March 12, 2026

‘ନବୀନ’ କାର୍ଯ୍ୟାଳୟରେ 75ତମ ସାଧାରଣତନ୍ତ୍ର ଦିବସ ପାଳିତ…

kjkl
Share

ବ୍ରହ୍ମପୁର, ସ୍ଥାନୀୟ ‘ନବୀନ’ କାର୍ଯ୍ୟାଳୟରେ 75ତମ ସାଧାରଣତନ୍ତ୍ର ଦିବସ ମହାଆଡ଼ମ୍ୱରରେ ପାଳିତ ହୋଇଯାଇଛି। ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ନବୀନର ସମ୍ପାଦକ ରବି ରଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲେଚନାଚକ୍ରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ପ୍ରତିଷ୍ଠାନର ଉପଦେଷ୍ଟା ପ୍ରଫେସର ଡ଼ମ୍ୱରୁଧର ସାହୁ, କାର୍ଯ୍ୟକାରୀ ସଭାପତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, କବି ପ୍ରମୋଦ କୁମାର ପଣ୍ଡା, ବି. ସତ୍ୟମ ଆଚାରୀ, ବଂଶୀଧର ସେଠୀ, ମାନବ ଅଧିକାର ସୁରକ୍ଷା ମଞ୍ଚ ସଭାପତି ଅବନୀ ଗୟା, ବନ୍ଦନା ମହାପାତ୍ର, ନବୀନର ପ୍ରକାଶିକା ମଞ୍ଜୁ ରଥ, ଯୁବ କବି ସୁନୀଲ କୁମାର ପ୍ରଧାନ, ଶିକ୍ଷାବିତ ଲିଙ୍ଗରାଜ ଜେନା, ସ୍ତମ୍ଭକାର କାଳି ଦାସ, ବି. ଶିବ ପ୍ରସାଦ ରେଡ଼ି, ଇଂ. ମାନସ ରଂଜନ ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରି ଦେଶାତ୍ମବୋଧକ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଅର୍ପଣ କରିଥିଲେ ।

(ରବି ରଥ)
ସଭାପତି
ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ

You may have missed