାକାରଙ୍କ ଭତ୍ତା ୧୨ଶହ ଟଙ୍କା ଥିବାବେଳେ ଏହାକୁ ଦୁଇ ହଜାର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗର୍ଭବତୀ ମାଆମାନଙ୍କ ଲାଗି ମମତା ଯୋଜନାରେ ମିଳୁଥିବା ସହାୟତା ରାଶିକୁ ଦୁଇ ଗୁଣା କରିଛନ୍ତି ।କୁକୁଡ଼ାଖଣ୍ଡି ଅଞ୍ଚଳର ବିକାଶ ଲାଗି ୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଖେମୁଣ୍ଡି କଲେଜ ଲାଗି ୨ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ କୁକୁଡ଼ାଖଣ୍ଡି ସାଇନସ କଲେଜ ଲାଗି ୧ କୋଟି ମଞ୍ଜୁର ହୋଇଛି। ମହୁରୀକାଳୁଆ ମନ୍ଦିରର ଉନ୍ନତି ଲାଗି ୧ କୋଟି ୮୦ ଲକ୍ଷ ଏବଂ ବି. ତୁରୁବୁଡ଼ି ପଞ୍ଚାୟତସ୍ଥିତ ମା ନିଜବଙ୍କେଶ୍ବର ମନ୍ଦିର ଲାଗି ୧ କୋଟି ୮୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି କହିଛନ୍ତି ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। କୁକୁଡ଼ାଖଣ୍ଡିରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇ ସେ କହିଛନ୍ତି- ଗତଥର ଆସିଥିବାବେଳେ ସେ ୫୫୦ ଦରଖାସ୍ତ ପାଇଥିଲେ। ସେଥିରୁ ୫୦୦ଟି ସମାଧାନହୋଇଛି। ଘଟକେଶ୍ବର ଜଳସେଚନ ପ୍ରକଳ୍ପ ଲୋକାର୍ପିତ ହୋଇଛି। ୨୯ ତାରିଖ ସୁଦ୍ଧା ମନ୍ଦିର, ମସଜିଦ, ଚର୍ଚ୍ଚ ଆଦି ଲାଗି ଆସିବ ଖୁସି ଖବର। ଦିଗପହଣ୍ଡିରେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିଅମ କାମ ଚାଲିଛି। ବୋମକେଇରେ ଆମ ହସ୍ପିଟାଲ ଲୋକାର୍ପିତ ହୋଇଛି। ଯୁବ ପିଢ଼ିଙ୍କୁ ବିନା କାଗଜରେ ୧ ଲକ୍ଷ ଟଙ୍କା ଯାଏ ଵିଜନେସ ପାଇଁ ଋଣ ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ କରିଛନ୍ତି ବୋଲି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ। ଲକ୍ଷ୍ମୀ ବସ ଆରମ୍ଭ କରାଯାଇଛି । ମାଆ ମାନଙ୍କ ପାଇଁ ଲକ୍ଷ୍ମୀ ବସ ଟିକେଟର ଦାମ ମାତ୍ର ୫ଟଙ୍କା ରଖାଯାଇଛି । ପଞ୍ଚାୟତରୁ ବ୍ଲକ ଯାଇପାରିବା ନେଇ ମୁଖ୍ୟମନ୍ତ୍ରୀ ଏହି ସେବା ଆରମ୍ଭ କରିଛନ୍ତି । ଏଥିରେ ସ୍କୁଲ କଲେଜ ପିଲାମାନେ ଶିକ୍ଷାନୁଷ୍ଠାନ ମଧ୍ୟ ଯାଇପାରୁଛନ୍ତି । +୩ ଓ ପିଜିରେ ନୂଆ-ଓ ଛାତ୍ରବୃତ୍ତି ନୂଆ ଯୋଜନାରେ ଆଉ ୫ ଦିନ ପରେ ଛାତ୍ରଛାତ୍ରୀ ଅର୍ଥରାଶି ନିଜ ବ୍ୟାଙ୍କ ଖାତାରେ ପାଇବେ । ପୁଅମାନେ ୯ହଜାର, ଝିଅମାନେ ୧୦ ହଜାର ଟଙ୍କା ପାଇବେ । ଅଭିଭାବକଙ୍କ ବୋଝ ହାଲୁକା କରିବାକୁ ମୁଖ୍ୟମନ୍ତ୍ରୀ ଚିନ୍ତା କରି ଏହି ଯୋଜନା ଆଣିଛନ୍ତି । ଛାତ୍ରଛାତ୍ରୀ ପ୍ରତିବର୍ଷ ଏହି ବୃତ୍ତି ପାଇବେ । ଏହା ଆଉ କେଉଁ ରାଜ୍ୟରେ ହୋଇନି ବୋଲି ଏହି ଅବସରରେ ସୂଚାଇ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ମିଶନ ଶକ୍ତି ମାଆମାନଙ୍କୁ ଭଲ କାମ କରିବା ଲାଗି ଆହ୍ବାନ ଦେଇଥିଲେ । ସମସ୍ତେ ମିଶି ଭଲକାମ କରିବା ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ଆହ୍ବାନ ଦେଇଥିଲେ ପାଣ୍ଡିଆନ । ମାଆମାନଙ୍କ ଲୋନ ସୀମାରେ ଆହୁରି ବୃଦ୍ଧି କରାଯିବ । ସିଆରପି, ଏମବିକେ, କୃଷକସାଥୀଙ୍କ ଦରମା ଆଉ ଗୋଟିଏ ସପ୍ତାହ ମଧ୍ୟରେ ବଢିବ ବୋଲି କହିଥିଲେ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଥିଲେ। ଏଥିରେ ସାଂସଦ ମାନସ ମଙ୍ଗରାଜ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଡ଼। ରମେଶ ଚନ୍ଦ୍ର ଚ୍ଯାଉ ପଟ୍ଟନାୟକ,ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର, ଜିଏମ ଡିଆସି ପ୍ରସନ୍ନ କୁମାର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିପ୍ଲବ ପାତ୍ର, କୁକୁଡ଼ାଖଣ୍ତି ବ୍ଲକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର, ତହସିଲଦାର ସପନ କୁମାର ସାହୁ,ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ା.ପଲ୍ଲବୀ ସ୍ୱାଇଁ,କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ଉପାଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ, ଗ୍ରାମ ପଞ୍ଚାୟତ ଉର୍ଣ୍ଣୟନ ଅଧିକାରିଣୀ ସୁପ୍ରଭା ସାହୁ, ସହକାରୀ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ
ଅନୁରାଗ ରଥ, ସିଡିପିଓ କୁସୁମ କୁମାରୀ ସାହୁ, ଏଓ ସିମାଞ୍ଚଳ ମୋସ୍ତି, ଯୋଗାଣ ଅଧିକାରୀ ଧିରେନ୍ ସାହୁ, ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର, ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ, ବିଜେଡି ବ୍ଲକ ସଭାପତି ସୀତାରାମ ସାହୁ, ସାଂସଦ ପ୍ରତିନିଧି ନିରଞ୍ଜନ ମହାନ୍ତି, ଉପସଭାପତି ମାନେ ହେଲେ ରବିନ୍ଦ୍ର ମହାରଣା, କୈଳାସ ବିଷୋୟୀ, କିଶୋର ଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ସନାତନ ସଂଗ୍ରାମ ସିଂହ, ଜିଲ୍ଲା ପରିଷଦ ସଭ୍ଯା ମାନେ ହେଲେ ଭାରତୀ ନାୟକ, ମମତା ଦାଶ, ଶିବାନୀ ସେଠୀ, ସରପଞ୍ଚ ମାନେ ହେଲେ ବଶିଷ୍ଠ କୁମାର ଜେନା, ରାଧାମୋହନ ସେଠୀ, କାପଲ ବୁଲୁ, ବନ୍ଦନା ସେଠୀ, ଅନୀଲ କୁମାର ଗୌଡ, ଦେବାଶିଷ ସେଠୀ, ଲକ୍ଷ୍ମୀ ମହାକୁଡ଼, ମାମି ସାସମଲ, କାମିନୀ ନାୟକ, ପୂର୍ଣ୍ଣବାସୀ ବିଶ୍ୱାଳ, କ୍ରାନ୍ତି କୁମାରୀ ଦେବୀ, ଚନ୍ଦ୍ରଶେଖର ନାୟକ, ଝିଲି ସେଠୀ, ସୁଦଷ୍ଟା ସାହୁ, ଚିତ୍ତରଞ୍ଜନ ବିଷୋୟୀ, ମୁରଲି ସେଠୀ, ସୁରେଶ ସେଠୀ, କାହ୍ନୁ ଚରଣ ପାତ୍ର, ରବିନ୍ଦ୍ରନାଥ ପାତ୍ର, ନିରୁପମା ପାତ୍ର, ଜଗନ୍ନାଥ ଭୂୟାଁ, ଅଶୋକ ଦାସ, ଏମବିକେ, ସିଆରପିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ବେଳେ ବ୍ରହ୍ମପୁର ପୋଲିସ ବିଭାଗ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଏସଡିପିଓ ଶିବ ସଙ୍କର ମହାପାତ୍ର, ନିମଖଣ୍ତି ଥାନା ଅଧିକାରିଣୀ ରେବତୀ ସବର ପ୍ରମୁଖ ଉପସ୍ଥିତ ଥିଲେ।।(ପି.କୃଷ୍ଣମୂର୍ତ୍ତି ରିପୋର୍ଟ)