November 25, 2024

ଜବର ଦଖଲ ଉଚ୍ଛେଦ ଦାବି ନେଇ ସାମ୍ବାଦିକ ସମ୍ମିଳନୀ….

Share

ବୋଲଗଡ଼, ବୋଲଗଡ଼ ବ୍ଲକ ଧଳାପଥର ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ଗ୍ରାମବାସୀମାନେ ଜବର ଦଖଲ ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଠାରେ ପ୍ରକାଶ ଥାଉକି ଠଣାପଲ୍ଲୀ ଗ୍ରାମର ଗଣନାଥଙ୍କ ପତ୍ନୀ ଶାନ୍ତିଲତା ଶତୃସଲ୍ୟ ସରକାରୀ ଗୋଚର ଜମି ସହିତ ପୋଖରୀ ହୁଡା ଜବର ଦଖଲ କରି ନେଇ ଥିବାରୁ ଏହାକୁ ଉଚ୍ଛେଦ କରିବା ପାଇଁ୩୦.୪.୨୦୨୪ରିଖରେ ଠଣାପଲ୍ଲୀ ଗ୍ରାମବାସୀମାନେ ବୋଲଗଡ଼ ତହସିଲଦାର ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ। ବୋଲଗଡ଼ ତହସିଲଦାର ଉକ୍ତ ଜାଗା ପରିଦର୍ଶନ ସହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏହା କାର୍ଯ୍ୟକାରୀ ନ ହେବାରୁ ଠଣାପଲ୍ଲୀ ଗ୍ରାମବାସୀମାନେ ତା ୫.୪.୨୦୨୩ରିଖରେ ଧଳାପଥର ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଏଥିରେ ଉତ୍କ୍ଷିପ୍ତ ହୋଇବୋଲଗଡ଼ ତହସିଲଦାର ଧଳାପଥର ଫାଣ୍ଡି ଅଧିକାରୀଙ୍କ ମାଧ୍ୟମରେ ଠଣାପଲ୍ଲି ଗ୍ରାମର ୫୧ଜଣ ପୁରୁଷ ଓ ମହିଳାଙ୍କ ନାମରେ କେସ ରୁଜୁ କଲା। ଠଣାପଲ୍ଲୀ ଗ୍ରାମବାସୀ ଏହାର ପ୍ରତିବାଦ କଲେ ମଧ୍ୟ କେହି ଶୁଣିଲେ ନାହିଁ, ବାଧ୍ୟ ହୋଇ ଗ୍ରାମବାସୀ ମାନେ ଜବର ଦଖଲ ଉଚ୍ଛେଦ ଆଇନ OPLE ଅନୁଯାୟୀ ୧୩୩ କେସ କଲେ। ଖୋର୍ଦ୍ଧା ଉପଜିଲ୍ଲାପାଳ ଏହାକୁ ବିଚାରକୁ ନେଇ କେସ ନ ୦୪/୨୦୨୩ଚିଠି ନ ୨୦୯ ତା ୨୧.୧୧.୨୩ରେ ଉକ୍ତ ଜାଗା ଉଚ୍ଛେଦ ପାଇଁ ବୋଲଗଡ଼ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଲେ ।ମାତ୍ର ଏହା ଭିତରେ ଦୁଇ ମାସ ବିତିଯାଇ ଥିଲେ ହେଁ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଠଣାପଲ୍ଲୀ ଗ୍ରାମବାସୀମାନେଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ ପାଇଁ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ମାଗିଛନ୍ତି । ପନ୍ଦର ଦିନ ମଧ୍ୟରେ ଉଚ୍ଛେଦ କରା ନ ଗଲେ ବାଧ୍ୟ ହୋଇ ବୋଲଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଠଣାପଲ୍ଲୀ ଗ୍ରାମବାସୀ ମାନେ ଧାରଣା ଦେବାକୁ କହିଛନ୍ତି। ଶାନ୍ତିଲତାଙ୍କର ବହୁ ସମ୍ପତି ଥିବା ବେଳେ ଧଳାପଥର ରାଜସ୍ବ ଅଧିକାରୀ ଓ ବୋଲଗଡ଼ ତହସିଲଦାର ତାଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ସମସ୍ତ ଠଣାପଲ୍ଲୀ ଗ୍ରାମବାସୀ ଏକଜୁଟ ହେଇ ଧାରଣା ଦେବାକୁ ବିଭାଗୀୟ ଅଧିକାରୀ, ପୋଲିସ ପ୍ରଶାସନ ଓ ନେତୃବର୍ଗଙ୍କୁ ଅବଗତ କରାଇଵାକୁ ନିଷ୍ପତି ନେଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)