April 23, 2026
WhatsApp Image 2024-01-17 at 7.27.55 PM
Share

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ପ୍ରସିଦ୍ଧ ପୋଡ଼।ଗଡ ମଣ୍ଡେଇ ଆସନ୍ତା ଫେବୃୟାରୀ ୨୬ ତାରିଖ ଦିନ ଅନୁଷ୍ଠିତ ହେବ।ଉମରକୋଟ ବ୍ଲକ ଅଧିନରେ ଥିବା ଐତିହାସିକ ପୀଠ ର ଉତ୍ସବ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।ଏହି ବୈଠକରେ ତିନି ମୁଠା ଯଥା ହୀରାପୁର ଓ ବୋରିଗାଁ ର ସମସ୍ତ ମ।ଟି ପୂଜାରୀ ଉପସ୍ଥିତ ଥିଲେ। ଏହି ବୈଠକ ରେ ଉପ ସଭାପତି ଶ୍ରୀଯୁକ୍ତ ଜଗଦୀଶ ନାୟକ ସଭା ପରିଚାଳନା କରିଥିଲେ। ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ମଣ୍ଡେଇ କୁ କିପରି ଶାନ୍ତି ଓ ଶୃଙ୍ଖଳ। ର ସମ୍ପନ୍ନ କରାଯିବ ଏଥି ନେଇ ବିସ୍ତୃତ ଆଲଚନ। ହେଇ ଥିଲା। ମଣ୍ଡେଇ ରେ ଯୋଗ ଦେବା ପାଈଁ ବିଭିନ୍ନ ବ୍ୟବସାୟୀ ଙ୍କୁ ଅନୁରୋଧ କରାଯିବ। ସହ ମିନା ବଜାର ଓ ଦେସିଆ ନାଟକୁ ଆମନ୍ତ୍ରିତ କରାଯିବ। ନେଇ ନିଷ୍ପତି ହେଇ ଥିଲା।ଟ୍ରଷ୍ଟ ର ସମସ୍ତ ଶିରା ପୂଜାରୀ ଗୁରୁମାଇ ଗୁଣିଆ ମାନଙ୍କୁ ସେମାନଙ୍କ ବାର୍ଷିକ ସଭ୍ୟ ଚାନ୍ଦା ଆଦାୟ କରାଯିବ । ଉପରେ ବି ବିସ୍ତୃତ ଆଲୋଚନା ହେଇ ଥିଲା।ଟ୍ରଷ୍ଟ ର ଆୟ ଓ ବ୍ୟୟ ବିଷୟରେ ଆଲୋଚନା କରାଗଲା। ଶାନ୍ତି ଶୃଙ୍ଖଳା ଓ ଅନ୍ୟାନ୍ୟ ପରିଚାଳନା ନିମନ୍ତେ ଥାନା ଓ ପ୍ରଶାସନ କୁ ଅନୁରୋଧ ସହଯୋଗ କାମନା ନିମନ୍ତେ ଚିଠି କରିବାକୁ ନିଷ୍ପତି ନିଆଗଲା।ଟ୍ରଷ୍ଟ ର ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ପୋଡ଼ାଗଡ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ପରିଚାଳନା ନିମନ୍ତେ ଟିକସ ଆଦାୟ କରିବାକୁ ନିଷ୍ପତି ନିଆ ଗଲା ପୂର୍ବଭଳି ଛତିଶଗଡ଼ର ପୂଜାକ ଦେବାଦେବୀ ମାନଙ୍କୁ ନିମନ୍ତ୍ରଣ କରିବାକୁ ନିଷ୍ପତି ନିଆ ଗଲା ।ଜଙ୍ଗଲ ବିଭାଗ ପୋଡ଼ା ଗଡ ର ଉନ୍ନତି ଓ ଇକୋ ଟୁରି ଜିମ୍ ରେ କରିବାରେ ତାଙ୍କ ବିଭାଗ କିଭଳି ଆଗ୍ରହ ପ୍ରକାଶ କରି ପୋଡ଼ାଗଡ୍ କୁ ସରସ ସୁନ୍ଦର୍ କରିବ ସେଥିନେଇ ନବରଙ୍ଗପୁର ବନଖଣ୍ଡ ଅଧିକାରୀଙ୍କୁ ଅନୁରୋଧ କରିବାକୁ ନିଷ୍ପତ୍ତି ନିଆଗଲା ଆଜି ର ବୈଠକ ରେମଣ୍ଡେଇ ରେ କୌଣସି ଅନୈତିକ କାର୍ଯ୍ୟ ଜୁଆ ଓ ମଦ କାରବାର କୁ ବନ୍ଦ କରିବାକୁ ନିଷ୍ପତି ନିଆଗଲା। ଶାନ୍ତି ଶୃଙ୍ଖଳାରେ କିଭଳି ମଣ୍ଡେଇ କୁ ଜନସାଧାରଣ ଉପଭୋଗ କରି ପାରିବେ ସେଥିପାଇଁ ଟ୍ରଷ୍ଟ ତାର ଯୁବ କମିଟି ଓ ଏକ ସୁଦୃଢ ସବ କମିଟି ଗଠନ କରିବ ଆସନ୍ତା ଫେବୃୟାରୀ ମାସ 10 ଦଶ ତାରିଖରେ ବରଭୂଜାଙ୍କ ଓ ଚଉଁରିଆ ବାବାଙ୍କ ଫୁଲ ପିନ୍ଧନୀ ଯାତ୍ରା ହେବ ଓ ଆସନ୍ତା 21 ତାରିଖରେ ଭୈରବ ବାବା କଳା ଭୈରବ ଙ୍କ ଫୁଲ ପିନ୍ଧନୀ ଯାତ୍ରା ହୋଇ 26 ଛବିସ୍ ତାରିଖରେ ମଣ୍ଡେଇ ଅନୁଷ୍ଠିତ ହେବ ଏହି ସଭାରେ ସ୍ଥାୟୀ ସଭାପତି।ଶ୍ରୀଯୁକ୍ତ ଉର୍ଦ୍ଧବ ଚରଣ ନାୟକ ,ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ବେହେରା ସମ୍ପାଦକ ପୁରୁଷୋତ୍ତମ ଭତରା ସହ ସମ୍ପାଦକ ତୁଳସୀର ଭତରା ଅନ୍ୟ ଉପଦେଷ୍ଟା ମଣ୍ଡଳୀର ଶ୍ରୀଯୁକ୍ତ ସୋନା ମାଝି ,ଭରମ୍ ଦାସ ବିଶୋଇ , ଦେବ ପୂଜାରୀ, ମୋହନ ପୂଜାରୀ ସକାଳୁ ପୂଜାରୀ ,ରାଜୁ ଶିରା , ଈଶ୍ୱର ମାଝି କୋଇଲାରି ଦଶରୁ ନାୟକ ଗୋବର୍ଦ୍ଧନ କୋଷ୍ଟା ଓ ଅନ୍ୟାନ୍ୟ ଶିରା ପୂଜାରୀ ଯୋଗ ଦେଇଥିଲେ ଶେଷରେ ସଭାପତି ଧନ୍ୟବାଦ୍ ଅର୍ପଣ କରି ବୈଠକ ସମ୍ପନ୍ନ ହେଇ ଥିଲା।

You may have missed