April 30, 2026

ପାରାଦୀପ ପୋର୍ଟ ଠାରେ ଚେନ୍ନାଇ ରାଧା କମ୍ପାନୀର ମନମାନି …

ukhik
Share

ବିନା କାରଣରେ ୨୩ ଶ୍ରମିକଙ୍କୁ ଛଟେଇ ।ଶ୍ରମିକ ମାନେ ହାଉସ କିପିଙ୍ଗ କାର୍ଯ୍ୟରେ ନିୟୋଜିତ ଥିବାବେଳେ ସେମାନେ ପ୍ରତିଦିନ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ସ୍ଵତନ୍ତ୍ର ବସ ଯୋଗେ ଯାଇଥାନ୍ତି।କିନ୍ତୁ ଗତ ୨୦ତାରିଖରେ ଏହି ୨୩ ଶ୍ରମିକ ଙ୍କୁ ବସ ଯୋଗେ ନିଆଯାଇ ନଥିବା ବେଳେ ସେମାନଙ୍କୁ କମ୍ପାନୀ କାରଣ ନଥାଇ ଛଟେଇ କରିଥିବା ଓ ଜାଣିଶୁଣି ବସ ବନ୍ଦ କରିଥିବା ସେମାନେ ଅଭିଯୋଗ କରିଛନ୍ତି | ଏନେଇ ପାରାଦୀପ ପୋର୍ଟ ମଜଦୁର ସଂଘ ଏହି ୨୩ ଛଟେଇ ଶ୍ରମିକଙ୍କୁ ନ୍ୟାୟ ଦେବାପାଇଁ ବିଭିନ୍ନ ପ୍ରାଶାସନିକ ସ୍ତରରେ ଆଲୋଚନା କରି ବିଫଳ ହେବା ପରେ ଆସନ୍ତା ୨୪ତାରିଖରେ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି | ପାରାଦୀପ ରେ ଏଭଳି କାରଣ ନଥାଇ ପ୍ରଥମେ ଶ୍ରମିକଙ୍କୁ ଛଟେଇ କରିବା ଓ ପରବର୍ତ୍ତୀ ଅବସ୍ଥାରେ ସେହି ଶ୍ରମିକ ଙ୍କ ଯାଗାରେ ନୂତନ ଶ୍ରମିକ ରଖି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଚାଲିଥିବା ବେଳେ ଏହା ବିରୋଧରେ ସଂଗ୍ରାମ ଆରମ୍ଭ କରିବ ସଂଘଠନ ବୋଲି ସଭାପତି ପ୍ରକାଶ ତ୍ରିପାଠୀ ଚେତାବନି ଦେଇଛନ୍ତି।
(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଓଡିଶା ଖବର)