November 22, 2024

ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଲି ଏବଂ ଜନସଭା କର୍ପୋରେଟ ସଂଘୀ ଫାସିବାଦ ମଧୁ ଚନ୍ଦ୍ରିକା ବିରୁଦ୍ଧରେ ସଂଘର୍ଷ ତୀବ୍ର କରିବା ପାଇଁ ଆହ୍ବାନ…

Share

                                                                                                            ଭୁବନେଶ୍ୱର,ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ଭୁବନେଶ୍ୱର ଠାରେ ଶ୍ରମିକମାନଙ୍କ ଲାଲ୍ ପତକାରେ ଭରପୁର ହୋଇ ରେଳଷ୍ଟେସନ ଠାରୁ ବିଶାଳ ଶ୍ରମିକ ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ଏବଂ ଲୋୟର ପି ଏମ୍ ଜି ଠାରେ ଜନସଭା ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ଆସନ୍ତା ୨୯ ଜାନୁୟାରୀ ରେ ଉଦଯାପିତ ହେବ। ୧୫ ଟି ରାଜ୍ୟର ଟିୟୁସିଆଇ ର ନେତୃତ୍ବ ଓ ୧୦ଟି ଦେଶର ଶ୍ରମିକ ସଂଗଠନ ନେତୃତ୍ବ ଆସି ଯୋଗଦେବେ। ଅଭ୍ୟର୍ଥନା କମିଟି ର ସମ୍ପାଦକ ତଥା ଟିୟୁସିଆଇ ର ଓଡ଼ିଶା ରାଜ୍ୟ ସମ୍ପାଦକ ଶଙ୍କର ଇନକିଲାବ ସ୍ବାଗତ ବକ୍ତବ୍ୟ ରଖିଥିଲେ। ଟିୟୁସିଆଇ ର ସର୍ବଭାରତୀୟ ସଂଯୋଜକ କମ୍ରେଡ ଆର୍ ମାନସାୟା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ର ରହସ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ। ୯୦ ପ୍ରତିଶତ ଜନଗଣ ନିଜର ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବା ବେଳେ କର୍ପୋରେଟ ପୁଞ୍ଜି ଓ ହିନ୍ଦୁତ୍ୱ ଫାସିବାଦ ଫାସିବାଦ ଆଜି ଶ୍ରମଜୀବି ଜନଗଣ ଙ୍କ ସମସ୍ତ ଅଧିକାର ଲୁଣ୍ଠନ କରୁଛି। ଏହା ବିରୁଦ୍ଧରେ ସଂଘର୍ଷ ଓ ଏକତା ନିତ୍ୟାନ୍ତ ଆବଶ୍ୟକ ବୋଲି ବର୍ଣନା କରିଥିଲେ। ଆଇ.ଏଫ.ଟି.ୟୁ ର ସାଧାରଣ ସମ୍ପାଦକ ଟି ଶ୍ରୀନିବାସ, ନେପାଳ ଶ୍ରମିକ ସଂଗଠନ ପ୍ରତିନିଧି ଈଶ୍ବର ପ୍ରସାଦ, ଅଭ୍ୟର୍ଥନା କମିଟି ର ଉପାଧ୍ୟକ୍ଷ ଶ୍ରୀମନ୍ତ ମହାନ୍ତି, କେରଳ ରାଜ୍ୟ ବରିଷ୍ଠ ଶ୍ରମିକ ନେତା ସାବି ଜୋଶେଫ, ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପଲିଟିବ୍ୟୁରୋ ସଦସ୍ୟ ଶଙ୍କର, ଓଡ଼ିଶା ରାଜ୍ୟ ସମ୍ପାଦକ ପ୍ରମିଳା, ଟିୟୁସିଆଇ କେରଳ ରାଜ୍ୟ ସଭାପତି ପ୍ରକାଶ, କର୍ଣାଟକ ରାଜ୍ୟ ନେତା ଚେନ୍ନାପା କୋଟରୀ, ଆରସିଏଫ ର ସର୍ବଭାରତୀୟ ସମ୍ପାଦକ ତୁହିନ, ଆଦିବାସୀ ଭାରତ ମହାସଭା ର ସର୍ବଭାରତୀୟ ସଂଯୋଜକ କମ୍ରେଡ ସୌରା, ଆଇଏଫ, ଆସି ଯୋଗଦେଇଛନ୍ତି। ୟୁପିର କହ୍ନେୟା ସିଂ, ତେଲେଙ୍ଗାନାର ତିରୁପତି, ପଞ୍ଜାବ ର‌ ଲାଭ ସିଂ, ଓଡ଼ିଶା ରାଜ୍ୟ ସଭାପତି ବିଚିତ୍ର ଆଦି ନେତୃତ୍ବ ବକ୍ତବ୍ୟ ରଖିଥିଲେ। ଆସନ୍ତା କାଲି ୧୦ ଘଟିକା ରେ ଖୋଲା ଉଦଘାଟନୀ ଅଧିବେଶନ ସହ ସନ୍ଧ୍ୟା ୫ ଘଟିକା ରେ ସେମିନାର ଅନୁଷ୍ଠିତ ହେବ। ଏହି ରାଲି ରେ ଗଞ୍ଜାମ, ଖୋର୍ଦ୍ଧା, ଭଦ୍ରକ, ପୁରୀ, ନୂଆପଡା, କୋରାପୁଟ, ସୋନପୁର, ନୟାଗଡ଼ ଆଦି ଜିଲ୍ଲାର ବହୁ ଶ୍ରମିକ ସଂଗଠନ ଓ ନେତ୍ରୁତ୍ବ ଭାଗ ନେଇଥିଲେ।

You may have missed