August 31, 2026

କୋରାପୁଟରେ ଜଳରଙ୍ଗ ଚିତ୍ରଶିଳ୍ପୀ ଶିବିର ଓ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ…

bod
Share


କୋରାପୁଟ, କୋରାପୁଟର ଦେଓମାଳୀ ଠାରେ ଓଡିଶା ଲଳିତ କଳା ଏକାଡେମୀ,ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଏବଂ କୋରାପୁଟ ଜିଲ୍ଲା ପ୍ରଶାସନ ସହଯୋଗରେ ଏକ ରାଜ୍ୟ ସ୍ତରୀୟ ଯୁବ ଚିତ୍ରଶିଳ୍ପୀ ଶିବିର ଆୟୋଜିତ ହୋଇଯାଇଛି।ଏହା ଦେଓମାଳୀ ପର୍ବତର ଶିଖର ଦେଶରେ କେନ୍ଦ୍ରାଞ୍ଚଳ ତଥା ଦକ୍ଷିଣାଞ୍ଚଳ ଆ ର. ଡି.ସି.ରଞ୍ଜନ କୁମାର ଦାସ (ଭା.ପ୍ର. ସେ ) ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଦେଓମାଳୀର ସୌନ୍ଦର୍ଯ୍ୟକୁ ଶିଳ୍ପୀମାନେ ରଙ୍ଗ ଓ ତୂଳୀରେ ଅଙ୍କନ କରୁଥିବାରୁ ଅନେକ ପ୍ରଶଂସା କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ (ଭା. ପ୍ର. ସେ )ଯୋଗଦେଇ ଚିତ୍ରଶିଳ୍ପୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଉତ୍ସବରେ ଏକାଡେମୀର ସଭାପତି ସୁଦର୍ଶନ ପଟ୍ଟନାୟକ,ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପୌରହିତ୍ୟ କରିଥିଲେ।ପ୍ରାରମ୍ଭରେ ଏକାଡେମୀର ସଚିବ ଡ .ପଞ୍ଚାନନ ସାମଲ ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ ଶିବିର ଆଭିମୁଖ୍ୟ ସମ୍ପର୍କରେ କହିଥିଲ।ଏହି ଅବସରରେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ, ଆଇ. ଏ. ଏସ ପ୍ରବେସନର ସୌମ୍ୟରଂଜନ ପ୍ରଧାନ ଉପସ୍ଥିତ ଥିଲେ।ଅପରାହ୍ନରେ କୋରାପୁଟ ସଦର ମହକୁମାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀଠାରେ ଉକ୍ତ ଅତିଥି ମାନଙ୍କ ଦ୍ଵାରା ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ ହୋଇଥିଲା।କାର୍ଯ୍ୟକ୍ରମକୁ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରୀତିସୁଧା ଜେନା ପରିଚାଳନା କରିଥିଲେ।ପ୍ରଦର୍ଶନୀ ସର୍ବସାଧାରଣଙ୍କ ପାଇଁ ପ୍ରତ୍ୟହ ଦିନ ୧୧ ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ।

You may have missed