November 23, 2024

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ -2024ପାଳନ……..

Share

 

ଉମରକୋଟ:- ବ୍ଲକ ସ୍ତରୀୟ ଏବଂ ପଂଚାୟତ ସ୍ତରୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 2024 ପାଳନ ହୋଇଯାଇଛି!ଉକ୍ତ କାର୍ଯ୍ୟକ୍ରମ ଓଡିଶା ସରକାର ପଂଚାୟତିରାଜ ଏବଂ ପାନୀୟଜଳ ବିଭାଗ ତରଫରୁ ରାଜ୍ୟ ର ପ୍ରତ୍ୟେକ ବ୍ଲକ, ପଂଚାୟତ ରେ 3/2/24 ତାରିଖ ରୁ 5/2/24ତାରିଖ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ରାଜ୍ୟରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 2024 ପାଳନ କରାଯିବ!ଏହି ପରିପ୍ରେକ୍ଷୀରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ରେ ଥିବା ବିଜୁ ପଟନାୟକ ଏସଟି ବାଳିକା ମହାବିଦ୍ୟାଳୟ ଓ ପଂଚାୟତ ସମିତି ସ୍ତରରେ ଏବଂ ସମସ୍ତ ଗ୍ରାମ ପଂଚାୟତ ସ୍ତରରେ ଉକ୍ତ ସମ୍ମିଳନୀ ର ଆୟୋଜନ କରାଯାଇଥିଲା! ଉକ୍ତ ଦିନ 11:30 ଘଂଟିକା ସମୟରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଙ୍କ କରକମଳରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ 2024କୁ ଜନତା ମଇଦାନ, ଭୁବନେଶ୍ୱର ରୁ ସିଧା ପ୍ରସାରଣ କରି ଉନ୍ମୋଚନ କରିଥିଲେ!ଏହି ପରିପ୍ରେକ୍ଷୀରେ ପ୍ରତି ଗ୍ରାମ ପଂଚାୟତ ରେ ଆଜି ର ଦିନରେ ସ୍ୱତନ୍ତ୍ର ଗ୍ରାମ ସଭା ମାଧ୍ୟମରେ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ସହ ଏହାକୁ ସଂରକ୍ଷଣ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ!ବ୍ଲକ ପରିସର ରେ ହୋଇଥିବା ଉକ୍ତ କାର୍ଯ୍ୟକ୍ରମ ରେ ଡ଼ଃ ପ୍ରଦୀପ କୁମାର ମିଶ୍ର, ବଲ୍ଲଭ ରାଉତ, ଟୁଟୁବାବୁ ପଟନାୟକ, ସମୀର କୁମାର ପ୍ରଧାନ, ଶ୍ରୀନିବାସ ପଟନାୟକ, ପ୍ରଫୁଲ୍ଲ କୁମାର ରାଉତ, ଡ଼ଃ ସୁରେନ୍ଦ୍ରନାଥ ଦାସ, ଏମ ହିମାଂଶୁ ଆଚାରି, ପ୍ରଭାତୀ ଦେବନାଥ, ବିବେକା ନନ୍ଦ ପଟନାୟକ, ଡ଼ଃ ସେସାନନ୍ଦ ମିଶ୍ର, ଶାନ୍ତିଲତା ମହାନ୍ତି ପ୍ରମୁଖ ମଞ୍ଚାସିନ ଅତିଥି ରୂପେ ଯୋଗ ଦେଇଥିଲେ!ବ୍ଲକ gpeo ପୂନିତରାମ ଗଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ!(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)