November 24, 2024

 ଛୁରିଆନା ଗ୍ରାମ ପଞ୍ଚାୟତରେ ନବୀନ ଓଡ଼ିଶା ବା ମୋ ଓଡ଼ିଶା କାର୍ଯ୍ୟକ୍ରମ ।

Share

ଅସ୍ତରଙ୍ଗ ,, ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ,ଯୋଜନାର ସଫଳ ରୂପାୟନ ଓ ଏହାର ପ୍ରଚାର, ପ୍ରସାର ପାଇଁ ଆରମ୍ଭ ହୋଇଛି ପଂଚାୟତ ସ୍ତରୀୟ ଆମ ଓଡିଶା-ନବୀନ ଓଡିଶା ସଚେତନତା ଉନ କାର୍ଯ୍ୟକ୍ରମ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ଛୁରିଅନା ପଞ୍ଚାୟତ ମୁଖ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ନେଇ ପଞ୍ଚାୟତ ଅଞ୍ଚଳବାସୀ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା। ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ସରକାରଙ୍କ ଯୁବ, କ୍ରୀଡା , ସୂଚନା ପ୍ରଯୁକ୍ତି ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମୂଖ୍ୟ ଅତିଥି , ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବରେ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସ୍ୱାଧୀନ କୁମାର ନାୟକ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାର ତଥା କାକଟପୁର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିବା ବେଳେ, ଦେଇଥିବା ବେଳେ, ଅନ୍ୟତମ ସମ୍ମାନିତ ଅତିଥି ଭାବରେ୨ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରସ୍ୱତୀ ସ୍ୱାଇଁ, ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ଚମ୍ପକ ବାରିକ , ଛୁରିଅନା ପଞ୍ଚାୟତ ସରପଞ୍ଚ ଶ୍ରୀ କ୍ଷୀରୋଦ କାଣ୍ଡି ଅତିଥି ଭାବରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ନିମାପଡା ସମବାୟ ସମିତିର ନିର୍ଦ୍ଧେଶକ କୁଞ୍ଜବିହାରି ପ୍ରଧାନ, ମନ୍ତ୍ରୀଙ୍କ ଅସ୍ତରଙ୍ଗ ବ୍ଳକ ପ୍ରତିନିଧି ଭୀମସେନ ସ୍ୱାଇଁ, ବିପିଏମ୍ ସଞ୍ଜୀବ ପାର୍ଥସରଥୀ ମହାନ୍ତି , ଛୁରିଅନା ପଞ୍ଚାୟତର ନାଏବ ସରପଞ୍ଚ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।
ଅସ୍ତରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକରିଣୀ ଶୁଶ୍ରୀ ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଛୁରିଅନା ମହିଳା ମହାସଂଘର ସମ୍ପାଦିକା ବନପ୍ରିୟା ବାରିକ୍ ସଭା ପରିଚାଳନା କରିଥିଲେ। ସମସ୍ତ ୱାର୍ଡ ସଭ୍ୟ, ସଭ୍ୟାଙ୍କ ଉପସ୍ଥିତିରେ ଛୁରିଅନା ମହିଳା ମହାସଂଘ ସଭ୍ୟା ମାନଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଁ ସାଥୀ, ସିଆରପି, ଅଙ୍ଗନବାଡ଼ି ଓ ଆଶା କର୍ମୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ୧୦ ଗୋଟି ନୃତ୍ୟଦଳ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ଅତିଥି ମାନେ ଆଜିର ଏହି କାର୍ଯ୍ୟକ୍ରମରେ ଖୋଲିଥିବା ବିଭିନ୍ନ ବିଭାଗର ଷ୍ଟଲ ମାନଙ୍କୁ ବୁଲି ଦେଖିଥିଲେ।
(ଦୁଃଶାସନ ନାୟକ,ଅସ୍ତରଙ୍ଗ)