ବ୍ରହ୍ମଗିରି ବିଜେଡି ଅନ୍ତର୍ଦୋନ୍ଦ ରୁ ଫାଇଦା ମାରିନେବେ ରମେଶ …
ହଁ ଆଜ୍ଞା ଆମେ କହିବାକୁ ଓଡିଶାର ବ୍ୟୟବହୁଳ ନିର୍ବାଚନ ମଣ୍ଡଳୀ ହେଉଛି ପୁରୀଜିଲ୍ଲାର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ l ଏଠାରେ ବିଜୁ ଜନତା ଦଳର ପୂର୍ବତନ ଯୋଜନା ବୋର୍ଡ ଅଧକ୍ଷ ଓ ବର୍ତମାନ ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ କୁମାର ଦାସବର୍ମା ଗତନିର୍ବାଚନରେ ଭାରତୀୟ ଜନତା ପାର୍ଟିର ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଠାରୁ ହାରିଥିଲେ l ଆସନ୍ତା ନିର୍ବାଚନ ରେ ପୁରୀଜିଲ୍ଲାରେ ସଞ୍ଜୟ ଦାସବର୍ମା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ରୁ ପ୍ରାର୍ଥୀ ହେବାପାଇଁ ଆଲୋଚନା ହେଉଥିବା ବେଳେ , ସେ ଦିନରେ ସତ୍ୟବାଦୀ ରେ ବିଭିନ୍ନ ସମାବେଶ କରୁଥିବା ବେଳେ ୨୮ନମ୍ବର ଜୋନ ଜିଲ୍ଲାପରିଷଦ କୈଳାଶ ପରିଡା ବିଧାୟକ ପ୍ରାର୍ଥୀ ହେବାପାଇଁ ବ୍ରହ୍ମଗିରି ବିକାଶ ମଞ୍ଚ ନାମରେ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ପଞ୍ଚାୟତ ରେ ଛୋଟଛୋଟ ସଭାର ଆୟୋଜନ କରିବା ସହିତ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଜନସାଧାରଣ ବିଭିନ୍ନ ହସ୍ପିଟାଲ ରେ ଚିକିର୍ସିତ ହେଉଥିବା ବେଳେ ସେମାନଙ୍କୁ ସାକ୍ଷାତ କରି ଫୋଟୋ ସୋସିଆଲ ମିଡିଆରେ ଛାଡି ବିଜେଡି ଟିକେଟ ପାଇବା ପାଇଁ ଆଶା ବାନ୍ଧିଛନ୍ତି l କିନ୍ତୁ ନିଆରା ଢଙ୍ଗରେ ବ୍ରହ୍ମଗିରି ରୁ ୨୦୨୪ ନିର୍ବାଚନ ରେ ପ୍ରାର୍ଥୀ ହେବାପାଇଁ ହଜାର ହଜାର ସମର୍ଥକଙ୍କ ସହିତ ପ୍ରୟାସ ଜାରି ରଖିଛନ୍ତି ସମାଜସେବୀ ରମେଶ ପ୍ରଧାନ l ବିଗତ ଦିନ ମାନଙ୍କରେ ବ୍ରହ୍ମଗିରି ବ୍ଲକ, କୃଷ୍ଣପ୍ରସାଦ ବ୍ଲକ ଓ ପୁରୀ ସଦର ବ୍ଲକ ରେ ବିଭିନ୍ନ ପଞ୍ଚାୟତ ରେ କୋଡିଏ ରୁ ପଚିଶି ଜଣକୁ ନେଇ ସମାବେଶ କରୁଥିଲେ କିନ୍ତୁ ବର୍ତମାନ ରମେଶଙ୍କ ପ୍ରତି ଜନତାଙ୍କ ସମର୍ଥନ ଭାରିମାତ୍ରା ବଢିଚାଲିଛି l ଆଗରୁ ରମେଶଙ୍କ ଯେଉଁଠି କୋଡିଏ ରୁ ପଚିଶ ଜଣ ସମର୍ଥକ ଦେଖିବାକୁ ମିଳୁଥିଲା ବର୍ତମାନ ସେହି ଜନ ଜାଗରଣ ସମାବେଶ ରେ ହଜାର ହଜାର ପୁରୁଷ ମହିଳା ଯୁବକ ଯୁବତୀ ଅଂଶଗ୍ରହଣ କରି ରମେଶଙ୍କୁ ବିଧାୟକ ପ୍ରାର୍ଥୀ ହୋଇ ସେମାନଙ୍କ ଅଞ୍ଚଳର ବିକାଶ ପାଇଁ ବାଧ୍ୟ କରୁଛନ୍ତି l ରମେଶଙ୍କ ପ୍ରତି ଏଭଳି ଜନତାଙ୍କ ସମର୍ଥନ ଦେଖି ବିଭିନ୍ନ ଦଳର କର୍ମୀମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି l ରମେଶ କୋଉ ଦଳରୁ ପ୍ରାର୍ଥୀ ହେବେ ନିଜେ କହିନଥିବା ବେଳେ ବ୍ରହ୍ମଗିରି ର ଭୋଟର ମାନେ ରମେଶଙ୍କ ଏଭଳି ସମାବେଶ ଦେଖି କହୁଛନ୍ତି ବିଜେଡି ଟିକେଟ ମାରିନେବେ ରମେଶ ପ୍ରଧାନ l ଆଗକୁ ଦେଖିବାକୁ ବାକିରହିଲା ବ୍ରହ୍ମଗିରି ରୁ ବିଜେଡି ଟିକେଟ ନେଉଛି କିଏ?
ସଞ୍ଜୟ
କୈଳାଶ
ନା ରମେଶ
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)