୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ରଣପୁରରେ ସି ପି ଆଇ (ଏମ୍) ର କର୍ମୀ ସମ୍ମିଳନୀ ଅନୁଷ୍ଠିତ…
ରଣପୁର , ସାଧାରଣ ନିର୍ବାଚନ ପାଇଁ ସି ପି ଆଇ (ଏମ୍) ତରଫରୁ ରଣପୁର ଜେଲ ଛକ ଠାରେ ଏକ କର୍ମୀ ସମ୍ମିଳନୀ ସାଥୀ ନିତ୍ୟାନନ୍ଦ ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ମୋଦୀ ସରକାରଙ୍କ ଜନବିରୋଧୀ ନୀତି ଓ ଫାଶୀବାଦୀ ସାମ୍ପ୍ରଦାୟିକ ନୀତି କୁ ବକ୍ତା ମାନେ ତୀବ୍ର ସମାଲୋଚନା କରିଥିଲେ। କେନ୍ଦ୍ର ମୋଦୀ ସରକାର ୨୦୧୪ ମସିହା ରେ ଦେଇଥିବା ସମସ୍ତ ପ୍ରତିଶୃତି ଆଜି ପ୍ରତାରଣାରେ ପରିଣତ ହୋଇଛି। ରାଜ୍ୟ ସରକାର ଓ ମୋଦୀ ସରକାରର ସହଯୋଗୀ ଦଳ ଭାବେ କାର୍ଯ୍ୟ କରି ଜନତା ଜନାର୍ଦ୍ଦନଙ୍କ ଅଧିକାରକୁ ପଦାଘାତ କରି ଜଗନ୍ନାଥ ପରିକ୍ରମା ନା ରେ ଭୁଆଁ ବୁଲାଉଛନ୍ତି। ସେହିଭଳି ରାମ ଙ୍କ ମନ୍ଦିର ପ୍ରତିଷ୍ଠା ନାମରେ ବିଜେପି ସାଧାରଣ ଜନତାଙ୍କୁ ପ୍ରଭାବିତ କରି ଭୋଟ ହାତେଇବାକୁ ଷଡ଼ଯନ୍ତ୍ର କରୁଛି ବୋଲି ବକ୍ତା ମାନେ ଅଭିଯୋଗ କରିଥିଲେ।ଜନତା ଜନାର୍ଦ୍ଦନଙ୍କ ଅଧିକାର ଓ ଜୀବନ ଜୀବିକା ର ସୁରକ୍ଷା କ୍ଷେତ୍ରରେ ବିଫଳ ହିଇଥିବା ଉଭୟ ଦଳ ଆଜି ଧର୍ମ ବେପାର କରି ଭୋଟ ହାତେଇବାର ଅଯଥା ଉଦ୍ୟମ କରୁଛନ୍ତି ।ଏଥିପାଇଁ ଜନଗଣ ସତର୍କ ହେବାକୁ ଆହ୍ବାନ ଦେଇଥିଲେ। “RSS ପରିଚାଳିତ ବିଜେପି ମୋଦୀ ହଟାଅ, ଦେଶ ବଞ୍ଚାଅ ” ପାଇଁ ବକ୍ତା ମାନେ ଆହ୍ବାନ ଦେବା ସହ ବିଜେଡି ସରକାରକୁ କ୍ଷମତା ଠାରୁ ଦୂରେଇ ରଖି ସିପିଆଇ (ଏମ୍) ପ୍ରାର୍ଥୀ ଓ ତାର ମେଣ୍ଟ ପ୍ରାର୍ଥୀଙ୍କୁ ବିଜୟ କରି ଜନଗଣଙ୍କ ଅଧିକାରର ବିଜୟ କରିବାକୁ ପାର୍ଟି ତରଫରୁ ଆହ୍ବାନ ଦେବା ସହ ଜନବିରୋଧୀ ନୀତିର ପ୍ରଚାର ପ୍ରସାର କରିବାକୁ କର୍ମୀ ମାନଙ୍କୁ ନିବେଦନ କରିଥିଲେ।
ଏହି କର୍ମୀ ସମ୍ମିଳନୀରେ ସିପିଆଇ (ଏମ୍) ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ଦୁଷ୍ମନ୍ତ ଦାସ, ଜିଲ୍ଲା ସମ୍ପାଦକ ଶରତ ବେହରା,ବିଶ୍ୱନାଥ ମହାପାତ୍ର,ଆଞ୍ଚଳିକ ସଂପାଦକ ସୁରେଶ ସ୍ବାଇଁ,ଦୁଃଶାସନ ଜେନା,ପବିତ୍ର ଇନ୍ଦ୍ରଜିତ ଓ ସରୋଜ ନାୟକ ପ୍ରମ୍ମୁଖ ବକ୍ତବ୍ୟ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ପ୍ରାୟ ୫୦୦ କର୍ମୀ ଯୋଗ ଦେଇଥିଲେ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)