November 25, 2024

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ …

Share


ଆଜି ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଶ୍ରୀବିହାର ପରିସରରେ ଉଦଯାପିତ ହୋଇଯାଇଛି l ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଓଡ଼ିଆ ସାହିତ୍ୟର ବିଶିଷ୍ଟ ଔପନାସିକ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ମାଟି ସହ ଅନ୍ତର୍ଭୁକ୍ତ ନହେଲେ ସାହିତ୍ୟ ହୁଏନାହିଁ ବୋଲି ନିଜ ଅଭିଭାଷଣରେ କହିଥିଲେ l ମୁଖ୍ୟବକ୍ତା ଭାବେ ବିଶ୍ୱଭାରତୀ ଶାନ୍ତିନିକେତନ ଭାଷା ଭବନ ମୁଖ୍ୟ ପ୍ରଫେସର ମନୋରଞ୍ଜନ ପ୍ରଧାନ, ବିଶିଷ୍ଟ ଅତିଥିଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀ ର ପ୍ରଫେସର ବନମାଳୀ ବିଶ୍ୱାଳ, ପ୍ରଫେସର କେଶବ ଚନ୍ଦ୍ର ଦାସ, ସାରସ୍ୱତ ଅତିଥିଭାବେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଗୋପବନ୍ଧୁ ମିଶ୍ର ଓଡ଼ିଆ ଭାଷାକୁ ବଞ୍ଚାଇ ରଖିବା ପାଇଁ ନିଜନିଜର ବକ୍ତବ୍ୟ ରଖିଥିଲେ l ସ୍ନାତକ ବିଭାଗର ଅଧକ୍ଷ ପ୍ରଫେସର ଶତ୍ରୁଘ୍ନ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ସମ୍ମିଳନୀର ନିର୍ଦେଶକ ପ୍ରଫେସର ଡ଼କ୍ଟର ପ୍ରିୟବ୍ରତ ମିଶ୍ର ଦୁଇଦିନିଆ ସମ୍ମିଳନୀ ର ବିବରଣୀ ପାଠ କରିଥିଲେ l ମାସ୍କୋ ରୁ ପ୍ରତିନିଧି ଭାବେ ଯୋଗଦେଇଥିବା ସୁହାସ ହୋତା ଓଡ଼ିଆ ଭାଷା ଆନ୍ଦୋଳନ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ l ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଶ୍ୱବିଦ୍ୟାଳୟ ର ସମସ୍ତ ସଦସ୍ୟ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ