November 22, 2024

ମୁକ୍ତା ଯୋଜନା ସମ୍ପର୍କିତ ଦକ୍ଷତା ବିକାଶ ତାଲିମ ଶିବିର…

Share

ବୁଗୁଡ଼ା :  ରାଜ୍ୟ ସହରାଞ୍ଚଳ ଉନ୍ନୟନ ସଂସ୍ଥା (ସୁଡା) ମୁକ୍ତା ଯୋଜନାର ନୋଡାଲ ଏଜେନ୍ସି ଭାବେ ଅନୁମୋଦିତ ଯୋଜନାର ତୃଣମୂଳ ସ୍ତରରେ ସଫଳ କାର୍ଯ୍ୟକାରିତା ନିମନ୍ତେ ମିଶନ୍ ଶକ୍ତି ଗୋଷ୍ଠୀସମୂହ ଏବଂ ପୌରସଂସ୍ଥାର ଅଧିକାରୀମାନଙ୍କ ପାଇଁ ତାଲିମ୍ କାର୍ଯ୍ୟକ୍ରମର ବ୍ଯବସ୍ଥା କରିଛନ୍ତି । ଏ ପରିପ୍ରେକ୍ଷୀରେ ସ୍ଥାନୀୟ ଏନ୍ଏସି କଲ୍ଯାଣୀ ମଣ୍ଡପ ପରିସରରେ ମିଶନ ଶକ୍ତି ଗୋଷ୍ଠୀଗୁଡ଼ିକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୬ଟି ସ୍ବୟଂ ସହାୟିକା ଗୋଷ୍ଠୀର ୩୦ ଜଣ ସଦସ୍ଯାଙ୍କ ସମେତ ମାଷ୍ଟର ଟ୍ରେନର ଉଷାରାଣୀ ମହାପାତ୍ର ଓ ସସ୍ମିତା ମିଶ୍ର ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗୀୟ ଯୁଗ୍ମ ସଚିବ ସାରଦା ପ୍ରସାଦ ପଣ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦାନ କରି ମାଷ୍ଟର ଟ୍ରେନରମାନଙ୍କୁ ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ଯ ବିଷୟରେ ଅବଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗିତାଞ୍ଜଳୀ ପାଢୀ , କାଉନସିଲର ସ୍ବପ୍ନା କୁମାରୀ ଦାଶ , ପ୍ରୋଜେକ୍ଟ କୋଅର୍ଡିନେଟର ସର୍ବେଶ୍ଵର ବାରିକ , ଇମ୍ପ୍ଲିମେଣ୍ଟ ଏକ୍ସପର୍ଟ ଦ୍ବିତୀକୃଷ୍ଣ ସାହୁ , ଆକାଉଣ୍ଟ୍ ଏକ୍ସପର୍ଟ ସଙ୍କେତ ପାଣିଗ୍ରାହୀ , କାଉନସିଲର ସସ୍ମିତା ଜେନା ପ୍ରମୁଖ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନା ସମ୍ପର୍କେ ନିଜ ନିଜର ଅଭିଭାଷଣ ରଖିଥିଲେ ।