November 25, 2024

ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର 19ତମ ବାର୍ଷିକ ଉତ୍ସବ…

Share

 

 

 

ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠ ସଭା ଗୃହ ରେ ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦର ୧୯ତମ ବାର୍ଷିକ ଉତ୍ସବ ଏବଂ ଜ଼ିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ମାନଙ୍କ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ପରିଷଦ ର ଲିଙ୍ଗରାଜ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜି କାର୍ଯ୍ୟକ୍ରମରେ ରାଜ୍ଯ କୃଷି ବିପଣନ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡା ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଗଞ୍ଜାମ ସହରର ଐତିହାସିକ ଗୁରୁତ୍ୱକୁ ସ୍ମରଣ କରିବା ସହ ପୁଣି ଥରେ ସହରକୁ ଓଡ଼ିଶା ମାନଚିତ୍ରରେ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ଥାନୀତ କରିବା ପାଇଁ ମ
ଶ୍ରୀ ପଣ୍ଡା ଆହ୍ବାନଥିଲେ l ବରିଷ୍ଠ ନାଗରିକ ପରିଷଦ ଏହାର ନେତୃତ୍ବ ନେବାକୁ ଅନୁରୋଧ କରିଥିଲେ l ‘ନବୀନ’ର ସମ୍ପାଦକ ରବି ରଥଯୋଗ ଦେଇ ବରିଷ୍ଠନାଗରିକ ମାନେ ହେଉଛନ୍ତି ଦିଗଦର୍ଶକ l ସେମାନଙ୍କ ଦ୍ୱାରା ଆଜି ବି ବହୁତ କାର୍ଯ୍ୟ କରାଯାଉଛି l ସେମାନଙ୍କର ମୌଳିକ ସମସ୍ୟା କୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଥିଲେ l ଗ୍ରାସିମ ଶିଳ୍ପ ମୂଖ୍ଯ ଅଜୟ ଗୁପ୍ତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ଗଞ୍ଜାମ ର କାର୍ଯ୍ୟ ପ୍ରଶଂସନୀୟ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳର ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା, ଏବଂ ଗଞ୍ଜାମ ବରିଷ୍ଠନାଗରିକ ପରିଷଦ ର 5ଜଣସର୍ବ ବରିଷ୍ଠ ବରିଷ୍ଠ ସଦସ୍ୟ ଙ୍କୁ ଅତିଥିମାନେ ସାନମାନିତ କରିଥିଲେ l ପରିଷଦ ପକ୍ଷରୁ କରାଯାଇଥିବା ସ୍ମରଣିକା କୁ ସମସ୍ତ ଅତିଥି ଉନ୍ମୋଚନ କରିଥିଲେ l ବ୍ରହ୍ମପୁର ଠାରୁ ପୁରୀ ସିଧା ସଳଖ ଟ୍ରେନ ସହ ବରିଷ୍ଠ ନାଗରିକ ମାନଙ୍କୁଟ୍ରେନ ରେ ଦିଆଯାଇଥିବା ରିହାତି କେନ୍ଦ୍ର ସରକାର ପ୍ରତ୍ୟାହାର କୁ ନେଇ ଜ଼ିଲ୍ଲା ସ୍ତରୀୟ ଫୋରମ ଗଠନ କରି ଦାବୀ ଉଠାଯିବା ନେଇ ନିଷ୍ପତ୍ତି ହୋଇଥିଲା ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ l ଦିଆଯାଉଥିବା ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ବିଚାରକ ଙ୍କୁ ସାନମାନିତ ଏବଂ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମରେ ଗୌରୀଶଙ୍କର ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ବିନୋଦ ଚନ୍ଦ୍ର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ସହ -ସମ୍ପାଦକ ବିପ୍ର ଚରଣ ମହାପାତ୍ର, ବ୍ରଜ ସୁନ୍ଦର ପାଣିଗ୍ରାହୀ, ଦେବେନ୍ଦ୍ର ପଣ୍ଡା, କିଶୋର ଚନ୍ଦ୍ର ମହାପାତ୍ର,ବିନୋଦ ପାଢ଼ୀ,ଅରୁଣପଣ୍ଡା, କନ୍ଧ ଶତପଥୀ, ନରସିଂହ ପଣ୍ଡା,କନ୍ଧ ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟ ମାନେ ସହଯୋଗ କରି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l(ପ୍ରଦୀପ କୁମାର ପଣ୍ଡା)