March 7, 2026
WhatsApp Image 2024-01-17 at 7.27.29 PM
Share

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଦେଶବାସୀଙ୍କୁ ପାଇଁ ଆହ୍ୱାନ କ୍ରମେ ଜାନୁଆରୀ 14 ମକର ସଂକ୍ରାନ୍ତି ଦିନ ଠାରୁ 22 ଜାନୁଆରୀ ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ ମନ୍ଦିର ଏବଂ ତୀର୍ଥ ସ୍ଥଳୀରେ ସ୍ବଚ୍ଛ ଅଭିଯାନ ରେ ନିଜକୁ ସାମିଲ୍ କରି ଶ୍ରମଦାନ କରିବା ପାଇଁ । ଏହି ପରିପ୍ରେକ୍ଷୀରେ ଆଜି ଉମରକୋଟ ନଗର ର ଅଧୀଷ୍ଟାତ୍ରୀ ଦେବୀ ମାଁ ପେଣ୍ଡ୍ରାଣୀ ଙ୍କ ମନ୍ଦିର ପ୍ରାଙ୍ଗଣରେ ସକାଳ 7ଘଣ୍ଟି କା ସମୟରେ ସର୍ବ ସାଧାରଣ କ୍ରମେ ସ୍ବଚ୍ଛ ଅଭିଯାନରେ ସଫେଇ କାର୍ଯ୍ୟ କରାଯାଇଥିଲା ଏଥିରେ ସାମିଲ ହୋଇ ଥିଲେ ଉମରକୋଟ ବିଧାୟକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ,ରାଜ୍ୟ ସଂମ୍ପାଦକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ସାହୁ,ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ,ନଗର ସଭାପତି ଗୋପୀନାଥ ସାହୁ,ସାଧାରଣ ସଂପାଦକ ପ୍ରଭାତ ନାୟକ,ଜିଲ୍ଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ଜିଲ୍ଲା ସମ୍ପାଦକ ରାମ ନାୟକ,ଯୁବ ମୋର୍ଚା ସଭାପତି ବାଦଲ ପଟ୍ଟନାୟକ,ତଥା ଏପରି ବହୁତ ଜନସାଧାରଣ ଏହି ସ୍ବଚ୍ଛ ଅଭିଯାନରେ ନିଜ ନିଜ ର ଶ୍ରମଦାନ କରିଥିଲେ ।