ଗୁଣ୍ଠପଲବା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ…

Share

ଆଦ୍ୟ ତା: ୧୫/୦୨/୨୦୨୪ ରିଖ ଗୁରବାର ଦିନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମଳିକ ଙ୍କ ପୌରହିତ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି , ମୁଖ୍ୟ ଅତିଥି ଭାବେ ସିଆରସିସି ଶ୍ରୀ ହରେ କୃଷ୍ଣ ଶତପଥୀ ଯୋଗଦେଇ ” ଶିଶୁ ମାନେ ହିଁ ଭଗବାନ ସ୍ୱରୂପ, ଶିଶୁ ହସିଲେ ଦୁନିଆ ହସେ ” ନିଜ ଅଭିଭାଷଣରେ ବ୍ୟକ୍ତ କରିଥିଲେ।
‌ ସମ୍ମାନନୀୟ ଅତିଥି ଭାବେ ଅନୁଷ୍ଠାନର ସଭାପତି ଶ୍ରୀ ରାମଚନ୍ଦ୍ର ରାଉତ , ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ଶ୍ରୀ ଜୟ ଦେବ ପ୍ରଧାନ, ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା, A.W.W. ସୁଦେଷ୍ଣା ରାଉତ ମଞ୍ଚାସିନ ଥିଲେ। ଅତିଥି ମାନଙ୍କ ଦ୍ଵାରା କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ପ୍ରଶଂସl ପତ୍ର ପ୍ରଦାନ କରାଯାଇଥିଲା।
‌ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଆକର୍ଷଣୀୟ ଥିଲା। ପ୍ରଧାନଶିକ୍ଷକ ସ୍ଵାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା ଧନ୍ୟବାଦ ଦେଇଥିଲେ।
‌ଅନୁଷ୍ଠାନର ସମସ୍ତ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)

You may have missed