କଡା ସୁରକ୍ଷା ମଧ୍ୟରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର…
ବୁଗୁଡ଼ା : ତା ୧୮/୦୨/୨୪ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ଏ ବର୍ଷ ୨୦ ଫେବୃୟାରୀରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ହେବାକୁ ଥିଲାବେଳେ ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ନୋଡାଲ ସେଣ୍ଟର ସ୍ଥାପନ କରାଯାଇ ୨୪ ଘଣ୍ଟିଆ ପୋଲିସ ପ୍ରହରା ସହ କଡା ସୁରକ୍ଷା ମଧ୍ୟରେ ପ୍ରଶ୍ନପତ୍ର ରଖାଯାଇଥିବା ଜଣାଯାଇଛି । ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ଅଧିନସ୍ଥ ୧୦ଟି ପରୀକ୍ଷା କେନ୍ଦ୍ରରେ କିପରି ସୁରକ୍ଷିତ ଭାବେ ପ୍ରଶ୍ନପତ୍ର ପହଞ୍ଚି ପାରିବ ସେନେଇ ନୋଡାଲ ସେଣ୍ଟର ସୁପରିଟେଣ୍ଡେଣ୍ଟ୍ କାଳୀ ଚରଣ ବେହେରା ଓ ଡେପୁଟି ସୁପରିଟେଣ୍ଡେଣ୍ଟ୍ ତପନ କୁମାର ପାଢୀଙ୍କ ନେତୃତ୍ବରେ ବ୍ଯାପକ ପଦକ୍ଷେପ ଗ୍ରହଣ କରାଯାଇଛି । ପିପୁଲ୍ସ ହାଇସ୍କୁଲ ନୋଡାଲ୍ ସେଣ୍ଟର ଅଧିନରେ ବାଲିପଦର ହାଇସ୍କୁଲ , ପଙ୍କଳବାଡି ଆର.ଏ.ହାଇସ୍କୁଲ , ତାଳସାକର ମହାମାୟୀ ହାଇସ୍କୁଲ , ବୁଗୁଡ଼ା ଏସ୍.ବି.ଏନ୍ ଗାର୍ଲସ୍ ହାଇସ୍କୁଲ ଓ ପିପୁଲ୍ସ ହାଇସ୍କୁଲ , ବୀରଧନଞ୍ଜୟପୁର ବୁଦ୍ଧଗିରି ବିଦ୍ୟାପୀଠ , ବି.କରଡ଼ାବାଡ଼ିର ଏସ୍.ଏ.ବିଦ୍ଯାପୀଠ , ମାଣିତରା ରିଜିଓନାଲ ହାଇସ୍କୁଲ , କରଚୁଲି ଶକୁନ୍ତଳା ବିଦ୍ୟାପୀଠ ଆଦି ୧୦ଟି ପରୀକ୍ଷା କେନ୍ଦ୍ର ରହିଥିବା ଜଣାଯାଇଛି ।