April 28, 2026

ସାନଖେମୁଣ୍ଡି ପ୍ରେସ କ୍ଳବ୍ ତରଫରୁ ନୂତନ କର୍ମକର୍ତ୍ତା ଚୟନ…

jgugi
Share

ସାନଖେମୁଣ୍ଡି ,ସାନଖେମୁଣ୍ଡି ପ୍ରେସ୍ କ୍ଳବ୍ ତରଫରୁ ଏକ ବୈଠକ ସାନଖେମୁଣ୍ଡି ବ୍ଳକ୍ କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସାନଖେମୁଣ୍ଡି ପ୍ରେସ୍ କ୍ଳବ୍ ଆଗାମୀ ଦିନରେ କିପରି ମଜବୁତ ହେବାସହ ସାଧାରଣ ଲୋକଙ୍କ ସେବାରେ କିପରି କାର୍ଯ୍ୟକାରୀ ହେବ ତାହା ଆଲୋଚନା କରାଯାଇଥିଲା।ଏହା ସହ ସାନଖେମୁଣ୍ଡି ପ୍ରେସ୍ କ୍ଳବ୍ ସଭାପତି ଭାବେ ଶ୍ରୀ କାଳୁଚରଣ ନାହାକ ଙ୍କୁ ସଭାପତି ଭାବେ ନିର୍ବାଚିତ କରାଯିବା ସହ ସମ୍ପାଦକ ଭାବେ ଶ୍ରୀ ସତ୍ୟନାରାୟଣ ପାଢ଼ୀଙ୍କୁ ସମ୍ପାଦକ ଭାବେ କୋଷାଧ୍ୟକ୍ଷ ଭାବେ ଶ୍ରୀ ବିଜୟ କୁମାର ପ୍ରଧାନଙ୍କୁ ନିର୍ବାଚିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ପ୍ରେସ୍ କ୍ଳବ୍ ର ଉପଦେଷ୍ଟା ଶ୍ରୀ ପ୍ରଶାନ୍ତ କୁମାର ତ୍ରିପାଠୀ ଯୋଗଦେବା ସହ ସାନଖେମୁଣ୍ଡିର ସାମ୍ବାଦିକ ଦ୍ବାରିକାନାଥ ତ୍ରିପାଠୀ, ଜଗନ୍ନାଥ ପାଣିଗ୍ରାହୀ, ଅଶୋକ କୁମାର ସାହୁ, କାହ୍ନୁଚରଣ ନାହାକ,ବିରୋତ୍ତମ ସାହୁ,ନାଗେସୁ ରେଡ୍ଡୀ, ରବିନ୍ଦ୍ରନାଥ ଡାକୁଆ, ପପୁ ରଣା, ଶଙ୍କର ସ୍ବାଇଁ ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ । ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed