April 25, 2026

ସରପଞ୍ଚଙ୍କୁ ସରକାର ଦେଲେ ବଡ ଅଧିକାର ରାଷ୍ଟ୍ରୀୟ ଗ୍ରାମପ୍ରଧାନ ସରପଞ୍ଚ ସଂଗଠନର କୃତଜ୍ଞତା.

hjgbj
Share

ବ୍ରହ୍ମପୁର, ରାଜ୍ୟ ସରପଞ୍ଚ ମହାସଂଘର 15 ଦଫା ଦାବି ମଧ୍ୟରୁ ସରକାର ମୁଖ୍ୟ ଦାବିକୁ ମାନିନେଇ ପଞ୍ଚାୟତର ପ୍ରତି ଫାଇଲରେ ବିଡିଓଙ୍କ କାଉଣ୍ଟର ସାଇନ ରହିବାକୁ ସରକାର ପୁନଃ ବିଚାରକରି ଏହି କାଉଣ୍ଟର ସାଇନ ବ୍ୟବସ୍ଥାକୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ଏଥିନେଇ ପଞ୍ଚାୟତ ବିଭାଗରୁ ବିଜ୍ଞପ୍ତି ପ୍ରକାଶ ପାଇଛି ପଞ୍ଚାୟତ ଟଙ୍କା ଉଠାଣରେ ବିଡିଓଙ୍କ କୌଣସି କାଉଣ୍ଟର ସାଇନର ଅାବଶ୍ୟକତା ନଥିବା ବେଳେ ସିଏଫସି ଓ ଏସଏଫସି ଅଧିନରେ ଅାସୁଥିବା ପ୍ରକଳ୍ପ ପାଇଁ ଟଙ୍କା ଉଠାଣ ପାଇଁ ବିଡିଓଙ୍କ କାଉଣ୍ଟର ସାଇନ ରହିବ ବୋଲି ସରକାର 2020ରେ ନୂଅାଁ ନିର୍ଦ୍ଦେଶ ଜାରି କରି ଏକ ପ୍ରକାର ସରପଞ୍ଚମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଇଥିଲା ବର୍ତ୍ତମାନ ନିର୍ବାଚନକୁ ଅାଖି ଅାଗରେ ରଖି ଓ ସରପଞ୍ଚମାନଙ୍କ ମୁଖ୍ୟ ଦାବି ଉପରେ ବିଚାରକରି ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୂଖ ଶାସନ ସଚିବ ଶନିବାର ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏହି କାଉଣ୍ଟର ସାଇନ ନିୟମାବଳୀକୁ ପ୍ରତ୍ୟାହାର କରାଯାଇଥିବା ନେଇ ଚିଠିରେ ଦର୍ଶାଯାଇଛି ବିଳମ୍ଭରେ ହେଲେ ମଧ୍ୟ ସରକାର ଏହି ମୁଖ୍ୟ ଦାବିକୁ ଗ୍ରହଣ କରି ସରପଞ୍ଚମାନଙ୍କୁ ନିଜର ସ୍ବାଧିନତା ଓ ଦାୟିତ୍ୱବୋଧକୁ ସମ୍ମାନ ଜଣାଇ କାଉଣ୍ଟର ସାଇନକୁ ପ୍ରତ୍ୟାହାର କରିଥିବା ନିଷ୍ପତ୍ତିକୁ ରାଷ୍ଟ୍ରୀୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ ସ୍ବାଗତ କରିବା ସହିତ ଅନ୍ୟ ଦାବି ଉପରେ ସରକାର ପୁନଃବିଚାର କରିବେ ବୋଲି ସଂଗଠନର ରାଜ୍ୟ ସଭାପତି ରବି ରଥ ଓ ସଂପାଦକ ଡା.ରାଜାରାମ ଷଡଙ୍ଗୀ ସରକାରଙ୍କ ଠାରେ ପୁନଃ ଦାବି ଜଣାଇଛନ୍ତି

(ରବି ରଥ)
ସଭାପତି
ରାଷ୍ଟ୍ରୀୟ ଗ୍ରାମପ୍ରଧାନ/ସରପଞ୍ଚ ସଂଗଠନ, ଓଡ଼ିଶା