March 8, 2026

ନାଟଙ୍ଗାରେ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳନ…

yugy
Share

 

ବେଲଗୁଣ୍ଠା, ପବିତ୍ର ଶାମ୍ବ ଦଶମୀ ଅବସରରେ ବେଲଗୁଣ୍ଠା ବ୍ଳକ୍ ନାଟଙ୍ଗା ଚକରା ବିଷୋୟୀ କ୍ଲବ୍ ପକ୍ଷରୁ ବ୍ଳକ୍ ସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି I ନାଟଙ୍ଗା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଭାସ୍କର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅଧ୍ୟାପକ ସୁଶାନ୍ତ କୁମାର ଲେଙ୍କା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷୀକେଶ ବିଶ୍ୱାଳ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ନାଟ୍ୟକାର ପ୍ରଫୁଲ୍ଲ ବେହେରା, ଅଧ୍ୟାପକ ଦିବ୍ୟ ଲୋଚନ ବିଶ୍ୱାଳ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପଣ୍ଡା, ଶିକ୍ଷକ ଶିଶିର କୁମାର ସ୍ୱାଇଁ,କ୍ଲବ୍ ସଦସ୍ୟ ଜୁରେଶ୍ୱର ଲେଙ୍କା,ବରିଷ୍ଠ କଳାକାର ସଂଘ ସଭାପତି ସୁରେନ୍ଦ୍ର କୁମାର ପ୍ରଧାନ,ଉପସଭାପତି ଶିବରାମ ରାଉତ,ସଂଯୋଜକ ଈଶ୍ଵର ଚନ୍ଦ୍ର ଗୌଡ଼,ଗ୍ରାମ ଉପସଭାପତି ସୁବାଷ ଲେଙ୍କା, ଦିବାକର ତ୍ରିପାଠି, ଧ୍ରୁବ ଚରଣ ଜେନା, ଶ୍ରୀନିବାସ ଲେଙ୍କା,ଚକରା ବିଷୋୟୀ କ୍ଲବ୍ ଉପସଭାପତି ଅଭିରାମ ନାୟକ ପ୍ରମୁଖ ଉପସ୍ଥିତ ରହି ଚକରା ବିଷୋୟୀଙ୍କ ସଂଗ୍ରାମୀ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ I ଛାତ୍ରୀ ରାଜେଶ୍ଵରୀ ନାୟକ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ I ଚକରା ବିଷୋୟୀ କ୍ଲବ୍ ସଭାପତି ରଞ୍ଜିତ୍ କୁମାର ପାତ୍ର ସମସ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା I କାର୍ଯ୍ୟକ୍ରମରେ ଚକରା ବିଷୋୟୀ କ୍ଲବ୍ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ I କ୍ଲବ୍ ସହ ସମ୍ପାଦକ ଅନ୍ତର୍ଯ୍ୟାମୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I