November 21, 2024

ସାହିତ୍ୟ ଘରର ଫକୀର ମୋହନ ଜୟନ୍ତୀ ପାଳନ…

Share

 

ବେଲଗୁଣ୍ଠା,ପବିତ୍ର ମକର ସଂକ୍ରାନ୍ତି ଅବସରରେ ବେଲଗୁଣ୍ଠା ସାହିତ୍ୟ ଘର ଏବଂ ରେଷ୍ପଣ୍ଡ୍ ଟ୍ରଷ୍ଟ୍ ର ମିଳିତ ଆନୁକୂଲ୍ୟରେ ବଡ଼ ଦୋଡ଼ଙ୍ଗା ସ୍ଥିତ ଶ୍ରୀ ଶ୍ରୀ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ବ୍ୟାସକବି ଫକୀର ମୋହନ ଜୟନ୍ତୀ ପାଳିତ ହୋଇଯାଇଛି I ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ,ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ଡଃ. ଗୁରୁମୂର୍ତ୍ତୀ ନାୟକ, ସମ୍ମାନୀତ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବିରାଜ ପରିଡ଼ା, ରେଷ୍ପଣ୍ଡ୍ ଟ୍ରଷ୍ଟ୍ ଅଧ୍ୟକ୍ଷ ସ୍ଵସ୍ତି ସୁନ୍ଦର ସିଅ,ଶିକ୍ଷାବିତ୍ କୁଞ୍ଜବିହାରୀ ନାୟକ, ସାହିତ୍ୟ ଘର ସମ୍ପାଦକ ଡ.ରତ୍ନ ସାଗର ମଳିକ ପ୍ରମୁଖ ମଞ୍ଚାସୀନଥିବା ବେଳେ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଗବେଷକ ନେତାଜୀ ବିଷୋୟୀ,ଗୋପାଳ ଚନ୍ଦ୍ର ଲେଙ୍କା, ବିଜୟ କୁମାର ପରିଡ଼ା,ଅଧ୍ୟାପକ ଅଶୋକ କୁମାର ସ୍ୱାଇଁ,ମନୁନନ୍ଦ ପତି, ସାହିତ୍ୟ ଘର ସଦସ୍ୟ ମୁନେନ୍ଦ୍ର ପରିଡ଼ା, ବିଭୂପାଦ ଜେନା,ଭିକାରୀ ମିଶ୍ର,ସାମ୍ବାଦିକ କୃଷ୍ଣଚନ୍ଦ୍ର ପଟ୍ଟନାୟକ, ପଞ୍ଚାନନ ସାହୁ,ଆଇନଜୀବୀ ସନ୍ତୋଷ କୁମାର ବିଶ୍ଵାଳ, ଶିକ୍ଷାବିତ୍ ରାମକୃଷ୍ଣ ପାତ୍ର ପ୍ରମୁଖ ଭାଷା ପ୍ରେମୀମାନେ ଉପସ୍ଥିତ ଥିଲେ I ସାହିତ୍ୟ ଘର ସହ ସମ୍ପାଦକ ଶିଶିର କୁମାର ସ୍ଵାଇଁ ଅତିଥି ସ୍ୱାଗତ କରିଥିବା ବେଳେ ସ୍ଥିତିପ୍ରଜ୍ଞା ମହାରଣା ଏବଂ ଚିନ୍ମୟ ପ୍ରସାଦ ପରିଡ଼ା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ I ସମ୍ପାଦକ ଡ.ରତ୍ନସାଗର ମଳିକ ବାର୍ଷିକ ବିବରଣୀ ପଠନ କରିଥିଲେ I ଏହି ଅବସରରେ ସାହିତ୍ୟ ଘରର ବାର୍ଷିକ ପତ୍ରିକା ପ୍ରେରଣା ଏବଂ ଅନୁଷ୍ଠାନ ସଭାପତି ଅଭିମନ୍ୟୁ ଦଳାଇଙ୍କ ରଚିତ ଚରିତ୍ର ନଥିଲେ ସବୁ ଅସାର ଓ ମହାପୁରୁଷଙ୍କ ମହତବାଣୀ ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଥିଲା I ଶିଶିର କୁମାର ସ୍ଵାଇଁଙ୍କ ସଂଯୋଜନାରେ ପ୍ରମଦା ସାହୁ, ସ୍ଥିତିପ୍ରଜ୍ଞା ମହାରଣା,ମାଣିକ ବଳ, ଚିନ୍ମୟ ପ୍ରସାଦ ପରିଡ଼ା,ଶରତଚନ୍ଦ୍ର ଦାସ,ପୂଜାରାଣୀ ପ୍ରଧାନ,ଅଶୋକ କୁମାର ଗୌଡ଼,ଚନ୍ଦ୍ରମଣି ଲେଙ୍କା, ସ୍ଵସ୍ତି ସୁନ୍ଦର ସିଅ, ନେତାଜୀ ବିଷୋୟୀ, ସୁବାଷ ଚନ୍ଦ୍ର ତାରିଣୀ,ସଞ୍ଜୟ କୁମାର ମେହେର୍,କବିରାଜ ପରିଡ଼ା,ଶିଶିର କୁମାର ସ୍ୱାଇଁ ପ୍ରମୁଖ ସ୍ଵରଚିତ କବିତା ପାଠ କରିଥିଲେ I ରେଷ୍ପଣ୍ଡ୍ ଟ୍ରଷ୍ଟ୍ ସଦସ୍ୟ ଅଶ୍ୱିନୀ ସାହୁ,ସତ୍ୟବାନ ପରିଡ଼ା, ପ୍ରତାପ ଚନ୍ଦ୍ର ପରିଡ଼ା, ପ୍ରଶାନ୍ତ ପରିଡ଼ା, ମଧୁସୂଦନ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ତ୍ରୀନାଥ ଲେଙ୍କାଙ୍କୁ କାର୍ଯ୍ୟକ୍ରମର ଭାଗ୍ୟଶାଳୀ ବିଜେତା ଘୋଷଣା କରାଯାଇଥିଲା I ଅଧ୍ୟାପକ ଦିବ୍ୟଲୋଚନ ବିଶ୍ୱାଳ ଧନ୍ୟବାଦ ଜ୍ଞାପନ କରିଥିଲେ I
(ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ ସାହୁ)