ହଳଦୀପଦା ରୁ ଜରିପଡା ଗ୍ରାମକୁ ସାଂସଦଙ୍କ ଜନ ସମ୍ପର୍କ ଯାତ୍ରା….
ବୋଲଗଡ଼, ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳପକ୍ଷରୁ ଭୋଟରମାନଙ୍କୁ ଆକୃଷ୍ଠ କରିବାପାଇଁ ବିଭିନ୍ନ ତରିକାମାନ ଆପଣେଇଛନ୍ତି । ଗତ ଅକ୍ଟୋବର ମାସରୁ ବିଜେଡି, ବିଜେପି ଓ କଂଗ୍ରେସ ଦଳମାନେ ଗ୍ରାମାଞ୍ଚଳରେ ପଦଯାତ୍ରା , ଜନସମ୍ପର୍କ ଯାତ୍ରା ଏବଂ ଘର ଘର ବୁଲି ନିଜ ଦଳ ସପକ୍ଷରେ ଜନସାଧାରଣଙ୍କୁ ଆପଣେଇବାରେ ଲାଗିଛନ୍ତି । ଏହି ପରୀପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ସଂସାଦ ଅପରାଜିତା ଷଡଙ୍ଗୀ ପ୍ରତି ମଙ୍ଗଳବାର ଓ ଶୁକ୍ରବାର ସଂସଦୀୟ କ୍ଷେତ୍ରର ବିଭିନ୍ନ ଗ୍ରାମକୁ ଯାଇ ଜନସମ୍ପର୍କ ଅଭିଯାନ ଚାଲୁରଖିଛନ୍ତି। ଏହି ଅବସରରେ ବୋଲଗଡ ବ୍ଲକ ସାଗରଗାଁ ପଞ୍ଚାୟତର ହଳଦୀପଦା,ଗୋଡିଆଳି,ପୋଡ଼ପାଟଣା ଓ ଜରିପଡା ଗ୍ରାମକୁ ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଘରକୁ ଘରକୁ ସମ୍ପର୍କ ଯୋଡିବାପାଇଁ ପ୍ରୟାସ ଜାରି ରଖିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଂସାଦଙ୍କ ବେଗୁନିଆ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ପ୍ରକାଶ ରଣବିଜୁଳି,ବୋଲଗଡ ମଣ୍ଡଳ ସଭାପତି ରଘୁନାଥ ଷଡଙ୍ଗୀ, ମଣ୍ଡଳ ସମ୍ପାଦକ ଆର୍ତ୍ତବନ୍ଧୁ ପ୍ରଧାନ ପ୍ରମୁଖ ସମେତ ଶତାଧିକ ଦଳୀୟ କର୍ମୀ, ମହିଳା ମୋର୍ଚ୍ଚା,ଯୁବମୋର୍ଚ୍ଚାର ସଦସ୍ୟମାନେ ଯୋଗଦେଇଥିଲେ । ଏହି ଅବସରରେ ଗ୍ରାମର ଗୁଡିକ ପାନୀୟ ଜଳର ସମସ୍ୟା, ସୋଲର ଲାଇଟ୍ ସ୍ଥାପନ କରିବା ଓ ନାରୀ ସଶକ୍ତିକରଣ ପାଇଁ ପ୍ରତିଶୃତି ଦେଇଥିଲେ ।
(ସୁଶାନ୍ତ କୁମାର ପ୍ରଧାନ।)