July 3, 2026
ajiro khabar
Share

 

 

୧-ଭୁବନେଶ୍ୱର:ରାଜ୍ୟର ସବୁ କଲେଜ ହେବ ନିଶାମୁକ୍ତ ଜୋନ୍, ୫୦୦ ମିଟର ମଧ୍ୟରେ ରହିପାରିବନି ମଦ କିମ୍ବା ତମାଖୁ ଦୋକାନ।

 

୨-ଡାକ୍ତରଙ୍କ ଆନ୍ଦୋଳନ ପ୍ରସଙ୍ଗ, କାର୍ଯ୍ୟରେ ଯୋଗ ନଦେଲେ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ।

 

୩-ବଦଳିପାରେ ରାଜ୍ୟ ମନ୍ତ୍ରିମଣ୍ଡଳର ଚେହେରା, ମୋହନ-ମନମୋହନଙ୍କ ଦିଲ୍ଲୀ ଗସ୍ତ ପରେ ଚର୍ଚ୍ଚା ଜୋର।

 

୪-ଓଡ଼ିଶା ହେବ ଗ୍ଲୋବାଲ ଆଲୁମିନିୟମ ହବ୍ ,ଆଦାନୀ ଓ IHCର ମିଳିତ ସହଯୋଗରେ ୧.୧୦ ଲକ୍ଷ କୋଟିର ମେଗା ଏମଓୟୁ ସ୍ୱାକ୍ଷରିତ।

 

୫-କମିବ ରାଜଧାନୀରେ ଭିଡ଼; ୮ଲେନ୍‌ ହେବ ଜୟଦେବ ବିହାର- ନନ୍ଦନକାନନ ରାସ୍ତା।

 

୬-କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ, କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

 

୭-ସରକାର ବାଣ୍ଟିବେ ୧ କୋଟି ଲକ୍ଷ୍ମୀପୁରାଣ ବହି, ବଳରାମ ଦାସଙ୍କ ଜନ୍ମପୀଠରେ ତିଆରି ହେବ ‘ମହାଲକ୍ଷ୍ମୀ କରିଡର’।

 

୮-ଅଗଷ୍ଟ ୩୦ରେ ନିଟ୍-ପିଜି୨୦୨୬ ପରୀକ୍ଷା, ଆସନ୍ତା ୨୧ ରାତି ୧୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ।

 

୯-‘ଅଘଟଣମୁକ୍ତ’ ରଥଯାତ୍ରା ଉପରେ ଫୋକସ୍‌; ପ୍ରାୟ ୨୫ ଲକ୍ଷ ଭକ୍ତଙ୍କ ସମାଗମ ହେବ, ଏତେ ଲୋକଙ୍କୁ ସେବା ଦେବା ପାଇଁ ଅତିରିକ୍ତ ଫୋର୍ସ, ଶୌଚାଳୟ, ସିସିଟିଭି ଓ ପାନୀୟଜଳ ଇତ୍ୟାଦି ପ୍ରସ୍ତୁତ ହୋଇଛି ।

 

୧୦-ବଲାଙ୍ଗୀର:ବେହାଲ କଲା ଲଗାଣ ବର୍ଷା, ଆଣ୍ଠୁଏ ପାଣିରେ ହେଲା ମା’ ସମଲେଶ୍ବରୀଙ୍କ ଆଳତି।

 

୧୧-ଭୁବନେଶ୍ୱର:ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ସପ୍ତାହେ ଯାଏ ବର୍ଷିବ ବୋଲି ପାଣିପାଗ କେନ୍ଦ୍ରର ଚେତାବନୀ।

 

୧୨-ମୟୂରଭଞ୍ଜ:ମୋବାଇଲ୍‌ ଛଡ଼ାଇନେବାରୁ ଅଭିମାନ; ବିଷ ପିଇ ଜୀବନ ହାରିଲେ ୧୫ ବର୍ଷୀୟା ନାବାଳିକା।

 

୧୩-ସାତ ଦିନ ଭିତରେ ସ୍କୁଲର ବିଦ୍ୟୁତ ବକେୟା ପୈଠ ନକଲେ କାର୍ଯ୍ୟାନୁଷ୍ଠାନ, ସମସ୍ତ ବିଇଓଙ୍କୁ ଚେତାବନୀ।

 

୧୪-ପ୍ରଭାତ ବିଶ୍ୱାଳଙ୍କୁ ହାଇକୋର୍ଟର ବଡ଼ ଝଟକା; ଚିଟଫଣ୍ଡ ମାମଲା ଖାରଜ ଆବେଦନ ନାମଞ୍ଜୁର, ୬ ମାସରେ ବିଚାର ଶେଷ କରିବାକୁ ନିର୍ଦ୍ଦେଶ।

 

୧୫-ଇମେଲ୍ ଜରିଆରେ ଇସ୍ରୋ ମୁଖ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ,ସନ୍ଧାନୀକାରୀ ଦଳ ପକ୍ଷରୁ ଯାଞ୍ଚ ଆରମ୍ଭ।

 

୧୬-ଆଉ ଦୁଇ ଦିନ ପରେ ଆମିର ଖାନ ଓ ଗୌରୀ ସ୍ପ୍ରାଟ୍‌ଙ୍କ ବିବାହ, ବାହାଘରରେ ସାମିଲ ହେବେ ସବୁ ସନ୍ତାନ।

 

୧୭-ନୂଆ ଦିଲ୍ଲୀ:ଅଗଷ୍ଟରେ ଶ୍ରୀଲଙ୍କାରେ ୨ଟି ଟେଷ୍ଟ ଖେଳିବ ଭାରତ।

 

୧୮-ନୂଆ ଦିଲ୍ଲୀ:ଇପିଏଫ୍ ଜମା ଉପରେ ୮.୨୫ ସୁଧକୁ ମିଳିଲା ମଞ୍ଜୁରୀ

 

୧୯-ପାକ୍ ସେନା କାଶ୍ମୀରବାସୀଙ୍କ ହାତରେ ବନ୍ଧୁକ ଦେଇଥିଲା, ଏବେ ଆମକୁ ଆତଙ୍କବାଦୀ କହୁଛି: PoK ନେତା।

 

୨୦-ଥାଇଲ୍ୟାଣ୍ଡରେ ୧୧ ବର୍ଷର ପିଲା ଚଢ଼ାଇ ଦେଲା ଟ୍ରକ୍, ୮ ବୌଦ୍ଧ ସନ୍ନ୍ୟାସୀ ମୃତ।

 

୨୧-କିଭ୍ ଉପରେ ରୁଷର ଆକ୍ରମଣ;୧୭ ଜଣ ମୃତ।

 

୨୨-ଭେନେଜୁଏଲା ଭୂମିକମ୍ପ: ମୃତ୍ୟୁ ସଂଖ୍ୟା ୨୦୦୦ ଟପିଲା।୮ ଦିନ ପରେ ସୁରକ୍ଷାକର୍ମୀ ଜୀବନ୍ତ ଉଦ୍ଧାର।