November 23, 2024
Share

➡️୧-ସମ୍ବଲପୁର ଆଇଆଇଏମ୍ କ୍ୟାମ୍ପସର ଲୋକାର୍ପଣ ସହ ୬୮ ହଜାର କୋଟିରୁ ଅଧିକ ଟଙ୍କାର ୧୮ଟି ପ୍ରକଳ୍ପର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ l

➡️୨-ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ : ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ହେଲେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମାନରେ ସମ୍ମାନିତ l

➡️୩-ଆସନ୍ତା ୮ ତାରିଖରେ ଓଡ଼ିଶା ବଜେଟ୍: ମହିଳା, ଯୁବ, କ୍ରୀଡା ଓ ସଂସ୍କୃତିକୁ ମିଳିପାରେ ଅଧିକ ପ୍ରାଧାନ୍ୟ l

➡️୪-ମାଟ୍ରିକ୍ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା, ଏଥର ପରୀକ୍ଷା ପାଇଁ ଧାର୍ଯ୍ୟ ସମୟର ଦେଢ଼ ଘଣ୍ଟା ପୂର୍ବରୁ ପରୀକ୍ଷା ହଲକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। କପି ରୋକିବା ପାଇଁ ଏଥର ପ୍ରଥମ ଥର ଲାଗି ସମସ୍ତ ପରୀକ୍ଷା କେନ୍ଦ୍ରରେ ପର୍ୟ୍ୟବେକ୍ଷକ ନିଯୁକ୍ତ କରାଯିବ।

➡️୫-ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଦିଆଯିବ ଭାରତ ରତ୍ନ ସମ୍ମାନ । ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଦେଲେ ସୂଚନା l

➡️୬-ଏମ୍‌ସ ଭୁବନେଶ୍ୱର ନୂତନ ଟ୍ରମା କେନ୍ଦ୍ର ଏବଂ ଅତ୍ୟାଧୁନିକ ହେଲା ମେସିନ୍‌କୁ ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ୍‌ ମାଣ୍ଡଭିୟ l

➡️୭-ଔପଚାରିକ ଭାବେ UPI ଆରମ୍ଭ କରିଥିବାରୁ ଫ୍ରାନ୍ସକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l କହିଲେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପର୍କ ମଜଭୁତ କରିବାରେ ଏହା ଏକ ଚମତ୍କାର ଉଦାହରଣ l

➡️୮-ଜୀବିତ ଅଛନ୍ତି ବିବାଦୀୟ ଅଭିନେତ୍ରୀ ପୁନମ୍ ପାଣ୍ଡେ । ନାହାନ୍ତି ସର୍ଭାଇକାଲ କ୍ୟାନସରରେ ପୀଡିତ, ମୃତ୍ୟୁ ନେଇ ଗତକାଲି ଦିନସାରା ଚାଲିଥିଲା ଚର୍ଚ୍ଚା l

➡️୯-ମଥାରେ ଚନ୍ଦନ, ଗଳାରେ ଫୁଲମାଳା । ମନରେ ମହାଦେବଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା । ଝାଡ଼ଖଣ୍ଡ ଦେଓଘର ବାବା ବୈଦ୍ୟନାଥ ମନ୍ଦିରରେ ରାହୁଲ କଲେ ରୁଦ୍ରାଭିଷେକ । ଦେଶ ଓ ଦେଶବାସୀଙ୍କ ସୁଖ,ସମୃଦ୍ଧି, ଶାନ୍ତିର କଲେ କାମନା l

➡️୧୦-ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, ଆଇଏନଏସ ସନ୍ଧାୟକ ହେଲା ସାମିଲ । ଏହା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସର୍ଭିଲାନ୍ସ ଯୁଦ୍ଧ ଜାହାଜ l ଏହା ଏକ ସର୍ଭେକ୍ଷଣ ଯୁଦ୍ଧ ଜାହାଜ ଅଟେ । ଏହାର ରେଂଜ ୧୧ହଜାର କିଲୋମିଟର ରହିଛି ।

➡️୧୧-ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେଲେ ଯୋଗୀ ଆଦିତ୍ୟନାଥ, ୨ କୋଟି ୭୦ ଲକ୍ଷରୁ ଅଧିକ ଅଛନ୍ତି ଫଲୋଅର୍ଶ l

➡️୧୨-ଶ୍ରୀକୃଷ୍ଣ ଜନ୍ମଭୂମି-ଶାହୀ ଇଦଗାହ ବିବାଦରେ ଆସିଲା ବଡ଼ ସୂଚନା l ମଥୁରାରେ ଶ୍ରୀକୃଷ୍ଣ ମନ୍ଦିର ଭାଙ୍ଗିଥିଲେ ଔରଙ୍ଗଜେବ, ଆରଟିଆଇରେ ସୂଚନା ଦେଲା ଏଏସଆଇ l

➡️୧୩-ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର ସମନ ଜାରି ହେଉଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଚାଲିଥିବାରୁ ଏହା ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଅଦାଲତଙ୍କ ହେଲେ ଦ୍ବାରସ୍ଥ l ଏହି ମାମଲାର ଶୁଣାଣି ଫେବ୍ରୁଆରି ୭ତାରିଖରେ ହେବ।

➡️୧୪-ଆସନ୍ତା ୭ରେ ହେବାକୁ ଥିବା ରାହୁଲଙ୍କ ରୋଡ ସୋ’ ଓ ଜନସମାବେଶ, ରୁଟ୍‌ ତଦାରଖ କଲେ ପିସିସି ସଭାପତି ଓ ଏଆଇସିସି ସମ୍ପାଦକ l

➡️୧୫-ଇରାନ ଓ ସିରିୟା ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ l ଆତଙ୍କବାଦୀଙ୍କ ୮୫ଟି ଆଡ଼ାକୁ କଲେ ଧ୍ବସ୍ତ l

➡️୧୬-ମାଳଦ୍ୱୀପରୁ ସମସ୍ତ ଭାରତୀୟ ସୈନ୍ୟଙ୍କୁ ପ୍ରତ୍ୟାହାର କରିବା ପାଇଁ ମାଲେର ଦାବି ଉପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ହେଲା ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା l ମେ ୧୦ ସୁଦ୍ଧା ଭାରତର ସମସ୍ତ ସୈନ୍ୟ ଫେରିଯିବେ l

➡️୧୭-ଆମାଜନ୍‌ର ପ୍ରତି‌ଷ୍ଠାତା ଜେଫ୍‌ ବେଜୋସ୍‌ ୫ କୋଟି ସେୟାର ବିକ୍ରି କରିବେ। ଆସନ୍ତା ୧୨ ମାସ ଭିତରେ ଅର୍ଥାତ୍ ୨୦୨୫ ଜାନୁଆରି ମଧ୍ୟରେ ସେ ଏହି ସେୟାର ବିକ୍ରି କରିବେ।

➡️୧୮-ବିଶାଖାପଟନମର ଏସିଏ ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ଵିତୀୟ ଟେଷ୍ଟରେ ଯଶସ୍ବୀଙ୍କ ଦ୍ବିଶତକ, ବୁମ୍‌ରାଙ୍କ ବିସ୍ଫୋରଣ: ଭାରତ ୧୭୧ ରନ୍‌ରେ ଆଗୁଆ l ଦ୍ରୁତତମ ୧୫୦ ଓ୍ଵିକେଟ୍ ନେଲେ ଯଶପ୍ରୀତ ବୁମରା l

➡️୧୯-ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ କୋଲମ୍ୱୋର ସିଂହଳୀ ସ୍ପୋର୍ଟ୍ସ କ୍ଲବରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଗ୍ରାଉଣ୍ଡକୁ ପଶି ଆସିଲା ଗୋଧି, ଭୟଭୀତ ହେଲେ କୋଚ୍-ଖେଳାଳି l

➡️୨୦-କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି, ଭାରତୀୟ ପାରା ଅଲିମ୍ପିକ କମିଟି ହେଲା ସସ୍‌ପେଣ୍ଡ l