November 25, 2024

ସମ୍ପ୍ରୀତି କାର୍ଯ୍ୟକ୍ରମ ଉଦଯାପିତ….

Share

 

ଭଂଜନଗର,ଭଂଜନଗର ବ୍ଲକର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ୩ ଦିନ ଧରି ଚାଲିଥିବା ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପରୀ “ସମ୍ପ୍ରିତି” ଉଦଯାପିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ସହ ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁଙ୍କ ପୌରହିତ୍ୟରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ ଓ ଗାଇଡ୍ କ୍ୟାମ୍ପ “ସମ୍ପ୍ରିତି” ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତ ସ୍କାଉଟ ଓ ଗାଇଡ୍ ର ନେସନାଲ ଭାଇସ୍ ପ୍ରେସିଡେଣ୍ଟ କାଳୀପ୍ରସାଦ ମିଶ୍ର ଓ ମୁଖ୍ୟ ବକ୍ତା ରୂପେ ସ୍କାଉଟ ଓ ଗାଇଡ୍ ର ରାଜ୍ୟ ସେକ୍ରେଟାରୀ ଶରତ ଚନ୍ଦ୍ର ପାଇକରାୟ ଯୋଗଦେଇ ଏହି କ୍ୟାମ୍ପରୀ ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସମାଜ ପ୍ରତି ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ପରାମର୍ଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଭଂଜନଗର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ, ଜଗନ୍ନାଥ ପ୍ରସାଦ ବିଇଓ କଲ୍ୟାଣୀ ପାଢ଼ୀ, ସ୍କାଉଟ ଓ ଗାଇଡ୍ ର ରାଜ୍ୟ ପ୍ରଶାସନିକ ଅଧିକାରୀଣି ଅନାମିକା ଦାସ୍, ଗଞ୍ଜାମ ସ୍କାଉଟ ଓ ଗାଇଡ୍ ସେକ୍ରେଟାରୀ ଭାଗିରଥି ସ୍ଵାଇଁ, ଡିବି ବାଳିକା ହାଇସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ସ୍ବରାଜ କଅଁର, ବଡକୋଦଣ୍ଡା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଯେନା, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ଓ ବାହାଡାପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ। ଆଶାତୀତ ସଂଖ୍ୟକ ଅଂଶଗ୍ରହଣ କାରୀଙ୍କୁ ନେଇ ଏହି ଜିଲ୍ଲା ସ୍ତରୀୟ କ୍ୟାମ୍ପରୀ କାର୍ଯ୍ୟକ୍ରମ ର ସଫଳତା ପାଇଁ ଉପସ୍ଥିତ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଅତିଥିଗଣ ସନ୍ତୋଷ ବ୍ୟକ୍ତ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ।
ତିନି ଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ଗଂଜାମ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଗଞ୍ଜାମ ଜିଲ୍ଲା ପରିଷଦର ଚେୟାରମେନ ଅଞ୍ଜଳି ସ୍ଵାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହାର ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ଭଂଜନଗର ସହ ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳ ଦୀପ୍ତିମଣି ପ୍ରଧାନ ଓ ରାମଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ ଏବଂ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ ଭଂଜନଗର ଏନ୍ ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ବ୍ଳକ ଅଧ୍ୟକ୍ଷ ନରିସଭା ନାୟକ, ଏଡିଇଓ ପବିତ୍ର ମୋହନ ସାହୁ, ବିଇଓ ଏସ୍ ଧନଞ୍ଜୟ, ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ଅଧ୍ୟକ୍ଷ ବିମଳ ଚରଣ ସ୍ଵାଇଁ, ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପାତ୍ର, ଗଂଜାମ ଜିଲ୍ଲା ଆଇପି ଭାଗିରଥି ସ୍ଵାଇଁ। ସମସ୍ତ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ ମାର୍ଚ୍ଚଫାଷ୍ଟ ରେ ଆସି ସମସ୍ତ ଅତିଥିଙ୍କୁ ସାଲ୍ୟୁଟ ପ୍ରଦାନ କରିବା ସହ ସ୍କାଉଟ ଓ ଗାଇଡ୍ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରିଥିଲେ। ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଯଥାବିଧି ଆରମ୍ଭ ହୋଇଥିଲା। ଅତିଥି ମାନେ ଏହି କାର୍ଯ୍ୟକ୍ରମ ଆୟୋଜନ ର ଲକ୍ଷ ଓ ଉଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ ଏବଂ ରାଷ୍ଟ୍ର ନିର୍ମାଣରେ ଛାତ୍ରଛାତ୍ରୀ ଓ ସ୍କାଉଟ ଓ ଗାଇଡ୍ ଏବଂ ଏନସିସି ମାନଙ୍କର ଭୂମିକା ତଥା କର୍ତ୍ତବ୍ୟ ଓ ଦାୟିତ୍ଵ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ରାଜ୍ୟର ତୃତୀୟ ଶ୍ରେଷ୍ଠ ବିଇଓ ଭାବେ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ହେତୁ ବରିଷ୍ଠ ବିଇଓ ଏସ୍ ଧନଞ୍ଜୟ ଓ ଶିକ୍ଷକ ଶ୍ୟାମାପ୍ରସାଦ ମିଶ୍ର, ହୃଷୀକେଶ ନାୟକ ଓ ଗିରିଜା ଶଙ୍କର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଂଧ୍ୟାରେ କ୍ୟାମ୍ପ ଫାୟାର ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମର ୨ୟ ଦିବସରେ ପରିଚାଳକ ତଥା ତତ୍ତ୍ଵାବଧାରକ ବରିଷ୍ଠ ବିଇଓ ଏସ୍ ଧନଞ୍ଜୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ନାଭାଲ ସିଡ଼ିଆର. ଡ଼ି. ଜେ. ସିଂ ଏବଂ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ଜିଲ୍ଲା ସ୍କାଉଟ ଓ ଗାଇଡ୍ ସେକ୍ରେଟାରୀ ( ଆଇପି) ଭାଗିରଥି ସ୍ଵାଇଁ, ବିଇଓ କଲ୍ୟାଣୀ ପାଢ଼ୀ, ପ୍ରଧାନ ଶିକ୍ଷୟତ୍ରୀ ସ୍ବରାଜ କଅଁର, ଆରଟିଓ ଶୁଭେନ୍ଦୁ ରଂଜନ ରାୟ, ଆଲୋଷ୍ଟା ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଯେନା, ବ୍ୟାଙ୍କ୍ ମେନେଜର ବିରୁପାକ୍ଷ ପାଢ଼ୀ, ବ୍ୟାଙ୍କ୍ ମେନେଜର ସାଇ ରାମ୍ ନାୟକ, ବ୍ୟାଙ୍କ୍ ମେନେଜର ମୋହିତ ପାତ୍ର, ପ୍ରାକ୍ତନ ରେଂଜର ଅନୁପମ ବାନାର୍ଜୀ। କାର୍ଯ୍ୟକ୍ରମର ୨ୟ ଦିବସରେ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ ମାନେ ବିଭିନ୍ନ ଆକ୍ଟିଭିଟି ଯଥା – ଫିଜିକାଲ ଡିସପ୍ଲେ ( ୟୋଗା, ଆସନ), ପେଇଣ୍ଟ୍, ଓରିଗାମି, ସ୍କିଲୋରୋମା, ଏସଡଇଜଇ ପ୍ରୋଜେକ୍ଟ, ଫୁଡ୍ ପ୍ଲାଜା, ଭିଲେଜ ଫେରି, ଗ୍ରୁପସଙ୍ଗ, ଜିକେ, ଫାଷ୍ଟ ଏଇଡ୍ ଶୋ ଇତ୍ୟାଦି ପ୍ରଦର୍ଶନ କରିଥିଲେ। ସଂଧ୍ୟାରେ କ୍ୟାମ୍ପ ଫାୟାର, ରାମ୍ପ ଶୋ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।
ଏହି ସ୍ଵତନ୍ତ୍ର ଉତ୍ସବ ରେ ମୋଟ ୨୦ ଟି ଇଭେଣ୍ଟ ରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ କୁ ମାନପତ୍ର ସହ ସିଲଡ୍ ପ୍ରଦାନ କରାଯାଇଥିଲା ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ କୃତିତ୍ୱ ହାସଲ ପାଇଁ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନ ମାନଙ୍କୁ ମାନପତ୍ର ଓ ଫଳକ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ସଂପାଦନ ପାଇଁ ବରିଷ୍ଠ ବିଇଓ ଏସ୍ ଧନଞ୍ଜୟ, ବିଇଓ କଲ୍ୟାଣୀ ପାଢ଼ୀ, ପ୍ରଧାନ ଶିକ୍ଷୟତ୍ରୀ ସ୍ବରାଜ କଅଁର, ଉମାକାନ୍ତ ନାହାକ, ସନ୍ତୋଷ କୁମାର ଯେନା, ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଓ ଦିଲିପ୍ କୁମାର ସ୍ବାଇଁ ଙ୍କୁ ଭାରତ ସ୍କାଉଟ ଓ ଗାଇଡ୍ ପକ୍ଷରୁ ମାନପତ୍ର ଓ ଫଳକ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଅଂଚଳବାସୀ ଭରପୂର ଉପଭୋଗ କରିଥିଲେ। ପରିଶେଷରେ ଭଂଜନଗର ବ୍ଲକ ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଏସ୍ ଧନଞ୍ଜୟ ଏହି କାର୍ଯ୍ୟକ୍ରମର ଅପୂର୍ବ ସଫଳତା ପାଇଁ ସନ୍ତୋଷ ପ୍ରକଟ କରିବା ସହିତ ଭାରତ ସ୍କାଉଟ ଓ ଗାଇଡ୍ ର ସମସ୍ତ ପ୍ରଶାସନିକ ଅଧିକାରୀ, ସମସ୍ତ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ, ଏନସିସି କେଡେଟ୍, ସମସ୍ତ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ, ସମସ୍ତ ପ୍ରଧାନ ଶିକ୍ଷକ, ସମସ୍ତ ସିଆରସିସି, ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଅଫିସ କର୍ମଚାରୀ, ମିଡ଼ିଆ ବନ୍ଧୁ ଏବଂ ପୃଷ୍ଠପୋଷକ, ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାହାଯ୍ୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଓ ଜନସାଧାରଣ ଙ୍କୁ ଧନ୍ୟବାଦ୍ ଅର୍ପଣ କରିବା ସହିତ ସଭାକାର୍ଯ୍ୟ ର ପରିସମାପ୍ତି ଘୋଷଣା କରିଥିଲେ।
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)