ଆଜିର ଖବର..
➡️୧-ଆଜି ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ହସ୍ପିଟାଲ ର଼୍ୟାଙ୍କିଙ୍ଗ ପ୍ରକାଶ ପାଇବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ର଼୍ୟାଙ୍କିଙ୍ଗ ପ୍ରକାଶ କରିବେ। ସେହିପରି ସ୍ବାସ୍ଥ୍ୟସେବାରେ ଉତ୍କର୍ଷତା ପାଇଁ ମୁଖ୍ୟମନ୍ତ୍ରୀ ପୁରସ୍କାର ମଧ୍ୟ ମିଳିବ।
➡️୨-ଭିଡିଓ କନ୍ଫରେନ୍ସିଂ ଜରିଆରେ ବଲାଙ୍ଗିର, ବରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ବର୍ତ୍ତମାନ ସୁଦ୍ଧା ୧୪ଟି ଜିଲ୍ଲା ହେଲେଣି ସାମିଲ।
➡️୩-ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦେଲା ଓଡ଼ିଶା ସଚିବାଳୟ ସେବା ସଂଘ। ସରକାରଙ୍କ ସହ ବାରମ୍ବାର ଆଲୋଚନା ସତ୍ତ୍ୱେ ଦାବି ପୂରଣ ହେଉନଥିବାରୁ ସଚିବାଳୟ ସେବା କ୍ୟାଡ଼ରର କର୍ମଚାରୀମାନେ ଏହି ଆନ୍ଦୋଳନ ଡାକରା ଦେଇଛନ୍ତି l
➡️୪-5T ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ସ୍କୁଲକୁ କଲେ ଲୋକାର୍ପିତ l
➡️୫-ରାଜ୍ୟ କ୍ୟାବିନେଟ୍ରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର l ନିର୍ବାଚନକୁ ଆଖି ଆଗରେ ରଖି ଏଥିରେ ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରାଯାଇଛି।
➡️୬-ନୂଆ ଯୋଜନା ‘ସ୍ୱୟଂ’ର ଶୁଭାରମ୍ଭ l ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ୧ ହଜାର ଟଙ୍କା l ପରିବାର ପିଛା ୧ ହଜାର ଟଙ୍କା ଓ ୨ଟି ଝୋଟ ବ୍ୟାଗ୍ ମିଳିବ । ଯୁବ ସମାଜ ପାଇଁ ନୂଆ ସ୍କିମ ‘ସ୍ୱୟମ’–ସ୍ୱତନ୍ତ୍ର ଯୁବ ଉଦ୍ୟମୀ – ୧୮ରୁ ୩୫ ବର୍ଷ ବୟସ ସୀମା ମଧ୍ୟରେ ବିନା ସୁଧରେ ମିଳିବ ୧ ଲକ୍ଷ ପର୍ଯ୍ୟନ୍ତ ଋଣ l
➡️୭-ଆସନ୍ତା ଫେବୃୟାରୀ ୨୦ ତାରିଖରେ ଆଂଶିକ କଟକ ସହର ସମସ୍ୟାରେ ବକ୍ସଡ୍ରେନ୍ ର ହେବ ଉଦ୍ଘାଟନ l ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନ ଶେଷ ହେବା ପରେ ପୁଣି ଫେବୃୟାରୀ ୩୧ ସୁଦ୍ଧା ଛତ୍ରବଜାର ଯାଏ ବକ୍ସଡ୍ରେନ୍ କାମ ସମ୍ପୂର୍ଣ୍ଣ କରାଯାଇ ଉଦ୍ଘାଟନ କରାଯିବ।
➡️୮-ରୋଜଗାର ମେଳା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଏକ ଲକ୍ଷରୁ ଅଧିକ ଯୁବକଯୁବତୀଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦୀ l
➡️୯-ଆଜି ଓଡିଶା ଆସିବେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଶିବରାଜ ସିଂହ ଚୌହାନ । କଟକ ଓ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଗସ୍ତକରି ଦଳର ସାଙ୍ଗଠନିକ ସ୍ଥିତି ସମୀକ୍ଷା କରିବେ ।
➡️୧୦-ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ; ଓଲିଉଡ, ବଲିଉଡ ସହ ହଲିଉଡ୍ରେ ବି ଅଭିନୟ କରିଥିଲ ଏହି ଓଡ଼ିଆ ଷ୍ଟାର୍ l ଗତକାଲି ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି l
➡️୧୧-ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ମିଳିଲା ରାଜ୍ୟସଭା ଟିକଟ l
➡️୧୨-ଆଜିଠାରୁ କୃଷକମାନେ ‘ଦିଲ୍ଲୀ ଚଲୋ’ ଅଭିଯାନରେ ବାହାରିବାକୁ ଥିବାବେଳେ ଏହା ପୂର୍ବରୁ ଦିଲ୍ଲୀ ପୋଲିସ ସାରା ସହରରେ ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ୧୪୪ ଧାରା କଲା ଜାରି । ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।
➡️୧୩-ଅର୍ଥ ହେରଫେର ଘଟଣାରେ ସହଯୋଗ କରୁନାହାଁନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ l ଏନେଇ ଅଭିଯୋଗ କଲେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ।
➡️୧୪-ଏଣିକି ମାରୁତି ସୁଜୁକି ଆଣିବ ଉଡନ୍ତା କାର୍, ୩ ଜଣ କରିପାରିବେ ଯାତ୍ରା l ମାରୁତି ସୁଜୁକି ନିଜ ପ୍ୟାରେଣ୍ଟ କମ୍ପାନୀ ସୁଜୁକି ମୋଟର କର୍ପୋରେସନ ସହିତ ମିଶି ଏକ ଇଲେକ୍ଟ୍ରିକ୍ କପ୍ଟର ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି । ଏହି ଇଲେକ୍ଟ୍ରିକ୍ ଏୟାର କାରକୁ ଘର ଛାତରୁ ଉଡାଇହେବ ଏବଂ ଅବତରଣ ମଧ୍ୟ କରିହେବ ।
➡️୧୫-ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାମ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଅଯୋଧ୍ୟା ଯାଇ ନବନିର୍ମିତ ଶ୍ରୀରାମ ମନ୍ଦିରରେ ରାମଲଲ୍ଲାଙ୍କ ଦର୍ଶନ କରିବା ସହିତ କଲେ ପୂଜାର୍ଚ୍ଚନା l
➡️୧୬-ଶ୍ରୀଲଙ୍କା ଏବଂ ମରିସସରେ ଆରମ୍ଭ ହେଲା ୟୁପିଆଇ ସେବା: ମୋଦୀ କହିଲେ, ‘ଐତିହାସିକ ଦିନ l
➡️୧୭-ଗୁପ୍ତଚରଗିରି ଅଭିଯୋଗରେ କାତାର ଜେଲରେ ଥିବା ଭାରତୀୟ ନୌସେନାର ୮ ଜଣ ଅଧିକାରୀଙ୍କୁ କରାଗଲା ମୁକ୍ତ l ଉକ୍ତ ୮ ଜଣଙ୍କ ମଧ୍ୟରୁ ୭ ଜଣ ୧୮ ମାସ ଜେଲରେ ରହିବା ପରେ ଭାରତ ଫେରିଛନ୍ତି। ବାକି ଜଣକ ପରେ ଫେରିବେ। ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ।
➡️୧୮-ଫେବୃଆରୀ ୧୫ରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ସଂପୂର୍ଣ୍ଣ ଫିଟ୍ ହୋଇ ନ ଥିବାରୁ ଦଳରୁ ବାଦ୍ ପଡ଼ିଲେ କେଏଲ ରାହୁଲ l
➡️୧୯-ଭାରତୀୟ ପୁରୁଷ ହକି ଦଳ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଅପରାଜେୟ ରହିଥିବାବେଳେ ମହିଳା ଦଳ ଚୀନ ବିପକ୍ଷ ମ୍ୟାଚ୍ରେ ୧-୨ ଗୋଲ୍ରେ ହେଲା ପରାସ୍ତ l
➡️୨୦-ଇଣ୍ଡୋନେସିଆରେ ୱେଷ୍ଟ ଜାଭାର ସିଲିୱାଙ୍ଗି ଷ୍ଟାଡିୟମରେ ଫୁଟବଲ ମ୍ୟାଚ ବେଳେ ମାରିଲା ଭୟଙ୍କର ବିଜୁଳି l ପଡ଼ିଆରେ ମ୍ୟାଚ୍ ଖେଳୁଥିବା ସେପ୍ଟାଇନ ରାହାରଜା ପଡ଼ିଆ ମଝିରେ ହିଁ ଟଳି ପଡିଲେ l ଘଟଣା ପରେ ଇଣ୍ଡୋନେସିଆର ଏକାଧିକ ଟିମ ସେପ୍ଟାଇନଙ୍କ ପାଇଁ କଲେ ନୀରବ ପ୍ରାର୍ଥନା l