April 26, 2026

ଚନ୍ଦ୍ରଗିରି ରେଞ୍ଜ ଅଧିକାରୀ ଶାଗୁଆନ ଗଣ୍ଡୀ ସହ ଟ୍ରାକ୍ଟର ଜବତ କଲେ ….

uygu
Share


ଗଜପତି ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରଗିରି ବନ ବିଭାଗ ଅଧିକାରୀ ରୂପକ କୁମାର ପ୍ରଧାନ ଅଜି ନିଜ ଅଞ୍ଚଳରେ ତନଖି କରୁଥିବା ବେଳେ ଏକ ଟ୍ରାକ୍ଟର ପୁଡ଼ାମାରି ଠାରୁ ଭିଷ୍ମଗିରି ଅଞ୍ଚଳ ଦେଇ ୩୦ଟି ଶାଗୁଆନ କାଠ ଗଣ୍ଡି ଧରି ଚୋରାରେ ଆସୁଥିବା ବେଳେ ଜବତ କରିଛନ୍ତି। ଯାହା ୪୩ସିଏଫ୍ଟି ହେବା ଅନୁମାନ କରିଛନ୍ତି ବନ ଅଧିକାରୀ। ଟ୍ରାକ୍ଟର ନମ୍ୱର ଓଡି ୦୭ଏପି ୧୫୪୮ସହ ଟ୍ରାକ୍ଟର ଡାଲା ନମ୍ୱର ଓଡି ୦୮ସି ୮୧୦୩କୁ ଜବତ କରି ତଦନ୍ତ କରୁଥିବା ପ୍ରକାଶ। ଟ୍ରାକ୍ଟର ଚାଳକ ଘଟଣା ସ୍ଥଳରୁ ଟ୍ରାକ୍ଟର ଛାଡ଼ି ଫେରାର ହୋଇଥିବା ସୂଚନା ମିଳିଛି। ବନ ବିଭାଗ ଅଧିକାରୀ ଶ୍ରୀ ପ୍ରଧାନ କେସ ନମ୍ବର ୯/୨୦.୧.୨୪ଦରଜ କରି ଘଟଣାର ପୁଙ୍ଖାନପୁଙ୍ଖ ତଦନ୍ତ କରୁଥିବା ପ୍ରକାଶ। ରାଜ୍ୟ ସରକାର ବିଭିନ୍ନ ସମୟରେ ଚାରା ରୋପଣ କରି ପରିବେଶ ସଜାଡୁ ଥିବା ବେଳେ କାଠ ମାଫିଆ ପରିବେଶ କୁ ଗୁରୁତ୍ଵ ନ ଦେଇ ଜଙ୍ଗଲ ରୁ ଦାମୀ ଗଛ କାଟି ନିଜେ ମାଲାମାଲ ହେଉଥିବା ବେଳେ ପରିବେଶ ନଷ୍ଟ କରିଚାଲୁଥିବା ଦେଖିବାକୁ ମିଳୁଛି। ବିଭାଗୀୟ ଅଧିକାରୀ ବିହୀତ ପଦକ୍ଷେପ ନେଇ ଦୃଷ୍ଟାନ୍ତ ମୂଳକ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳ ବାସି ଅନୁରୋଧ କରିଛନ୍ତି।