November 25, 2024

ଖବର କାଗଜ ହେଉଛି ସମାଜର ଦର୍ପଣ….

Share

ପୁରୀ – ସ୍ଥାନୀୟ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ଠାରେ ଦ ମୁମେଣ୍ଟ ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଭାରତୀୟ ଖବର କାଗଜ ଦିବସ ପାଳିତ ହୋଇଛି l ଦ ମୁମେଣ୍ଟର ସଭାପତି ପ୍ରତିଭାତ୍ରିପାଠଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଶିଷ୍ଟ ସମାଜସେବୀ ଚକ୍ରଧର ମହାପାତ୍ର, ରାଜଧାନୀ ମହାବିଦ୍ୟାଳର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ଅଭିମନ୍ୟୁ ଭୂୟାଁ, ପ୍ରାକ୍ତନ ବ୍ୟାଙ୍କ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁ, ଡ଼କ୍ଟର କାର୍ତ୍ତିକ କୁମାର ଦାସ, ସ୍ତମ୍ଭକାର ଗୁରୁଚରଣ ଦାସ, ସାମ୍ବାଦିକ ଲକ୍ଷ୍ମନାରାୟଣ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ଶିବ ସୁନ୍ଦର ମିଶ୍ର ପ୍ରମୁଖ ମଞ୍ଚସିନ ଥିଲେ l ପ୍ରାରମ୍ଭରେ ଦ ମୋମେଣ୍ଟର ସମ୍ପାଦକ ସାମ୍ବାଦିକ ପ୍ରଦୀପ କୁମାର ନାୟକ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ l ଆୟୋଜିତ ଉତ୍ସବରେ ଆଲୋଚ୍ୟ ବିଷୟ ରହିଥିଲା ସ୍ୱଚ୍ଛ ଗଣମାଧ୍ୟମ ଓ ନିରପେକ୍ଷ ସାମ୍ବାଦିକତା l ଅତିଥମାନେ ମତବ୍ୟକ୍ତ କରିଥିଲେ ଯେ ଖବର କାଗଜ ହେଉଛି ସମାଜର ଦର୍ପଣ l ଖବର କାଗଜକୁ ସକାଳୁ ସକାଳୁ ବିଭିନ୍ନ ବର୍ଗର ପାଠକ ପଢନ୍ତି ଦେଶ ବିଦେଶର ଖବର ଜାଣିବା ଉଦ୍ଦେଶ୍ୟରେ l ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉମାନେ ଖବର କାଗଜ ପଢ଼ିବା ସହିତ ତାକୁ ସାଇତି ରଖିବାରେ ରୁଚି ରଖନ୍ତି l ଏଥିପାଇଁ ସମୟେ ସମୟେ ସେମାନଙ୍କୁ ମିଳିଥାଏ ସମ୍ମାନ ଓ ପୁରସ୍କାର l 2000 ମସିହାରେ ଏକ ସଂଗୃହିତ ତଥ୍ୟ ଅନୁଯାୟୀ ଔରଙ୍ଗବାଦ ଠାରେ ଏକ ଖବର କାଗଜ ମ୍ୟୁଜିଏମ୍ ଓ ରିସର୍ଚ୍ଚ ସେଣ୍ଟର ରହିଛି l ଏଥିରେ ପ୍ରାୟ 10 ହଜାରରୁ ଅଧିକ ବିଭିନ୍ନ ଭାଷାର ତଥା ବିଭିନ୍ନ ଦେଶ ବିଦେଶର ଖବର କାଗଜ ସଂଗ୍ରହ ହୋଇ ରହିଛି l ଯାହାକୁ 142 ଟି ଦେଶର ହୋଇଥିବା ବେଳେ ଏହା 94ଟି ଭାଷାରେ ଅନ୍ତର୍ଭୁକ୍ତ ବୋଲି ମତପ୍ରକାଶ ପାଇଥିଲା l ଏହି ଅବସରରେ ବିଭିନ୍ନ ବର୍ଗର ପ୍ରତିଭାଙ୍କୁ ସମ୍ମlନୀତ କରାଯାଇଥିଲା l ଆୟୋଜିତ ଆଲୋଚନା ଚକ୍ରରେ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ, ସମ୍ବାଦ ପତ୍ର ପାଠକ ଅଶୋକ କୁମାର ଆଢିୟ, ଅଧ୍ୟାପିକା ସୁଚିଶ୍ମିତା ମହାନ୍ତି, ହେମଙ୍ଗିନି ମହାନ୍ତି, ବରିଷ୍ଠ ନାଗରିକ ଅଶୋକ ମହାନ୍ତି, ଡ଼କ୍ଟର ରାନୁ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଗ୍ରହଣ କରିଥିଲେ l ସହ ସମ୍ପାଦକ ଅନନ୍ତ ପ୍ରସାଦ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ହେମନ୍ତ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ