November 3, 2026

ବିଶିଷ୍ଟ ଶିକ୍ଷାବିତ ତଥା ସାହିତ୍ୟିକ ଜୟ ନାରାୟଣ ଜଗଦେବ ମହାପାତ୍ରଙ୍କ ସ୍ମୃତିସଭା

IMG-20261103-WA0099
Share

 

 

ହାଟଡିହି ତା ୩/୧୧(ମନମୋହନ ନାୟକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଆମ୍ବୋ ଗ୍ରାମର ବିଶିଷ୍ଟ ଶିକ୍ଷାବିତ, ସାହିତ୍ୟିକ ତଥା ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ସଭାପତି ସ୍ୱର୍ଗତ ଜୟ ନାରାୟଣ ଜଗଦେବ ମହାପାତ୍ରଙ୍କ ସ୍ମୃତିରେ ଏକ ସ୍ମୃତିସଭା ଆମ୍ବୋଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ମୃତିସଭାରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ, ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନି, ଆଇନଜୀବୀ ବିଚିତ୍ର କୁମାର ଚକ୍ର ଓ ସମାଜସେବୀ ଜନ୍ମେଜୟ ଓଝା, ମହିଳାନେତ୍ରୀ ମିନତୀ ମହାପାତ୍ର, ମଣ୍ଡଳ ସଭାପତି ହରେକୃଷ୍ଣ ସ୍ୱାଇଁ,ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାହିତ୍ୟିକ ଓ ଶିକ୍ଷାବିତ ଯୋଗଦେଇଥିଲେ। ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହ ମହାନ ଜୀବନାଦର୍ଶ ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱର୍ଗତ ମହାପାତ୍ର ଜଣେ ନିଷ୍ଠାପର, ସ୍ପଷ୍ଟବାଦୀ, ମେଳାପୀ, ଛାତ୍ରବତ୍ସଳ ଓ ସମୟାନୁବର୍ତ୍ତୀ ଶିକ୍ଷାବିତ ଭାବେ ସମସ୍ତଙ୍କ ନିକଟରେ ଅତ୍ୟନ୍ତ ଆଦରଣୀୟ ଥିଲେ। ସାହିତ୍ୟ ପ୍ରତି ତାଙ୍କର ଗଭୀର ଅନୁରାଗ ଏବଂ ଶିକ୍ଷା କ୍ଷେତ୍ରରେ ତାଙ୍କର ଅକ୍ଳାନ୍ତ ନିଷ୍ଠା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ତାଙ୍କର ଆଦର୍ଶ, ଚିନ୍ତାଧାରା ଓ ଦିଗଦର୍ଶନ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

You may have missed